Connect with us

ଓଡିଶା

୧୭ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର

ସାଙ୍କେତିକ

୧୭ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର
– ଭାରତୀୟ ବାୟୁସେନାର ପାକିସ୍ଥାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ ସ୍ୱାଗତ ପ୍ରସ୍ତାବ ପାରିତ
– ଓଡିଆ ଚଳଚ୍ଚିତ୍ର ବିକାଶ ପାଇଁ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ନୀତି-୨୦୧୯ ପାରିତ
ଭୁବନେଶ୍ୱର, ୨୬ ଫେବୃଆରୀ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟଠାରେ ରାଜ୍ୟ କ୍ୟାବିନେଟ ବୈଠକରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଅନୁମୋଦନ କରାଯାଇଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ରାଜ୍ୟରେ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି କରିବା ନିମନ୍ତେ ବୈଠକରେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ନୀତି-୨୦୧୯ ପ୍ରଣୟନ କରିବା ପାଇଁ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ଦେଇଛି । ଏହା ବ୍ୟତୀତ ପାକିସ୍ଥାନର ବାଲାକୋଟରେ ଭାରତୀୟ ବାୟୁସେନା ଆତଙ୍କବାଦୀଙ୍କର ଶିବିରକୁ ଧ୍ୱଂସ କରିଥିବା ଘଟଣାକୁ ସ୍ୱାଗତ କରି ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

ବୈଠକ ପରେ କ୍ୟାବିନେଟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କ୍ୟାବିନେଟର ନିଷ୍ପତି ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ଅନୁମୋଦିତ ହୋଇଥିବା ଚଳଚ୍ଚିତ୍ର ନୀତି ପ୍ରଚଳନ ହେଲେ ଉକ୍ରୃଷ୍ଟ ମାନର ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ, ଚଳଚ୍ଚିତ୍ର ପର୍ଯ୍ୟଟନ ନିମନ୍ତେ ସୁବିଧା ସୁଯୋଗ ସୃଷ୍ଟି, ଚଳଚ୍ଚିତ୍ର ଉତୋଳନ କ୍ଷେତ୍ର ଭାବେ ପ୍ରତିଷ୍ଠା ଏବଂ ତତ୍ ସଂଗେ ସଂଗେ ଅଧିକ ଚଳଚ୍ଚିତ୍ର ପ୍ରେକ୍ଷାଳୟ ଆଦି କ୍ଷେତ୍ରରେ ଉନ୍ନତି ସାଧନ ହୋଇପାରିବ । ଏହି ନୀତି ପ୍ରଣୟନ ପାଇଁ ଚଳଚ୍ଚିତ୍ର ଶିଳ୍ପ ସହିତ ସମ୍ପୃକ୍ତ ବ୍ୟକ୍ତି ବିଶେଷ, ସଂଘ, ଚଳଚ୍ଚିତ୍ର ବିଶେଷଜ୍ଞ ତଥା ସରକାରୀ ବିଭାଗ ଏବଂ ସଂସ୍ଥାଙ୍କ ସହିତ ବିଷଦଭାବେ ଆଲୋଚନା କରିବା ସହ ମତାମତ ନିଆଯାଇଛି । ଚଳଚ୍ଚିତ୍ର ନଗର, ମଲ୍ଟିପ୍ଲେକ୍ସ ଓ ଚଳଚ୍ଚିତ୍ର ପ୍ରେକ୍ଷାଳୟ ନିର୍ମାଣ ସଂକ୍ରାନ୍ତୀୟ ସମସ୍ତ ପ୍ରସ୍ତାବ ଓଡ଼ିଶା ସରକାର ପୁଂଜି ନିବେଶକାରୀଙ୍କ କାର୍ଯ୍ୟ ସରଳୀକରଣ ଓ ଅନୁସରଣ ନିମନ୍ତେ ଏକକ ବାତାୟନ ନାମକ ପୋଟାଲ ମାଧ୍ୟମରେ ବିଚାର କରାଯିବା ନିମେନ୍ତ ବ୍ୟବସ୍ଥା କରାଯାଇଛି ।

ଓଡ଼ିଶାର ଉନ୍ନତି, ସଂସ୍କୃତି, ଐତିହ୍ୟ, ପର୍ଯ୍ୟଟନସ୍ଥଳୀ, ବିଷୟବସ୍ତୁ ଆଧାରିତ ଇଂରାଜୀ, ହିନ୍ଦୀ, ଅନ୍ତର୍ଜାତୀୟ ଓ ଅନ୍ୟାନ୍ୟ ଭାଷାରେ ଚଳଚ୍ଚିତ୍ର ନିର୍ମାଣପାଇଁ ଚଳଚ୍ଚିତ୍ର ଉତୋଳନ ନିମନ୍ତେ ପ୍ରଯୋଜକ ମାନଙ୍କୁ ଉତ୍ସାହିତ କରିବା ପାଇଁ ୨.୫ କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା କରାଯାଇଛି । ସେହିପରି ଉକ୍ରର୍ଷ ସୌନ୍ଦର୍ଯ୍ୟ, ଉଚ୍ଚ ବୈଷୟିକ ମାନ ଏବଂ ସାମାଜିକ ସ୍ଥିତି ମାନ ଆଦି ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ମଧ୍ୟ ୨.୫ କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ସୁବିଧା ଦେବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଜଣେ ଚଳଚ୍ଚିତ୍ର ପ୍ରଯୋଜକ କ୍ଷେତ୍ରରେ ଅଧିକ ଦୁଇଗୋଟି ଯୋଗ୍ୟ ବିବେଚିତ ଚଳଚ୍ଚିତ୍ର ପାଇଁ ଚାରି କୋଟି ଟଙ୍କା ରିହାତି ବ୍ୟବସ୍ଥା କରାଯାଇଛି ।
ସେ ଆହୁରି କହିଥିଲେ ଯେ, ବୈଠକରେ ଓଡ଼ିଶାର ଉନ୍ନତି ସମେତ, ସଂସ୍କୃତି, ଐତିହ୍ୟ, ପର୍ଯ୍ୟଟନସ୍ଥଳୀ ଇତ୍ୟାଦି ବିଷୟ ଆଧାରିତ ହିନ୍ଦୀ ତଥା ଆନ୍ତର୍ଜାତୀୟ ଭାଷାରେ ଅନ୍ୟୁନ୍ୟ ୫୦ କୋଟି ଟଙ୍କା ବ୍ୟୟରେ ପ୍ରଥମ ତିନୋଟି ଚଳଚ୍ଚିତ୍ର ନିର୍ମାଣ ନିମନ୍ତେ ୧୦କୋଟି ଟଙ୍କା ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବ । ଏତଦ୍ ବ୍ୟତୀତ ଚଳଚ୍ଚିତ୍ର ନିର୍ମାଣକାରୀଙ୍କୁ ଚିତ୍ର ଉତୋଳନ ସମୟରେ ଉଡ଼ିଶାରେ ରହଣୀ ପାଇଁ ଉକ୍ତ ନୀତିରେ ରିହାତି ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । କଳିଙ୍ଗ ଷ୍ଟୁଡ଼ିଓର ଉନ୍ନତି ସାଧନ କ୍ଷେତ୍ରରେ ବିଶ୍ୱସ୍ତରୀୟ ଭିତିଭୂମି ଯୋଗାଇ ଦେବା ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ ।

ଉପଯୁକ୍ତ ପ୍ରୋତ୍ସାହନ ମାଧ୍ୟମରେ ରାଜ୍ୟର ଚଳଚ୍ଚିତ୍ର ନଗର, ଚଳଚ୍ଚିତ୍ର ପ୍ରେକ୍ଷାଳୟ ଏବଂ ମଲଟିପ୍ଲେକ୍ସ ନିର୍ମାଣ ନିମନ୍ତେ ଗୁରୁତ୍ୱ ଆରୋପ କରାଯାଇଛି । ପୁଂଜି ବିନିଯୋଗ ରହାତି, ସୁଧ ରିହାତି, ଷ୍ଟାମ୍ପ ଶୁଳ୍କ ଛାଡ଼, ଜମି କିସମର ପିରବର୍ତନ, ଦେୟ ପ୍ରତିପୂର୍ତି, ରାଜ୍ୟ ସାମଗ୍ରୀ, ସେବାକର ପ୍ରତିପୂର୍ତି, ବିଦ୍ୟୁତ ଶୁଳ୍କ ଛାଡ଼, ପରିବେଶ ଜନିତ ସୁରକ୍ଷା ଭତିଭୂମି ରିହାତି ଏବଂ ଚଳଚ୍ଚିତ୍ର ପ୍ରଦର୍ଶନ ଭିତିଭୂମି ବିକାଶ ନିମନ୍ତେ ସହାୟତା ଆଦି କ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ରାଜ୍ୟର ପ୍ରଥମ ଚଳଚ୍ଚିତ୍ର ନଗର ପ୍ରକଳ୍ପ ପ୍ରତିଷ୍ଠାକାରୀ ୩୦ କୋଟି ଟଙ୍କା ପର୍ଯ୍ୟନ୍ତ ପୁଂଜି ବିନିଯୋଗ ରିହାତି ନିମେନ୍ତ ଯୋଗ୍ୟ ବିବେଚିତ ହୋଇପାରିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା