Connect with us

ଅପରାଧ

ହାଇକୋର୍ଟକୁ ଗଲା କ୍ରାଇମବ୍ରାଞ୍ଚ୍

ସାଙ୍କେତିକ

ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲା
ହାଇକୋର୍ଟକୁ ଗଲା କ୍ରାଇମବ୍ରାଞ୍ଚ୍
ଭୁବନେଶ୍ୱର,୧୭ା୧: ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲା ହାଇକୋର୍ଟକୁ ଯାଇଛି । ମାମଲାରେ ତଳ କୋର୍ଟ ଦେଇଥିବା ରାୟକୁ ·ଲେଞ୍ଜ କରି କ୍ରାଇମବ୍ରାଂଚ ହାଇକୋର୍ଟରେ ଅପିଲ କରିଛି । ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ଡିତ କରିବା ପାଇଁ କ୍ରାଇମବ୍ରାଂଚ ଅପିଲ କରିଛି । ସୂଚନାଯୋଗ୍ୟ ଯେ, ପିପିଲି ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଭାଇ ପ୍ରଶାନ୍ତ ପ୍ରଧାନ ଓ ସୁକାନ୍ତ ପ୍ରଧାନଙ୍କୁ ଭୁବନେଶ୍ୱର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦୋଷମୁକ୍ତ କରିଥିଲେ ।

କୋର୍ଟଙ୍କ ରାୟ ଉପରେ ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ବିବାଦୀୟ ବୟାନ ଦେଇଥିଲେ । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏଥିପାଇଁ ମନ୍ତ୍ରୀଙ୍କୁ ପଦ ମଧ୍ୟ ହରାଇବାକୁ ପଡିଥିଲା । ୨୦୧୧ ନଭେମ୍ବର ୨୯ ତାରିଖରେ ପିପିଲି ଅର୍ଜୁନଗଦା ନିକଟ ବିଲ ଭିତରୁ ପୀଡ଼ିତାକୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ ଦୁଷ୍କର୍ମ ସହ ହତ୍ୟା ଲାଗି ଉଦ୍ୟମ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ