Connect with us

ଖେଳ

ହକି ବିଶ୍ୱକପ୍ ସୁରକ୍ଷା ନେଇ ସମୀକ୍ଷା , ମୁତୟନ ହେବେ ୮୦ ପ୍ଲାଟୁନ୍ ପୋଲିସ

ହକି ବିଶ୍ୱକପ୍ ସୁରକ୍ଷା ନେଇ ସମୀକ୍ଷା , ମୁତୟନ ହେବେ ୮୦ ପ୍ଲାଟୁନ୍ ପୋଲିସ

ହକି ବିଶ୍ୱକପ୍ ସୁରକ୍ଷା ନେଇ ସମୀକ୍ଷା
ମୁତୟନ ହେବେ ୮୦ ପ୍ଲାଟୁନ୍ ପୋଲିସ
ଭୁବନେଶ୍ୱର,୨୧ା୮ : ଆସନ୍ତା ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ କପ୍ ହକି ର ସୁରକ୍ଷାନେଇ ଦ୍ୱିତୀୟ ସମୀକ୍ଷା ବୈଠକ ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପାକିସ୍ଥାନରୁ ଆସିବାକୁଥିବା ଖେଳାଳୀ ମାନଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଛି । ଏହି ଇଭେଂଟରେ ଅଂଶଗ୍ରହଣ କରିବାକୁ ଥିବା ଦଳମାନଙ୍କୁ ପିଏସଓ ଯୋଗାଇ ଦିଆଯିବା ସହ ସୁରକ୍ଷା ପାଇଁ ୭୦ରୁ ୮୦ ପ୍ଲାଟୁନ ପୋଲିସ ମୁତୟନ କରିବା ପାଇଁ ସ୍ଥିର ହୋଇଛି ବୋଲି ପୋଲିସ୍ କମିଶନର ସତ୍ୟଜିତ୍ ମହାନ୍ତି ପ୍ରକାଶ କରିଛନ୍ତି । ୧୭ଟି ସହରରେ ହକି ଇଭେଂଟ ନେଇ ପ୍ରଚାର କରାଯିବ । ଜଣାଶୁଣା ସେଲିବ୍ରିଟିଙ୍କୁ ନେଇ ବିଶ୍ୱକପ୍ ର ପ୍ରମୋସନ୍ କରାଯିବ ବୋଲି କ୍ରୀଡା ସଚିବ ବିଶାଲ ଦେବ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ