Connect with us

ଖେଳ

୨୪ରୁ ସର୍ବ ଭାରତୀୟ ବେସାମରିକ ଭଲିବଲ ପ୍ରତିଯୋଗିତା, ୩ ରେ ଚୟନ

ସାଙ୍କେତିକ

୨୪ରୁ ସର୍ବ ଭାରତୀୟ ବେସାମରିକ ଭଲିବଲ ପ୍ରତିଯୋଗିତା, ୩ ରେ ଚୟନ
ଭୁବନେଶ୍ୱର, ୩୧ ଜାନୁଆରୀ – ଚଣ୍ଡିଗଡ଼ର ସେକ୍ଟର – ୭ ଏବଂ ସେକ୍ଟର ୪୨ ଠାରେ ହେବାକୁ ଥିବା ସର୍ବ ଭାରତୀୟ ବେସାମରିକ ଭଲିବଲ ପ୍ରତିିଯୋଗିତା ଆସନ୍ତା ୨୪.୦୨.୨୦୧୯ ଠାରୁ ୨୮.୦୨.୨୦୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିପାଇଁ ଖେଳାଳୀଚୟନ ପ୍ରକ୍ରିୟା ଆସନ୍ତା ୦୩.୦୨.୨୦୧୯ ସକାଳ ୭.୩୦ ମି. ସମୟରେ ସ୍ଥାନୀୟ ୟୁନିଟ-୧ କିଶୋରକ୍ଲବ କ୍ରୀଡ଼ା ପ୍ରାଙ୍ଗଣରେ ଅନୁଷ୍ଠିତ ହେବ । ଏହି ଖେଳ କେବଳ ନିୟମିତ ଚାକିରୀରେ ଥବବା ବ୍ୟକ୍ତିମାନେ ଭାଗ ନେଇପାରିବେ ।

ଏହି ଖେଳରେ ଯେଉଁମାନେ ଭାଗ ନେବାକୁ ଚାହାଁନ୍ତି, ସେମାନେ ନିଜର ସେବା ପୁସ୍ତିକାର ପ୍ରଥମ ପୃଷ୍ଠା ଏବଂ ସରକାରୀ ପରିଚୟ ପତ୍ର ସହ ଏକ ପାସପୋଟ ସାଇଜର ଫଟୋ ସାଙ୍ଗରେ ଆଣି ଉକ୍ତ ସ୍ଥାନ ଏବଂ ନିର୍ଦ୍ଧାରିତ ସମୟରେ ପଂଜିକରଣ କରି ଚୟନ ପ୍ରକ୍ରିୟାରେ ଭାଗ ନେଇ ପାରିବେ ବୋଲି ରାଜ୍ୟ ସଚିବାଳୟ କର୍ମଚାରୀ କ୍ରୀଡ଼ା ସଂଘର ସଭାପତି ଦେବିଦତ ମିଶ୍ର ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ