Connect with us

ବାଣିଜ୍ୟ

୧୨୭୬୮ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ଅନୁମୋଦନ

୧୨୭୬୮ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ଅନୁମୋଦନ

୧୨୭୬୮ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ଅନୁମୋଦନ
ଭୁବନେଶ୍ୱର,୨୩ା୮: କେନ୍ଦ୍ର ପ୍ରବର୍ତିତ ଯୋଜନା , ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା , ଘୋଷିତ ନୂତନ ଯୋଜନା ଏବଂ ଆଗାମୀ ଦିନରେ ଘୋଷଣା ହେବାକୁ ଥିବା ପ୍ରସ୍ତାବିତ ଯୋଜନାର କାର୍ଯ୍ୟକାରୀତା ପାଇଁ ଆବଶ୍ୟକୀୟ ଅର୍ଥ ପ୍ରଥମ ଅତିରିକ୍ତ ବଜେଟ୍ ରେ ବ୍ୟବସ୍ଥା କରାଯାଇଛି । ଏହାର ପରିମାଣ ଗତଆର୍ଥିକ ବର୍ଷ ର ପ୍ରଥମ ଅତିରିକ୍ତ ବଜେଟ୍ ଠାରୁ ପାଖାପାଖି ୩୦ ପ୍ରତିଶତ ବୃଦ୍ଧି କରାଯାଇଛି ।

ଏହି ବଜେଟ୍ ପାଖାପାଖି ୧୨,୭୬୮ କୋଟି ଟଙ୍କାର ହୋଇପାରେ ବୋଲି ଅନୁମାନ କରାଯାଉଛି । ଗୁରୁବାର ପୂର୍ବାହ୍ନରେ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରି ପରିଷଦ ବୈଠକରେ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ପ୍ରଥମ ଅତିରିକ୍ତ ବଜେଟ୍ ର ଚିଠା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।

ବୈଠକ ପରେ ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ଶଶି ଭୂଷଣ ବେହେରା କହିଛନ୍ତି ଯେ ଗତ ଅତିରିକ୍ତ ବଜେଟ୍ ର ପରିମାଣ ୧୦ ହଜାର କୋଟି ଟଙ୍କା ରହିଥିଲ । ଚଳିତ ଆର୍ଥିକ ବର୍ଷ ୨୦୧୮-୧୯ର ପ୍ରଥମ ଅତିରିକ୍ତ ବଜେଟ୍ ର ପରିମାଣ ସମ୍ପର୍କରେ କୌଣସି ସୂଚନା ଦେଇ ନଥିଲେ । ମୌସୁୁମୀ ଅଧିବେଶନର ବୈଠକ ପାଇଁ ସମନ ଜାରୀ କରାଯାଇଥିବାରୁ ସେସମ୍ପର୍କରେ ସୂଚନା ଦିଆଯାଇପାରିନାହିଁ ବୋଲି ବିଧି ରହିଛି ବୋଲି ସେ କହିଥିଲେ । ତେବେ ଭିତିଭୂମିର ବିକାଶ , ଜଳସେଚନ , ରାସ୍ତା , ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଉକ୍ତ ଅତିରିକ୍ତ ବଜେଟ୍ ରେ ପ୍ରାଥମିକତା ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀ କହିଥିଲେ । ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ଶେଷ କରିବା ଉପରେ ଗୁରୁତ୍ୱ ଦିଆଯାଇ ଅର୍ଥ ବ୍ୟବସ୍ଥା କରାଯାଇଛି ।

ମନ୍ତ୍ରୀ ଶ୍ରୀ ବେହେରା ଆହୁରି କହିଥିଲେ ଯେ ବିଭାଗ ଗୁଡିକ ବଜେଟ୍ ବ୍ୟୟ ସମ୍ପର୍କିତ ବିନିଯୋଗ ପ୍ରମାଣ ପତ୍ର ଦେବା ପାଇଁ ବିଭାଗୀୟ ମନ୍ତ୍ରୀ ମାନଙ୍କ କୁହାଯାଇଛି । ଉକ୍ତ ବୈଠକରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ବାଣିଜ୍ୟ