Connect with us

ଓଡିଶା

୨୫ରେ ମିଳିବ ‘କାଳିଆ’ ଟଙ୍କା

ସାଙ୍କେତିକ

୨୫ରେ ମିଳିବ ‘କାଳିଆ’ ଟଙ୍କା
ଭୁବନେଶ୍ୱର,୧୬ା୧ : ଆସନ୍ତା ୨୫ ତାରିଖରେ କାଳିଆ ଯୋଜନାରେ ହିତାଧିକାରୀଙ୍କୁ ଟଙ୍କା ମିଳିବ । ଏଥିରେ ପ୍ରାୟ ୧୨ଲକ୍ଷ ଚାଷୀ ଉପକୃତ ହେବେ । ଏନେଇ ସୂଚନା ଦେଇଛନ୍ତି ସମବାୟ ବିଭାଗ ସଚିବ କ୍ରିଷନ କୁମାର । ଗଣମାଧ୍ୟମକୁ କ୍ରିଷନ କୁମାର କହିଛନ୍ତି କି, ବର୍ତ୍ତମାନ ଦରଖାସ୍ତ ଆବେଦନର ଯାଞ୍ଚ ଓ ଡାଟା ଏଣ୍ଟ୍ରି କାମ ଚାଲୁଛି । ପ୍ରଥମ ପର୍ଯ୍ୟାୟରେ ୬୦ ଲକ୍ଷ ଚାଷୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ଗ୍ରୀନ୍ କାର୍ଡରେ ୬୦ଲକ୍ଷ ଏବଂ ରେଡ୍ କାର୍ଡରେ ଏକଲକ୍ଷ ଆବେଦନ ଆସିଛି ।

ପ୍ରଥମ ପର୍ଯ୍ୟାୟ ତାଲିକାରେ ୧୨ଲକ୍ଷ ଚାଷୀଙ୍କୁ ୨୫ ତାରିଖରେ ଅର୍ଥରାଶି ମିଳିବ । ୨୨ ତାରିଖ ସୁଦ୍ଧା ଚୂଡାନ୍ତ ତାଲିକା ପ୍ରସ୍ତୁତ ହୋଇଯିବ । ପରବର୍ତ୍ତୀ ସମୟରେ ଅନ୍ୟ ଆବେଦନକାରୀଙ୍କୁ ଟଙ୍କା ମିଳିବ । ସୂଚନାଥାଉ କି, ପୂର୍ବରୁ ସମବାୟ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଜାନୁଆରୀ ୨୬ ମଧ୍ୟରେ କାଳିଆ ଯୋଜନାରେ ଟଙ୍କା ବ୍ୟାଙ୍କ ଚାଷୀଙ୍କ ଆକାଉଣ୍ଟକୁ ଯିବ ବୋଲି କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା