Connect with us

ଓଡିଶା

୬ଟି ଲୋକସଭା ଓ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ସାଙ୍କେତିକ

୬ଟି ଲୋକସଭା ଓ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
ଭୁବନେଶ୍ୱର,୧୯ ମାର୍ଚ୍ଚ – ସୋମବାର ବିଳମ୍ବିତ ରାତିରେ କଂଗ୍ରେସ ଦୁଇଟି ପର୍ଯ୍ୟାୟ ପାଇଁ ୬ଟି ଲୋକସଭା ଆସନ ଓ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।
ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରଦୀପ କୁମାର ଦେବତାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଯଥିବା ବେଳେ ସୁନ୍ଦରଗଡ଼ରୁ ଜର୍ଜ ତୀର୍କି, କଳାହାଣ୍ଡିରୁ ଭକ୍ତ ଚରଣ ଦାସ , ନବରଙ୍ଗପୁରରୁ ପ୍ରଦୀପ ମାଝି , କନ୍ଧମାଳ ଆସନ ପାଇଁ ମନୋଜ କୁମାର ଆଚାର୍ଯ୍ୟ ଏବଂ ବ୍ରହ୍ମପୁର ଆସନ ପାଇଁ ଭି. ଚନ୍ଦ୍ରଶେଖର ନାଇଡ଼ୁଙ୍କ ନାମ ଘୋଷଣା କରାଯାଇଛି ।
ସେହିଭଳି ବିଧାନସଭା ଆସନ ବର୍ଗରେ ପଦ୍ମପୁର ପାଇଁ ସତ୍ୟ ଭୂଷଣ ସାହୁଙ୍କ ନାମ ଘୋଷଣା କରାଯାଇଥିବା ବେଳେ ବରଗଡ – ନିପନ୍ ଦାସ, ଅତାବିରା – ନିହାର ମହାନନ୍ଦ ,ବୀରମିତ୍ରପୁର – ରୋହିତ ଯୋଶେଫ୍ ତୀର୍କି , ରାଜଗାଙ୍ଗପୁର – ସି .ଏସ୍ ରଞ୍ଜନ, ବୀରମହାରାଜପୁର – ବିନୋଦ କୁମାର ପାତ୍ର, ବଲାଙ୍ଗୀର – ନରସିଂହ ମିଶ୍ର, ନୂଆପଡ଼ା – ଘାସିରାମ ମାଝି ,ଖରିଆର – ଅଧିରାଜ ପାଣିଗ୍ରାହୀ , ଝରିଗାଁ- ଉଲଧର ମାଝି, ନବରଙ୍ଗପୁର – ସଦନ ନାୟକ, ଡାବୁଗାଁ – ଭୁଜବଳ ମାଝି, ଲାଞ୍ଜିଗଡ଼ – ଶିବାଜୀ ମାଝି,ଧର୍ମଗଡ଼- ଦିଗମ୍ବର ଦୂରିଆ, ବାଲିଗୁଡ଼ା – ସିମନ୍ ମଲ୍ଲିକ୍, ଫୁଲବାଣୀ – କିଶୋର ଚନ୍ଦ୍ର କହଁର, କଂଟାମାଳ – ପ୍ରଶାନ୍ତ ସାହୁ , ଦଶପଲ୍ଲା – ପ୍ରଶାନ୍ତ କୁମାର ନାୟକ ,ଭଞ୍ଜନଗର – ସଞ୍ଜୟ କୁମାର ତ୍ରିପାଠୀ, ପୋଲସରା – ହରି ଚରଣ ସ୍ୱାଇଁ, କବିସୂର୍ଯ୍ୟନଗର – ବିଜୟ କୁମାର ସାହୁ, ଆସ୍କା – ମନୋଜ କୁମାର ଜେନା, ସାନଖେମୁଣ୍ଡି – ରମେଶ ଚନ୍ଦ୍ର ଜେନା ,ହିଞ୍ଜିଳି – ରାମକୃଷ୍ଣ ପଣ୍ଡା ,ଗୋପାଳପୁର – ଏସ୍ ଧର୍ମରାଜ ସେଠୀ , ବ୍ରହ୍ମପୁର – ଲିଙ୍ଗରାଜ ଚୌଧୁରୀ, ଦିଗପହଣ୍ଡି – ବିସ୍ମୟା ମହାପାତ୍ର, ଚିକିଟି- ସୁଭାଷ ଚନ୍ଦ୍ର ରାଉତ , ମୋହନା – ଦାଶରଥୀ ଗୋମାଙ୍ଗ ,ଗୁଣୁପୁର – ପୁରୁଷୋତମ ଗମାଙ୍ଗ,ବିଷମ କଟକ – ନୀଳମାଧବ ହିକ୍କକା,ଜୟପୁର – ତାରାପ୍ରସାଦ ବାହିନୀପତି, କୋରାପୁଟ – କୃଷ୍ଣ ଚନ୍ଦ୍ର କୁଲଦୀପ ,ପଟ୍ଟାଙ୍ଗି – ରାମ ଚନ୍ଦ୍ର କଦମ ,ମାଲକାନଗିରି – ମାଲା ମାଢ଼ି , ଚିତ୍ରକୋଣ୍ଡା – ଲକ୍ଷ୍ମୀପ୍ରିୟା ନାୟକଙ୍କ ନାମ ଏଥିରେ ସ୍ଥାନ ପାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା