Connect with us

ଦେଶ

ହିନ୍ଦୀରେ ଚତ୍ରା ଏବଂ ଊର୍ଦ୍ଦୁରେ ରହମାନଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର

ସାଙ୍କେତିକ ଚିତ୍ର

ହିନ୍ଦୀରେ ଚତ୍ରା ଏବଂ ଊର୍ଦ୍ଦୁରେ ରହମାନଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର
ନୂଆଦିଲ୍ଲୀ,୫ା୧୨ : କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବୁଧବାର ୨୦୧୮ ବର୍ଷ ପାଇଁ ‘ସାହିତ୍ୟ ଏକାଡେମୀ’ ପୁରସ୍କାର ଘୋଷଣା କରିଛି । ଏହି କ୍ରମରେ ହିନ୍ଦୀ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଚିତ୍ରା ମୁଦ୍ଗଲ, ସଂସ୍କୃତରେ ରମା କାନ୍ତ ଶୁକ୍ଳା, ଊର୍ଦ୍ଧୁରେ ରହମାନ ଅବାସ୍, ଇଂରାଜୀରେ ଅନୀସ ସଲିମ୍, ନେପାଳୀରେ ଲୋକନାଥ ଉପାଧ୍ୟାୟ ଏବଂ ତାମିଲରେ ଏସ୍.ରାମକୃଷ୍ଣନଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

୨୪ଟି ଭାଷା ସାହିତ୍ୟରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଉଛି । ଏହା ମଧ୍ୟରେ କବିତା ସଂକଳନ ପାଇଁ ୭ଟି, ଉପନ୍ୟାସ ପାଇଁ ୬ଟି, କ୍ଷୁଦ୍ର ଗଳ୍ପ ପାଇଁ ୬ଟି, ସାହିତ୍ୟ ସମୀକ୍ଷା ଏବଂ ନିବନ୍ଧ ସଂକଳନ ପାଇଁ ୫ଟି ପୁରସ୍କାର ଅନ୍ତର୍ଭୁକ୍ତ ରହିଛି । ଏକାଡେମୀ ସଚିବ କେ.ଶ୍ରୀନିବାସ ରାଓ ସାମ୍ବାଦିକ ସମ୍ମିଳନୀରେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଛନ୍ତି । ସେ କହିଥିଲେ ଯେ, ୩ ସଦସ୍ୟ ବିଶିଷ୍ଟ ବିଚାରକ ମଣ୍ଡଳୀର ସୁପାରିଶ ଆଧାରରେ ସମସ୍ତ ଭାଷାର ପୁସ୍ତକଗୁଡିକୁ ଚୟନ କରାଯାଇଥିଲା । ଧାର୍ଯ୍ୟ ନିୟମ ଅନୁସାରେ ବିଜେତାଙ୍କୁ ଚୟନ କରାଯାଇଛି ।

୨୪ ଭାଷା ସାହିତ୍ୟରେ ‘ସାହିତ୍ୟ ଏକାଡେମୀ’ ପୁରସ୍କାର ବିଜେତାଙ୍କୁ ଆସନ୍ତା ବର୍ଷ ଜାନୁଆରୀ ମାସରେ ଏକ ବିଶେଷ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀ ସ୍ଥିତ କମାନି ସଭାଗୃହରେ ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ଆକାରରେ ସାହିତ୍ୟିକଙ୍କୁ ପଶସ୍ତିପତ୍ର, ସ୍ମାରକୀ, ସିଲ ଏବଂ ଏକଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ