Connect with us

ଖେଳ

ହକି ବିଶ୍ୱକପରୁ ଭାରତ ବିଦା

ସାଙ୍କେତିକ ଚିତ୍ର

ହକି ବିଶ୍ୱକପରୁ ଭାରତ ବିଦା
ଘରୋଇ ଟିମକୁ ୨-୧ ଗୋଲରେ ହରାଇ ସେମିରେ ନେଦରଲାଣ୍ଡ
ଭୁବନେଶ୍ୱର,୧୩ା୧୨ : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ରେ ଚାଲିଥିବା ଓଡ଼ିଶା ପୁରୁଷ ହକି ବିଶ୍ୱକପରୁ ବିଦାୟ ନେଇଛି ଘରୋଇ ଟିମ୍ ଭାରତ । ଗୁରୁବାର ନେଦରଲାଣ୍ଡସ୍ ଭାରତକୁ ୨-୧ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ନେଦରଲାଣ୍ଡ ଅ।ଗାମୀ ଡିସେମ୍ବର ୧୫ରେ ଖେଳାଯିବାକୁ ଥିବା ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ।

ଅପରପକ୍ଷରେ ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ବେଲଜିୟମ୍ ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି । ବେଲଜିୟମ ଏହି ବିଜୟ ସହିତ ସେମିଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ ବେଲଜିୟମ୍ ଏବଂ ଇଂଲଣ୍ଡ ମଧ୍ୟରେ ଡିସେମ୍ବର ୧୫ରେ ମୁକାବିଲା ହେବ । ଗୁରୁବାର ଦିନ ଖେଳାଯାଇଥିବା ଦ୍ୱିତୀୟ କ୍ୱାଟର ମ୍ୟାଚରେ ଭାରତ ଓ ନେଦରଲାଣ୍ଡ ମଧ୍ୟ ସଂଘର୍ଷପୂର୍ଣ୍ଣ ମାର୍ଚ୍ଚ ହୋଇଥିଲା । ମ୍ୟାଚର ପ୍ରଥମ କ୍ୱାଟରର ୧୨ ତମ ମିନିଟ୍ ରେ ଭାରତର ଆକାଶଦୀପ ପେନାଲଟି କର୍ଣ୍ଣରରେ ଗୋଟିଏ ଗୋଲ ଦେଇଥିଲେ ।

ଏହା ପରେ ଭାରତ ଟିମର ଅନ୍ୟ କୌଣସି ଖେଳାଳୀ ଗୋଟିଏ ବି ଗୋଲ କରି ପାରିନଥିଲେ । ଅନ୍ୟପକ୍ଷରେ ନେଦରଲାଣ୍ଡ ପକ୍ଷରୁ ୨ ଟି ଗୋଲ ହୋଇଥିଲା । ଗୁରୁବାର ଭାରତୀୟ ଦଳକୁ ଉତ୍ସାହିତ କରିବାପାଇଁ ଷ୍ଟାଡିୟମ୍ ରେ ଖଚାଖଚ୍ ଭିଡ ଦେଖିବାକୁ ମିଳିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ