Connect with us

ଓଡିଶା

୩ ଦିନିଆ ଆଇପିଏସ୍ ସମ୍ମିଳନୀ ଆରମ୍ଭ

ସାଙ୍କେତିକ

୩ ଦିନିଆ ଆଇପିଏସ୍ ସମ୍ମିଳନୀ ଆରମ୍ଭ
ଭୁବନେଶ୍ୱର, ୧୭ ଜାନୁଆରୀ – ଭୁବନେଶ୍ୱର ସ୍ଥିତ ପୋଲିସ୍ ଭବନ ଠାରେ ୩ ଦିନିଆ ଆଇପିଏସ୍ ସମ୍ମିଳନୀ ଗୁରୁବାର ଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ପୋଲିସ୍ ଡିଜି ଆର ପି ଶର୍ମା କହିଛନ୍ତି ଯେ ଆଗାମୀ ସାଧାରଣ ନିର୍ବାଚନ ପରିଚାଳନା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ମୁକ୍ତ ଓ ଅବାଧ ନିର୍ବାଚନ ପୋଲିସ ପାଇଁ ବଡ ଚ୍ୟାଲେଂଜ ହେବ । ଏହା ବ୍ୟତୀତ ନକ୍ସଲ ଦମନକୁ ଜୋରଦାର କରାଯିବ । ସେହିପରି ପୋଲିସ ଲୋକଙ୍କ ନିକଟତର ହେଉ ଓ ସ୍ୱଚ୍ଛତା ରଖି କାମ କରୁ ବୋଲି ଡିଜିପି କହିଛନ୍ତି ।
ଏହି ଆଇପିଏସ୍ ସମ୍ମିଳନୀ ରେ ବିଭିନ୍ନ ଜିଲ୍ଲାର ଏଡିଜି, ଏସପି, ଡିସିପି, ଆଇଜି, ଡିଆଇଜି, ତାଲିମ ନେଉଥିବା ଆଇପିଏସ୍ ଅଧିକାରୀ, ଆର୍ମଡ ପୋଲିସ ବାଟାଲିୟନର କମାଣ୍ଡାଂଟଙ୍କ ସହ ହୋମଗାର୍ଡ, ଅଗ୍ନିଶମ, ଭିଜିଲାନ୍ସ ବିଭାଗର ଅଧିକାରୀଙ୍କ ସମେତ ୧୩୬ ଜଣ ପୋଲିସ୍ ଅଧିକାରୀ ଯୋଗ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା