Connect with us

ଓଡିଶା

ହିଂଜିଳି ଓ ବିଜେପୁରରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ

ହିଂଜିଳି ଓ ବିଜେପୁରରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ
– ୫୪ ବିଧାନସଭା , ୯ ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା
ଭୁବନେଶ୍ୱର,୧୮ ମାର୍ଚ୍ଚ – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨ଟି ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିବେ । ସେ ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀର ହିଂଜିଳି ଓ ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପୁରରୁ ଲଢିବେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନବୀନ ନିବାସ ଠାରେ ଏହି ଘୋଷଣା କରିଛନ୍ତିି । ଏହାସହ ବିଜେଡି ପକ୍ଷରୁ ୫୪ଟି ବିଧାନସଭା ଆସନ ଓ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ମଧ୍ୟ ଘୋଷଣା କରିଛନ୍ତି ।
ବ୍ରହ୍ମପୁର ଲୋକସଭା ଆସନରୁ ଚନ୍ଦ୍ର ଶେଖର ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବଲାଙ୍ଗୀର ପାଇଁ କଳିକେଶ ସିଂହଦେଓ, ବରଗଡ- ପ୍ରସନ୍ନ ଆଚାର୍ଯ୍ୟ , କଳାହାଣ୍ଡି – ପୁଷ୍ପେନ୍ଦ୍ର ସିଂହଦେଓ , ନବରଙ୍ଗପୁର- ରମେଶ ମାଝୀ , କୋରାପୁଟ – କୌଶଲ୍ୟା ହିକକା ,କନ୍ଧମାଳ – ଅଚ୍ୟୁତ ସାମନ୍ତ ,ଆସିକା – ପ୍ରମିଳା ବିଶୋୟୀ ଓ ସୁନ୍ଦରଗଡ – ସୁନୀତା ବିଶ୍ୱାଳ ବିଜେଡି ପ୍ରାର୍ଥୀ ହୋଇଛନ୍ତି ।
ସେହିପରି ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ବ୍ରହ୍ମପୁର ବିଧାନସଭା ଆସନ ପାଇଁ ବିକ୍ରମ ପଣ୍ଡାଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଗୋପାଳପୁର- ଡ. ପ୍ରଦୀପ ପାଣିଗ୍ରାହୀ , ଦିଗପହଣ୍ଡି – ସୂର୍ଯ୍ୟ ନାରାୟଣ ପାତ୍ର , ଚିକିଟି – ଉଷାଦେବୀ , ଛତ୍ରପୁର – ସୁବାଷ ଚନ୍ଦ୍ର ବେହେରା ,ପାରାଳାଖେମୁଣ୍ଡି – କଲ୍ୟାଣୀ ଗଜପତି , ମୋହନା – ପୂର୍ଣ୍ଣବାସୀ ନାୟକ ପ୍ରାର୍ଥୀ ହୋଇଛନ୍ତି । ବଲାଙ୍ଗୀର ଲୋକସଭା ଅନ୍ତର୍ଗତ ଟିଟିଲାଗଡ ବିଧାନସଭା ଆସନ ପାଇଁ ଟୁକୁନି ସାହୁ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ପାଟଣାଗଡ – ସରୋଜ ମେହେର , ସୋନପୁର – ନିରଂଜନ ପୂଜାରୀ , କଂଟାବାଂଝି – ଅଜୟ ଦାସ , ବୀରମହାରାଜପୁର – ପଦ୍ମନାଭ ବେହେରା ପ୍ର୍ରାର୍ଥୀ ହୋଇଛନ୍ତି । ବରଗଡ ଲୋକସଭା ଅନ୍ତର୍ଗତ ବରଗଡ ବିଧାନସଭା ପାଇଁ ଦେବେଶ ଆଚାର୍ଯ୍ୟ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ଅତାବିରା- ସ୍ନେହାଙ୍ଗୀନୀ ଛୁରିଆ , ଭଟଲି – ସୁଶାନ୍ତ ସିଂହ , ପଦ୍ମପୁର – ବିଜୟ ରଂଜନ ସିହଂ ବରିହା , ବିଜେପୁର – ନବୀନ ପଟ୍ଟନାୟକ , ଝାରସୁଗୁଡା – ନବ କିଶୋର ଦାସ ପ୍ରାର୍ଥୀ ହୋଇଛନ୍ତି ।
କଳାହାଣ୍ଡି ଲୋକସଭା ଅନ୍ତର୍ଗତ ଭବାନୀପାଟଣା ବିଧାନସଭା ଆସନ ପାଇଁ ଦୁଷ୍ମନ୍ତ ନାୟକ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ନର୍ଲା – ଭୂପିନ୍ଦ୍ର ସିଂହ , ଜୁନାଗଡ – ଦିବ୍ୟ ଶଙ୍କର ମିଶ୍ର , ଧର୍ମଗଡ- ମହୌଷଧି ବାଗ୍ , ନୂଆପଡା – ରାଜେନ୍ଦ୍ର ଢୋଲକିୟା , ଖରିଆର – ଲମ୍ବୋଦର ନିଆଲ ପ୍ରାର୍ଥୀ ହୋଇଛନ୍ତି ।
ସେହିପରି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନବରଙ୍ଗପୁର ବିଧାନସଭା ଆସନ ପାଇଁ ସଦାଶିବ ପ୍ରଧାନୀ ପ୍ରାର୍ଥୀ ହୋଇଥିବା ବେଳେ ଉମରକୋଟ – ସୁବାଷ ଗଣ୍ଡ , ଡାବୁଗାଁ – ମନୋହର ରନ୍ଧାରୀ , କୋଟପାଡ – ପଦ୍ମିନୀ ଦିଆନ୍ ,ଚିତ୍ରକୋଣ୍ଡା – ପୂର୍ଣ୍ଣ ଚନ୍ଦ୍ର ବକା ପ୍ରାର୍ଥୀ ହୋଇଛନ୍ତି ।
କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଷମକଟକ ବିଧାନସଭା ଆସନ ପାଇଁ ଜଗନ୍ନାଥ ସାରିକା ପ୍ରାର୍ଥୀ ହୋଇଥିବା ବେଳେ ଗୁଣପୁର – ରଘୁରାମ ଗମାଙ୍ଗ , ରାୟଗଡା – ଲାଲ ବିହାରୀ ହିମିରିକା , କୋରାପୁଟ – ରଘୁରାମ ପୋଡାଲ , ଲକ୍ଷ୍ମୀପୁର – ପ୍ରଭୂ ଜାନି , ଜୟପୁର – ରବି ନାରାୟଣ ନନ୍ଦ ପ୍ରାର୍ଥୀ ହୋଇଛନ୍ତି ।
କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଗୁଡା – ଚନ୍ଦ୍ର ଶେଖର କହଁର, ଜି. ଉଦୟଗିରି – ସାଲୁକା ପ୍ରଧାନ , ବୌଦ୍ଧ – ପ୍ରଦୀପ ଅମାତ୍ , କଂଟାମାଳ – ମହୀଧର ରଣା , ଭଂଜନଗର – ବିକ୍ରମ କେଶରୀ ଆରୁଖ , ଦଶପଲ୍ଲା – ରମେଶ ବେହେରା ପ୍ରାର୍ଥୀ ହୋଇଛନ୍ତି ।
ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆସ୍କା – ମଂଜୁଳା ସ୍ୱାଇଁ ,ସୋରଡା – ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ
ଁ , ସାନଖେମୁଣ୍ଡି – ନନ୍ଦିନୀ ଦେବୀ , ହିଂଜିଳି – ନବୀନ ପଟ୍ଟନାୟକ , ପୋଲସରା – ଶ୍ରୀକାନ୍ତ ସ୍ୱାଇଁ , କବି ସୂର୍ଯ୍ୟନଗର – ଲତିକା ପ୍ରଧାନ , ଖଲ୍ଲିକୋଟ – କେ.କେ. ସୂର୍ଯ୍ୟମଣି ବୈଦ୍ୟ ପ୍ରାର୍ଥୀ ହୋଇଛନ୍ତି ।
ସୁନ୍ଦରଗଡ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁନ୍ଦରଗଡ – ଯୋଗେଶ ସିଂହ, ରାଜଗାଙ୍ଗପୁର – ମଙ୍ଗଳା କିଷାନ , ତଳସରା – ଷ୍ଟିଫେନ୍ ସୋରେନ୍ , ରାଉରକେଲା – ସାରଦା ପ୍ରସାଦ ନାୟକ , ରଘୁନାଥପାଲୀ – ସୁୁବ୍ରତ ତରାଇ , ବଣାଇ – ରଂଜିତ କିଷାନ ପ୍ରାର୍ଥୀ ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା