Connect with us

ବିଦେଶ

ହାଫିଜ୍ ସୟିଦ ଦ୍ୱାରା ପରିଚାଳିତ ସଂଗଠନ ଉପରୁ ପ୍ରତିବନ୍ଧକ ହଟାଇଲେ ଇମ୍ରାନ

ସାଙ୍କେତିକ ଚିତ୍ର

ହାଫିଜ୍ ସୟିଦ ଦ୍ୱାରା ପରିଚାଳିତ ସଂଗଠନ ଉପରୁ ପ୍ରତିବନ୍ଧକ ହଟାଇଲେ ଇମ୍ରାନ
ଇସଲାମାବା,୨୬ା୧୦ : ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍ ସହିଦ ଦ୍ୱାରା ପରିଚାଳିତ ସଂଗଠନ ଗୁଡିକ ଉପରୁ ପାକିସ୍ତାନ ସରକାର ପ୍ରତିବନ୍ଧକ ହଟାଇ ଦେଇଛନ୍ତି । ହାଫିଜ୍ ସୟିଦ ପରିଚାଳିତ ଜମାତ-ଉଦ୍-ଦାବ (ଜେୟୁଡି), ଫଲହ-ଏ-ଇନ୍ସାନିୟତ ଫାଉଣ୍ଡେସନ (ଏଫଆଇଏଫ୍) ଭଳି ସଂଗଠନ ଗୁଡିକ ଉପରୁ ଇମ୍ରାନ ସରକାର କଟକଣା ପ୍ରତ୍ୟାହାର କରିଦେଇଥିବା ସୂଚନା ମିଳିଛି ।

ଫଳରେ ଆତଙ୍କବାଦୀ ଓ ପାକିସ୍ତାନ ସରକାରଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ପୁଣିଥରେ ପଦାକୁ ଆସିଛି । ମିଳିତ ଜାତିସଂଘର ପ୍ରସ୍ତାବ ଅନୁସାରେ ହାଫିଜ ସୟିଦ ଦ୍ୱାରା ପରିଚାଳିତ ସଂଗଠନ ଗୁଡିକ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଚଳିତ ବର୍ଷ ଫେବୃଆରୀ ମାସରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ମମନୁନ ହୁସେନ ଏକ ଅଧ୍ୟାଦେଶ ଦ୍ୱାରା ଜମାତ-ଉଦ୍-ଦାବା ଏବଂ ଏଫ୍ଆଇଏଫ୍ ଭଳି ସଂଗଠନ ଉପରେ କଟକଣା ଜାରି କରିଥିଲେ । ଆତଙ୍କବାଦ ନିରୋଧ ଆଇନ୦୧୯୯୭କୁ ସଂଶୋଧନ କରି ଏହି ସଂଗଠନ ଗୁଡିକୁ ପ୍ରତିବନ୍ଧକ ତାଲିକାଭୁକ୍ତ କରାଯାଇଥିଲା । ଏବେ ପାକିସ୍ତାନ ରାଷ୍ଟ୍ରପତିଙ୍କ ଦ୍ୱାରା ଏକ ଅଧ୍ୟାଦେଶ ଜାରି କରାଯାଇ ଏହି ସଂଗଠନ ଗୁଡିକୁ ପ୍ରତିବନ୍ଧକ ତାଲିକାରୁ ବାହାର କରି ଦିଆଯାଇଛି ।

ଇସଲାମାବାଦ ହାଇକୋର୍ଟରେ ଗତ ବୁଧବାର ହାଫିଜ୍ ସୟିଦଙ୍କ ଓକିଲ ଜେୟୁଡି ଏବଂ ଏଫ୍ଆଇଏଫ୍କୁ ପ୍ରତିବନ୍ଧକ ତାଲିକାରୁ ବାଦ ଦେବାକୁ ଯୁକ୍ତି ବାଢ଼ିଥିଲେ । ସେ କହିଥିଲେ ଯେ, ପୂର୍ବତନ ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି ଅଧ୍ୟାଦେଶ ନିଷ୍ପ୍ରଭ ହୋଇଯାଇଛି ଓ ଏହାର ଅବଧିକୁ କେବେବି ବଢ଼ାଯାଇନାହିଁ । ତେଣୁ ଏହି ସଂଗଠନଗୁଡିକୁ କଟକଣା ତାଲିକାରୁ ବାଦ ଦିଆଯାଉ । ଏହି କ୍ରମରେ ପାକିସ୍ତାନ ସରକାର ହାଫିଜ୍ ପରିଚାଳିତ ସଂଗଠନ ଗୁଡିକ ଉପରୁ କଟକଣା ହଟାଇ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ