Connect with us

ଓଡିଶା

+୨ ପରୀକ୍ଷା ପାଇଁ ଫର୍ମ ଫିଲ୍ଅପ୍ ଆଜିଠାରୁ

ସାଙ୍କେତିକ ଚିତ୍ର

+୨ ପରୀକ୍ଷା ପାଇଁ ଫର୍ମ ଫିଲ୍ଅପ୍ ଆଜିଠାରୁ

ଭୁବନେଶ୍ୱର,୧୫ା୧୧: ଯୁକ୍ତ ୨ ରେଗୁଲାର ପରୀକ୍ଷା ପାଇଁ ଶୁକ୍ରବାରଠାରୁ ଫର୍ମ ଫିଲ ଅପ୍ ଆରମ୍ଭ ହେବ । ନଭେମ୍ବର ୧୬ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ବିନା ଫାଇନରେ ଫର୍ମ ଫିଲ୍ଅପ୍ କରି ହେବ । ସେହିପରି  ନଭେମ୍ବର ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ଫର୍ମ ଫିଲ୍ଅପ୍ କଲେ ୫୦ ଟଙ୍କା ଫାଇନ୍ ଦେବାକୁ ହେବ ଏବଂ  ଡିସେମ୍ବର ୧ରୁ ୪ ତାରିଖ ପର୍ଯ୍ୟନ୍ତ ଫର୍ମ ଫିଲ୍ଅପ୍ କଲେ ୩୫୦ ଟଙ୍କା ଫାଇନ୍ ଦେବାକୁ ହେବ ।

ପ୍ରଥମ ତାରିଖରେ ଫର୍ମ ଫିଲଅପ୍ କରିଥିବା ଛାତ୍ରଛାତ୍ରୀ ନଭେମ୍ବର ୧୭ରୁ ୨୭ ତାରିଖରେ ମଧ୍ୟରେ ଫିସ୍ ଦାଖଲ କରିପାରିବେ  । ସେହିପରି ଦ୍ୱିତୀୟ ଥର ପାଇଁ ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୧ ତାରିଖ ଏବଂ ତୃତୀୟ ଥର ପାଇଁ ଡିସେମ୍ବର ୩ ତାରିଖରୁ ୫ ତାରିଖ ମଧ୍ୟରେ ଫିସ୍ ଦାଖଲ କରିପାରିବେ । ଏହା ବ୍ୟତୀତ ଯୁକ୍ତ ୨ କଳା , ବାଣିଜ୍ୟ , ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ଫର୍ମ ପୂରଣ ଫିସ୍ ୫୨୦ ଟଙ୍କା  ରଖାଯାଇଛି । ଏହାସହ ଫାଇନ୍  ଟଙ୍କା, ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରୋଜେକ୍ଟ ୱାର୍କ ପାଇଁ ୨୦ ଟଙ୍କା ଲେଖାଏଁ , ପ୍ରାକ୍ଟିକାଲ ପରୀକ୍ଷା ପାଇଁ (ପ୍ରତ୍ୟେକ ବିଷୟ ) ୨୦ ଟଙ୍କା ଲେଖାଏଁ  ଅତିରିକ୍ତ ଫିସ୍ ଦାଖଲ କରିବାକୁ ପଡିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା