Connect with us

ଅପରାଧ

ହେଲିକପଟର ପ୍ରସଙ୍ଗ ଗୃହରେ ଉଠିଲା l

ହେଲିକପଟର ପ୍ରସଙ୍ଗ ଗୃହରେ ଉଠିଲା l

ଭୁବନେଶ୍ୱର :- ଶୁନ୍ୟକାଳ ସମୟରେ ଗୃହ ମଧ୍ୟରେ ଚିଲିକା ଉପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ହେଲିକ୍ୟାପ୍ଟର ଉଡାଣ କରିବା ସହ ନଙ୍ଗାନାସି ମୁହାଣ ନିକଟରେ ହେଲିକ୍ୟାପ୍ଟର ଅବତରଣ କରିବା, କୋଣାର୍କ ମନ୍ଦିର ଉପରେ ସାମ୍ବାଦିକ ଅଭିଜିତ୍ ଆୟାର ଅରୁଚିକର ମନ୍ତବ୍ୟ ଦେଇ ଓଡିଶାର ସ୍ୱାଭିମାନ ଉପରେ ଆଂଚ ଆଣିବା ଏବଂ ହାଇକୋର୍ଟ ସମେତ ତଳ କୋର୍ଟ ମାନଙ୍କରେ ବିଚାର ବ୍ୟବସ୍ଥା ଠପ୍ ହୋଇଯିବା ଏବଂ ସାଧାରଣ ଲୋକ ନ୍ୟୟ ପାଇବାରୁ ବଂଚିବ ପାଇବା ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଭ୍ୟମାନେ ଉଦବେଗ ପ୍ରକାଶ କରିଥିଲେ ।

ନ୍ୟାୟାଳୟର ଅଚଳାବସ୍ଥା ପାଇଁ କିପରି ଅତିଶୀଘ୍ର ଦୂର ହୋଇପାରିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାପାଇଁ ସେମାନେ ଦାବି କରିଥିଲେ । ସାମ୍ବାଦିକ ଆୟାର ଦେଇଥିବା ଅରୁଚିକର ମନ୍ତବ୍ୟ ପାଇଁ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିରୋଧୀ ଦଳ ନେତା ଶ୍ରୀ ନରସିଂହ ମିଶ୍ର ଦାବି କରିଥିଲେ । କଂଗ୍ରେସ ସଭ୍ୟମାନେ ଏହାକୁ ସମର୍ଥନ ଦେଇଥିଲେ । ସେହିପରି ଚିଲିକା ଉପରେ ହେଲିକ୍ୟାପ୍ଟର ଉଡାଣ ଏବଂ ଅବତରଣ ନେଇ ସାଂସଦ ଶ୍ରୀ ପଣ୍ଡାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ।

ଅପରପକ୍ଷରେ କେନ୍ଦ୍ର ସରକାର ମହାତ୍ମା ଗାନ୍ଧିଙ୍କର ୧୫୦ ଜୟନ୍ତୀ ପୂର୍ତି ପାଳନ କରିବାକୁ ଯାଉଛନ୍ତି । ଆମ ରାଜ୍ୟରେ ଚଳିତ ବର୍ଷ କିପରି ପାଳନ କରାଯିବ ସେଥିନେଇ ବଜେଟ୍ ରେ ଅର୍ଥର ବ୍ୟବସ୍ଥା ହେଉଛି କି ନାହିଁ ବିରୋଧୀ ଦଳ ସଦସ୍ୟମାନେ ପ୍ରଶ୍ନ କରିଥିଲେ । ସେହିପରି ଏହାକୁ ପାଳନ କରିବା ପାଇଁ କିକି ବ୍ୟବସ୍ଥା ଗ୍ରହଣ କରାଯାଇଛି ସେସମ୍ପର୍କରେ ଗୃହରେ ବିବୃତି ରଖିବା ପାଇଁ ସେମାନେ ଦାବି କରିଥିଲେ । ବିରୋଧୀ ଦଳ ନେତା ଶ୍ରୀ ନରସିଂହ ମିଶ୍ର ଏହି ସବୁ ପ୍ରସଙ୍ଗ ଉଠାଇଥିଲେ । ତାଙ୍କର ଦାବିକୁ ତାରା ପ୍ରସାଦ ବାହିନୀପତି ସମର୍ଥନ ଜଣାଇଥିବା ବେଳେ ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ବିରୋଧୀ ଦଳ ନେତାଙ୍କ ଅଭିଯୋଗ ସହିତ ସହମତି ପ୍ରକାଶ କରିଥିଲେ । ତାଙ୍କ ଦଳର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ, ଚିଲିକା ଘଟଣାରେ ଆଇନକୁ ତା ବାଟରେ କାମ କରିବାକୁ ଛାଡି ଦିଆଯାଉ । ଅଭିଜିତ ଆୟାର ଜଣେ ଆରଏସଏସ୍ ଲୋକ । ଜଗନ୍ନାଥ ସର୍ବଧର୍ମ ସମନ୍ୱୟକାରୀ । ଆରଏସଏସ ତାକୁ ବିରୋଧ କରେ । ଅନ୍ୟପକ୍ଷରେ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ ଅଭିଜିତ୍ ଙ୍କର ଆରଏସଏସ ସହିତ କୌଣସି ସମ୍ପର୍କ ନାହିଁ । ମୁଖ୍ୟମନ୍ତ୍ରୀ ଚିଲିକା ଉପରେ ବହୁବାର ହେଲିକ୍ୟାପ୍ଟରେ ଯାଇଛନ୍ତି । ସେତେବେଳେ କଣ ଜୈବ ବିବିଧତା ନଷ୍ଟ ହେଉନଥିଲା କି ? ବୋଲି ସେ ପ୍ରଶ୍ନ କରିଥିଲେ l

 

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ