Connect with us

ଦେଶ

୨୦୧୯ ନିର୍ବାଚନ ପୂର୍ବରୁ ବିଜେପିର ପ୍ରସ୍ତୁତି

ସାଙ୍କେତିକ

୨୦୧୯ ନିର୍ବାଚନ ପୂର୍ବରୁ ବିଜେପିର ପ୍ରସ୍ତୁତି
୧୭ ରାଜ୍ୟରେ ପ୍ରଭାରୀ ନିଯୁକ୍ତ
ନୂଆଦିଲ୍ଲୀ :-୨୦୧୯ ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା ବେଳେ ବିଜେପି ପକ୍ଷରୁ ବୁଧବାର ୧୭ଟି ରାଜ୍ୟର ପ୍ରଭାରୀ ଓ ସହ ପ୍ରଭାରୀ ତାଲିକା ପ୍ରକାଶ ପାଇଛି । ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏହି ତାଲିକା ପ୍ରକାଶ ପାଇଛି । ଗୋବର୍ଦ୍ଧନ ଝାଡପିୟା. ଦୁଷ୍ମନ୍ତ ଗୌତମ ଏବଂ ନରୋତ୍ତମ ମିଶ୍ରାଙ୍କୁ ସର୍ବାଧିକ ଆସନ ଥିବା ଉତ୍ତରପ୍ରଦେଶ ପାଇଁ ଦାୟିତ୍ୱ ଦିଆଯାଇଛି ।

ବିଜେପିର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶରେ ବି.ମୁରଲୀଧରନ ଏବଂ ସୁନିଲ ଦେଓଧରଙ୍କୁ ଦାୟିତ୍ୱ ଦିଆଯାଇଛି । ମହେନ୍ଦ୍ର ସିଂହଙ୍କୁ ଆସାମ, ଭୂପେନ୍ଦର ଯାଦବଙ୍କୁ ବିହାର, ଡା. ଅନିଲ ଜୈନଙ୍କୁ ଛତିଶଗଡ଼, ଓମ୍ ପ୍ରକାଶ ମାଥୁରଙ୍କୁ ଗୁଜୁରାଟ, ତୀର୍ଥ ସିଂହ ରାବତଙ୍କୁ ହିମାଚଳପ୍ରଦେଶ, ମଙ୍ଗଲ ପାଣ୍ଡବଙ୍କୁ ଝାରଖଣ୍ଡ, ସ୍ୱତନ୍ତ୍ର ଦେବ ସିଂହ ଏବଂ ସତିଶ ଉପାଧ୍ୟାୟଙ୍କୁ ମଧ୍ୟପ୍ରଦେଶରେ ପ୍ରଭାରୀ ନିଯୁକ୍ତ କରାଯାଇଛି । ନିଲନ କୋହଲିଙ୍କୁ ଦୁଇଟି ରାଜ୍ୟ ମଣିପୁର ଏବଂ ନାଗାଲାଣ୍ଡରେ ଦାୟିତ୍ୱ ଦିଆଯାଇଛି । ଏହାବାଦେ ଅରୁଣ ସିଂହଙ୍କୁ ଓଡ଼ିଶାରେ ଅପରିବର୍ତ୍ତିତ ରଖାଯାଇଛି । କ୍ୟାପଟେନ୍ ଅଭିମନ୍ୟୁଙ୍କୁ ପଞ୍ଜାବ ଏବଂ ଚଣ୍ଡିଗଡ଼, ପ୍ରକାଶ ଜାଭେଡକର ଏବଂ ସୁଧାଂଶୁ ତ୍ରିଭେଦୀଙ୍କୁ ରାଜସ୍ଥାନ, ନିତିନ ନବୀନଙ୍କୁ ସିକିମ୍ ପାଇଁ ଦାୟିତ୍ୱ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ