Connect with us

ଖେଳ

ହିମା ଦାସଙ୍କୁ ମହିଳା ୪୦୦ ମିଟର ଦୌଡ଼ରେ ରୌପ୍ୟ ପଦକ l

ହିମା ଦାସଙ୍କୁ ମହିଳା ୪୦୦ ମିଟର ଦୌଡ଼ରେ ରୌପ୍ୟ ପଦକ l

ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗ ଠାରେ ଚାଲିଥିବା ୧୮ ତମ ଏସୀୟ କ୍ରୀଡ଼ାରେ ଭାରତର ହିମା ଦାସ ମହିଳା ୪୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଛନ୍ତି। ଅନ୍ତର୍ଜାତୀୟ କ୍ରୀଡ଼ା ମହୋତ୍ସବର ଅଷ୍ଟମ ଦିନ ରବିବାରରେ ହିମା ଦାସ ମହିଳା ୪୦୦ ମିଟର ଦୌଡ଼ରେ ୫୦.୭୯ ସେକେଣ୍ଡରେ ଲକ୍ଷ୍ୟ ପୂରା କରି ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ଜିତିଛନ୍ତି। ଏହି ଦୌଡ ଜିବିକେ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ଏହି ସ୍ପର୍ଦ୍ଧାରେ ଭାରତୀୟ ଆଥଲେଟିକ ନିର୍ମଳାଙ୍କୁ ୪ର୍ଥ ସ୍ଥାନ ମିଳିଛି।
ପୁରୁଷ ୪୦୦ ମିଟର ପ୍ରତିଯୋଗିତାର ଫାଇନାଲରେ ଭାରତର ଧାବକ ମହମ୍ମଦ ଅନସ ୟାହିୟା ରୌପ୍ୟ ପଦକ ଜିତିଛନ୍ତି। ଅନସ ୪୫.୬୯ ସେକେଣ୍ଡରେ ନିଜ ଲକ୍ଷ୍ୟ ପୂରା କରିଥିଲେ। କତାର ପ୍ରତିଯୋଗୀ ଅବ୍ଦାଲେହ ହାସନ ୪୪.୮୯ ସେକେଣ୍ଡରେ ଲକ୍ଷ୍ୟ ପୂରା କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

More in ଖେଳ