Connect with us

ଓଡିଶା

୨୫ରେ ରାହୁଲଙ୍କ ଓଡ଼ିଶା ଗସ୍ତ

ସାଙ୍କେତିକ

୨୫ରେ ରାହୁଲଙ୍କ ଓଡ଼ିଶା ଗସ୍ତ
ଭୁବନେଶ୍ୱର,୭ା୧ : ଏଆଇସିସି ଅଧ୍ୟକ୍ଷ ହେବା ପରେ ରାହୁଲ ଗାନ୍ଧି ଜାନୁଆରୀ ୨୫ରେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି । କଂଗ୍ରେସ କର୍ମୀଙ୍କ ସହ ବୈଠକ ପରେ ଜନସାଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ଜନସଭା ହେବାକୁ ଥିବା ବେଳେ କର୍ମକର୍ତ୍ତାଙ୍କ ସହ ବୈଠକ ଭୁବନେଶ୍ୱରରେ ହେବ ବୋଲି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଏହା ହେଉଛି ପ୍ରଥମ ଓଡ଼ିଶା ଗସ୍ତ । ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ଖବର କଂଗ୍ରେସ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, କର୍ମକର୍ତ୍ତାଙ୍କ ସହ ବୈଠକ ଭୁବନେଶ୍ୱର ହେବ କିନ୍ତୁ କେଉଁ ସ୍ଥାନରେ ଜନସଭା ହେବ ତାହା ଦିନେ ଦୁଇଦିନ ଭିତରେ ସ୍ଥିର କରାଯିବ । ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତକୁ ନେଇ କଂଗ୍ରେସ କର୍ମକର୍ତ୍ତାମାନେ ବହୁତ ଉତ୍ସାହିତ ଅଛନ୍ତି । ଓଡ଼ିଶାରେ କଂଗ୍ରେସ ୨୦୦୦ ମସିହାରୁ ଶାସନ କ୍ଷମାତକୁ ଆସିନଥିବା ବେଳେ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ଦଳକୁ କେତେ ଦୁଦୃଢ଼ କରିବ ତାହା ସମୟ କହିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା