Connect with us

ଓଡିଶା

୧୪ , ୧୫ରେ ଝଡବର୍ଷା ସମ୍ଭାବନା

ସାଙ୍କେତିକ

୧୪ , ୧୫ରେ ଝଡବର୍ଷା ସମ୍ଭାବନା
ଭୁବନେଶ୍ୱର,୧୨ ମାର୍ଚ୍ଚ – ଆସନ୍ତା ୧୪ ଓ ୧୫ ତାରିଖ ମଧ୍ୟରେ ଓଡିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ଝଡ଼ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି । ବିଶେଷ କରି ଉତର ଓ ଉପକୂଳ ଓଡିଶାରେ ବର୍ଷା ହୋଇପାରେ । ଉତର-ପଶ୍ଚିମ ଭାରତରେ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସର ପ୍ରଭାବ ଏବଂ ଏହା ପୂର୍ବାଂଚଳ ଆଡ଼କୁ ମୁହାଁଉଥିବା କାରଣରୁ ଉତର ଏବଂ ଉପକୂଳବର୍ତୀ ଓଡ଼ିଶାରେ ଝଡ଼ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଏହାର ପ୍ରଭାବରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଯାଜପୁର ଏବଂ ନୟାଗଡ଼ ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି । ସେହିପରି ଆଉ ଏକ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଯୋଗୁ ମାର୍ଚ୍ଚ ୧୮ରୁ ୨୧ ତାରିଖ ମଧ୍ୟରେ ଓଡ଼ିଶାରେ ଝଡ଼ତୋଫାନ ସହ ବର୍ଷା ଏବଂ ବଜ୍ରପାତ ହୋଇପାରେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା