Connect with us

ଅପରାଧ

ହାଇକୋର୍ଟ ବେଞ୍ଚ ଦାବିରେ ପଶ୍ଚିମ ଓଡିଶା ବନ୍ଦ

ସାଙ୍କେତିକ ଚିତ୍ର

ହାଇକୋର୍ଟ ବେଞ୍ଚ ଦାବିରେ ପଶ୍ଚିମ ଓଡିଶା ବନ୍ଦ
ଜୀବନ ଯାତ୍ରା ଠପ୍ ,ସାମିଲ ହେଲାନି ବଲାଙ୍ଗିର ବାର ଆସୋସିଏସନ୍, ୯ ଟ୍ରେନ୍ ବାତିଲ
ଭୁବନେଶ୍ୱର,୨୯ା୧୧ : ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗୁରୁବାର ଠାରୁ ୪୮ ଘଂଟିଆ ପଶ୍ଚିମ ଓଡିଶା ମହାବନ୍ଦ ଆରମ୍ଭ ହୋଇଛି । ବନ୍ଦ ଫଳରେ କେନ୍ଦ୍ର ଓ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ , ବ୍ୟବସାୟିକ ପ୍ରତିଷ୍ଠାନ , ସ୍କୁଲ ଓ କଲେଜ ପ୍ରଭୃତି ବନ୍ଦ ରହିଛି । ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରାଯାଇଛି । ବନ୍ଦ ଦ୍ୱାରା ଯାନବାହନ ଚଳାଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି । ବସ୍ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି । କମିଟିର ସଦସ୍ୟମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତିି ।

ବନ୍ଦ ଫଳରେ ଶହ ଶହ ଟ୍ରକ୍ ରାଜପଥରେ ଅଟକି ରହିଛି । କେବଳ ଜରୁରୀ ବ୍ୟବସ୍ଥାକୁ ବନ୍ଦରୁ ବାଦ୍ ଦିଆଯାଇଛି । ବନ୍ଦ୍ ଯୋଗୁଁ ୯ଟି ଟ୍ରେନ୍ କୁ ବାତିଲ୍ କରି ଦିଆଯାଇଛି । କିଛି ଟ୍ରେନ୍ କୁ ଆଂଶିକ ବାତିଲ କରାଯାଇଥିବା ବେଳେ ଆଉ କିଛିର ରୁଟ୍ ପରିବର୍ତନ କରାଯାଇଛି । ସମ୍ବଲପୁର -ରାୟଗଡା , ସମ୍ବଲପୁର -ପୁରୀ ଇଂଟରସିଟି , ଭୁବନେଶ୍ୱର- ବଲାଙ୍ଗୀର, ସମ୍ବଲପୁର -ଝାରସୁଗୁଡା , ସମ୍ବଲପୁର-କୋରାପୁଟ/ଜୁନାଗଡ , ଟିଟଲାଗଡ-ସମ୍ବଲପୁର , ସମ୍ବଲପୁର ଜମ୍ମୁ ତାୱି , ରାଉରକେଲା -ସମ୍ବଲପୁର ଓ ବିଳାସପୁର- ଟିଟିଲାଗଡ । ସେହିପରି ୫ ଟି ଟ୍ରେନ୍ କୁ ଆଂଶିକ ବାତିଲ କରାଯାଇଛି ଏବଂ ୩ଟି ଟ୍ରେନ୍ ର ଗତିପଥରେ ପରିବର୍ତନ କରାଯାଇଛି ।

ସମ୍ବଲପୁର ଜିଲ୍ଳା ଓକିଲ ସଂଘ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବାର୍ ଅ।ସୋସିଏସନ୍ ଏବଂ ଅନ୍ୟାନ୍ୟ ସାମାଜିକ ସଂଗଠନ ଏହି ମହାବନ୍ଦରେ ସାମିଲ ହୋଇଛନ୍ତି । ତେବେ ବଲାଙ୍ଗିର ଓକିଲ ସଂଘ ଏହି ବନ୍ଦରେ ସାମିଲ ହୋଇନି । ତେଣୁ ଏଠାରେ ମହାବନ୍ଦର ପ୍ରଭାବ ପଡ଼ି ନାହିଁ । ଜିଲ୍ଲାରେ ସ୍ୱାଭାବିକ ସ୍ଥିତି ରହିଛି । ପ୍ରଥମ ଦିନରେ ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଅ।ଦି ଜିଲ୍ଲାରେ ଜୀବନଯାତ୍ରା ଏକ ପ୍ରକାର ବନ୍ଦ ହୋଇଯାଇଥିଲା । କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ସମେତ ବିଭିନ୍ନ ସଂଗଠନ ଏବଂ ପ୍ରମୁଖ ରାଜନୈତିକ ଦଳ ଏହି ବନ୍ଦରେ ସାମିଲ ହୋଇଥିଲେ । ଶୁକ୍ରବାର ମଧ୍ୟ ବନ୍ଦ୍ ଜାରି ରହିବ । ଏହାପରେ ବି ସରକାର କୌଣସି ପଦକ୍ଷେପ ନନେଲେ ଅ।ନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛି କ୍ରିୟାନୁଷ୍ଠାନ କମିଟି । ପଶ୍ଚିମ ଓଡିଶାରେ ସ୍ଥାୟୀ ବେଂଚ ସ୍ଥାପନ ସରକାର ଚାହାନ୍ତି । ଏଥିପାଇଁ କେନ୍ଦ୍ରକୁ ବାରମ୍ବାର ଚିଠି ଲେଖାଯାଇଛି ବୋଲି ବିଜେଡି ମୁଖପାତ୍ର ପ୍ରତାବ ଦେବ କହିଛନ୍ତି ।

ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ ଯଶୋବନ୍ତ ସିଂହ କମିଶନଙ୍କ ସୁପାରିଶ ଅନୁଯାୟୀ ହାଇକୋର୍ଟ ବେଂଚ ପ୍ରତିଷ୍ଠା ହେବା ଦରକାର । କଂଗ୍ରେସ ମଧ୍ୟ ତାହା ଚାହେଁ । ଦକ୍ଷିଣ ଓଡିଶାରେ ମଧ୍ୟ ହାଇକୋର୍ଟ ବେଂଚ ପ୍ରତିଷ୍ଠା କରାଯାଉ । କେଉଁଠାରେ ଏହି ବେଂଚ ସ୍ଥାପନ ହେବ ସେନେଇ କେନ୍ଦ୍ର ବହୁବାର ରାଜ୍ୟକୁ ଚିଠି ଲେଖିଥିଲେ ହେଁ ରାଜ୍ୟ ସରକାର ଜବାବ୍ ଦେଉ ନାହାନ୍ତି । ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ସରକାରଙ୍କର ଏଥିପ୍ରତି ଆନ୍ତରିକତା ନାହିଁବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ