Connect with us

ଓଡିଶା

୧୩୫ ଜଣ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ ଚିତ୍ର

୧୩୫ ଜଣ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର :- ରାଜ୍ୟରେ ସରକାରୀ କଲେଜ ମାନଙ୍କରେ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୩୫ ଜଣ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ଛାତ୍ର ଛାତ୍ରୀ ମାନଙ୍କର ଉଦ୍ଦେଶ୍ୟ ତଥା ଲକ୍ଷ୍ୟ ସାଧନ କରିବା ପାଇଁ ଉତ୍ସଗୀକୃତ ଭାବେ କାର୍ଯ୍ୟ କରିବା ଲାଗି ସେମାନଙ୍କୁ ପରାମର୍ଶ ଦେଇଛନ୍ତି ।
ସ୍ଥାନୀୟ ଜୟଦେବଭବନଠାରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଉଚ୍ଚଶିକ୍ଷା ଆନ୍ତର୍ଜାତୀୟ କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ନିଯୁକ୍ତି ପତ୍ର ଆବଂଟନ କରିଥିଲେ । ଏଥିରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗବେଷଣା ଏବଂ ଉଚ୍ଚ ଶିକ୍ଷାର ପେଣ୍ଠସ୍ଥଳୀ (ହବ୍) ରେ ପରିଣତ କରିବା ପାଇଁ ଉଦ୍ୟମ କରାଯାଇଛି । ଉନ୍ନତ ମାନର ମାନବ ସମ୍ବଳ କିପରି ସୃଷ୍ଟି କରାଯାଇ ପାରିବ ଶିକ୍ଷାବିତ, ପ୍ରଶାସକ ଏବଂ ଶିଳ୍ପପତିର ଏକାଠି ହେବାର ଆବଶ୍ୟକତା ରହିଛି । ଉଚ୍ଚଶିକ୍ଷାର ସୁପରିଚାଳନା, ଗବେଷଣା ଜନିତ ଭିତିଭୂମିର ବିକାଶ ଏବଂ ଅଭିନବ କୌଶଳ ଉପରେ ମୁଖ୍ୟମନ୍ତ୍ରୀ ଉପଯୁକ୍ତ ପରାମର୍ଶ ଦେବା ଉଚିତ ।

ସେ ଆହୁରି କହିଥିଲେ ଯେ, ଗତ କିଛି ବର୍ଷ ହେଲା ଶିକ୍ଷାର ମାନ ବୃଦ୍ଧି ପାଇଁ ବହୁ ସଂସ୍କାର ସରକାର ଆଣିଛନ୍ତି । ଇତି ମଧ୍ୟରେ ୫ଟି ନୂଆ ବିଶ୍ୱ ବିଦ୍ୟାଳୟ, ୮ଟି ମଡ଼େଲ ଡିଗ୍ରୀ କଲେଜ ସରକାର ଖୋଲିଛନ୍ତି । ଖୁବଶୀଘ୍ର ଆଉ ୬ଟି ଅଧିକ ନୂତନ ମଡ଼େଲ ଡିଗ୍ରୀ କଲେଜ ଖୋଲାଯିବ । ଏହା ବ୍ୟତୀତ ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ସମେତ ଦୁଇଟି ଅତିରିକ୍ତ ଆଂଚଳିକ ନିର୍ଦ୍ଦେଶାଳୟ ଖୋଲାଯାଇଛି । କଳିଙ୍ଗ ଶିକ୍ଷା ସାଥି ଯୋଜନାରେ ପିଲାମାନଙ୍କୁ ଏକ ପ୍ରତିଶତ ଶିକ୍ଷା ଋଣ, ଲାପଟପ, ଏବଂ ଅନାଥ ପିଲା ମାନଙ୍କୁ କିଟ୍ ଯୋଗାଇ ଦିଆଯାଉଛି । ଏହା ବ୍ୟତୀତ ଆଉ କେତେକ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯାଉଛି । ଓଡ଼ିଶାକୁ ସମଗ୍ର ଦେଶର ଏକ ଶ୍ରେଷ୍ଠ ମାନର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆନ୍ତର୍ଜତୀୟମାନର ହବ୍ କରିବା ପାଇଁ ଅଧ୍ୟବସାୟ ଏବଂ ସଂକଳ୍ପ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଉଚ୍ଚ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ବିଶ୍ୱ ବ୍ୟାଙ୍କରୁ ଆର୍ଥିକ ଋଣ ସହାୟତା ଅଣାଯାଇଛି । ଏହା ବ୍ୟତୀତ ଗବେଷଣା, କାର୍ଯ୍ୟକ୍ରମ, ଜ୍ଞାନର ଆଦାନ ପ୍ରଦାନ ପାଇଁ ଓଡ଼ିଶାରେ ଥିବା ସମସ୍ତ ବିଶ୍ୱ ବିଦ୍ୟାଳୟ ଜାତୀୟ ଓ ଆନ୍ତର୍ଜାତୀୟ ଶିକ୍ଷା ଅନୁଷ୍ଠାନ ସହିତ୧୮୨ଟି ଏମଓୟୁ କରାଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୧୦ଟି ବିିଶ୍ୱ ବିଦ୍ୟାଳୟ ଏବଂ ୫୨ଟି ସରକାରୀ କଲେଜରେ କ୍ୟାରିଆର କାଉନସେଲିଂ ସେଂଟର ଉଦଘାଟନ କରିଥିଲେ ।
ଏଥିରେ ଉଚ ଶିକ୍ଷା ମନ୍ତ୍ରୀ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଯୋଗ ଦେଇ ନିଜର ମତାମତ ରଖିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା