Connect with us

ଓଡିଶା

୨୦୧୮ ଜାତୀୟ ସାହାସିକତା ପୁରସ୍କାର ଘୋଷିତ

ସାଙ୍କେତିକ

୨୦୧୮ ଜାତୀୟ ସାହାସିକତା ପୁରସ୍କାର ଘୋଷିତ
ଓଡ଼ିଶାରୁ ୪ଜଣ ମନୋନୀତ
ନୂଆଦିଲ୍ଲୀ,୧୮ା୧ : ଶୁକ୍ରବାର ଦିନ ୨୦୧୮ ‘ନେସ୍ନାଲ୍ ଆୱାର୍ଡସ୍ ଫର୍ ବ୍ରେଭେରି ଫର୍ ଚିଲ୍ଡ୍ରେନ୍’ ବା ଜାତୀୟ ସାହସିକ ପୁରସ୍କାର ଘୋଷଣା କରାଯାଇଛି । ଏଥିରେ ଓଡ଼ିଶାର ୪ ବାଳକ ଓ ବାଳିକାଙ୍କୁ ଜାତୀୟ ସାହାସିକତା ପୁରସ୍କାର ପ୍ରଦାନ କରାଯିବ । ସାଧାରଣତନ୍ତ୍ର ଦିବସ ଅବସରରେ ଏମାନଙ୍କୁ ସମ୍ମାନିତ କରାଯିବ । ଏହି ସାହାସୀ ପିଲାମାନେ ହେଲେ ସିତୁ ମଲ୍ଲିକ, ଝିଲି ବାଗ, ରଞ୍ଜିତା ମାଝୀ ଓ ବିଶ୍ୱଜିତ ପୁହାଣ । ସିତୁ ପାଇବେ ସମ୍ମାନଜନକ ‘ବାପୁ ଗୟାଧନୀ’ ପୁରସ୍କାର । ସେ ନିଜ ଦାଦାଙ୍କୁ କୁମ୍ଭୀର କବଳରୁ ରକ୍ଷା କରିଥିଲେ ।

୨୦୧୮ ଫେବୃଆରୀ ୨୦ ତାରିଖରେ ସିତୁ ଫୋନରେ କଥା ହେଉଥିବା ବେଳେ ତାଙ୍କ ଦାଦା ବିନୋ ହାତ ଧୋଇବା ପାଇଁ ନଦୀକୁ ଯାଇଥିଲେ । ଏହି ସମୟରେ ଗୋଟିଏ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା । ସିତୁ ଏକ ବାଉଁଶରେ କୁମ୍ଭୀର ମୁଣ୍ଡକୁ ବାଡେଇ ତାଙ୍କ ଦାଦାଙ୍କ ଜୀବନ ବଞ୍ଚାଇଥିଲେ । ଏହାପରେ ବିନୋଦଙ୍କୁ ସିତୁ ମେଡିକାଲରେ ଭର୍ତ୍ତି କରିଥିଲେ ।

୨୦୧୭ ଅକ୍ଟୋବର ୧୪ ତାରିଖରେ ଇଚ୍ଛାପୁର ଗାଁର ୫ ବର୍ଷୀୟ ବାଳିକା ମାମୁନି ବିଶ୍ୱାଳ ତାଙ୍କ ଖୁଡି ସହିତ ଯାଇଥିଲେ । କେନାଲ ପାଖରେ ସେ ଖେଳୁଥିବା ବେଳେ କେନାଲରେ ଖସି ପଡିଥିଲେ । ତାଙ୍କ ଚିକ୍ରାର ଶୁଣି ରାସ୍ତାରେ ଯାଉଥିବା ବିଶ୍ୱଜିତ ପୁହାଣ ଜୀବନକୁ ବାଜି ଲଗାଇ କେନାଲକୁ ଲମ୍ଫ ମାରି ୬ରୁ ୭ ଫୁଟ୍ ଗଭୀର ପାଣିରୁ ମାମୁନିକୁ ଉଦ୍ଧାର କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ତାଙ୍କ ଘରେ ଛାଡିଥିଲେ ।

୨୦୧୮ ଜୁନ୍ ୧୬ ତାରିଖରେ ଝିଲି ବାଗ ତାଙ୍କ ସାନ ଭଉଣୀ ମିଲି ସହିତ ଏକ ଅବ୍ୟବହୃତ କୂଅ ପାଖରେ ଖେଳୁଥିଲେ । ଅସାବଧାନତା ଯୋଗୁ ମିଲି କୂଅରେ ପଡି ଯାଇଥିଲେ । ଝିଲି ଉପସ୍ଥିତ ବୃଦ୍ଧି ଖଟାଇ ସାଙ୍ଗମାନଙ୍କୁ ପରିବାର ଓ ଗାଁ ଲୋକଙ୍କୁ ଡାକିବାକୁ ପଠାଇ ଦେବା ସହ ଭଉଣୀକୁ ଉଦ୍ଧାର କରିବାକୁ ୨୫ ଫୁଟ୍ ଗଭୀର କୂଅ ଭିତରକୁ ଡେଇଁ ପଡିଥିଲେ । କୂଅ ଭିତରେ ଝିଲି ମିଲିକୁ ୨୦ ମିନିଟ୍ ପର୍ଯ୍ୟନ୍ତ ଦୁଇ ହାତରେ ଧରି ଛିଡା ହୋଇ ରହିଥିଲେ । ପରିବାର ଓ ଗାଁ ଲୋକେ ଆସିବା ପରେ ସେମାନଙ୍କୁ କୂଅରୁ ଉଦ୍ଧାର କରାଯାଇଥିଲା ।

କଳାହାଣ୍ଡି ଜିଲ୍ଲାର ରଞ୍ଜିତ ମାଝୀ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିଲେ । ଏହି ବୟସରେ ଜଣେ ମଦୁଆଙ୍କ ସହିତ ତାଙ୍କର ବାହାଘର ଠିକ କରିଦେଇଥିଲେ ତାଙ୍କ ବାପା । କିନ୍ତୁ ରଞ୍ଜିତା ଆଗକୁ ପାଠ ପଢ଼ିବାକୁ ଚାହୁଁଥିଲେ । ଏଥିପାଇଁ ସେ ତାଙ୍କ ବାପାଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ । ତେଣୁ ପୂଜା ଛୁଟିରେ ହଷ୍ଟେଲରେ ରହିବା ପାଇଁ ସୁପରିଟେଣ୍ଡଣ୍ଟଙ୍କ ଜରିଆରେ ପ୍ରଧାନ ଶିକ୍ଷକଙ୍କୁ ଅନୁରୋଧ କରିଥିଲେ । ପରେ କଥା ଯାଇ ପହଞ୍ଚିଥିଲା ଜିଲ୍ଲାପାଳଙ୍କ ପାଖରେ । ଜିଲ୍ଲାପାଳ ଘଟଣାକୁ ଗୁରୁତର ସହ ନେଇଥିଲେ । ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶପରେ ଶିଶୁ କଲ୍ୟାଣ ସମିତି କର୍ମକର୍ତ୍ତା ସ୍କୁଲରୁ ରଞ୍ଜିତା ଓ ତାଙ୍କ ଘରୁ ଅନ୍ୟ ଦୁଇ ଭଉଣୀକୁ ଉଦ୍ଧାର କରିଥିଲେ । ସେମାନେ ବାଳ ସୁଧାର ଗୃହରେ ରହି ପାଠ ପଢ଼ୁଛନ୍ତି । ରଞ୍ଜିତାଙ୍କ ଏପରି ଉଦ୍ୟମ ପାଇଁ ତାଙ୍କୁ ସାହାସିକତା ପୁରସ୍କାର ପ୍ରଦାନ କରାଯିବ ।

ସୂଚନାଥାଉ କି, ଏ ବର୍ଷ ପୁରସ୍କାର ପାଇବାକୁ ସମଗ୍ର ଦେଶରୁ ୨୧ଜଣ ପିଲା ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୮ଜଣ ବାଳିକା ଥିବା ବେଳେ ୧୩ଜଣ ବାଳକ ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା