Connect with us

ଅପରାଧ

ସଡ଼କ ଦୁର୍ଘଟଣାରେ ୧୦ ବର୍ଷରେ ଓଡ଼ିଶାରେ ମରିଛନ୍ତି ୪୩ହଜାରରୁ ଅଧିକ ଲୋକ

ସାଙ୍କେତିକ ଚିତ୍ର

ସଡ଼କ ଦୁର୍ଘଟଣାରେ ୧୦ ବର୍ଷରେ ଓଡ଼ିଶାରେ ମରିଛନ୍ତି ୪୩ହଜାରରୁ ଅଧିକ ଲୋକ
ଭୁବନେଶ୍ୱର :- ଦଶବର୍ଷ ମଧ୍ୟରେ ଓଡ଼ିଶାରେ ୮୨ହଜାରରୁ ଊଦ୍ଧ୍ୱର୍ ଡ୍ରାଇଭିଂ ଲାଇସେନ୍ସ ସସ୍ପେଣ୍ଡ କରାଯାଇଥିବା ବେଳେ ମୋଟରଯାନ ଆଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ୪୮୬ କୋଟି ଟଙ୍କାର ଜରିମାନା ଆଦାୟ ହୋଇଛି । ଏହି ବର୍ଷଗୁଡ଼ିକରେ ରାଜ୍ୟରେ ଲକ୍ଷାଧିକ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୪୩ ହଜାରରୁ ଅଧିକ ଲୋକ ମରିଛନ୍ତି । ବିଧାୟକ ଦିଲିପ ରାୟ ବିଧାନସଭାରେ ପଚାରିଥିବା ପ୍ରଶ୍ନର ଉତରରେ ପରିବହନ ମନ୍ତ୍ରୀ ଡାକ୍ତର ନୃସିଂହ ଚରଣ ସାହୁ ଦେଇଥିବା ବିସ୍ତୃତ ତଥ୍ୟରୁ ଏହା ଜଣାପଡ଼ିଛି ।
ଏହି ସରକାରୀ ତଥ୍ୟ ମୁତାବକ ୨୦୦୮ ବର୍ଷରେ ରାଜ୍ୟରେ ୮୧୮୧ଟି ସଡ଼କ ଦୁର୍ଘଟଣା ଦରଜ କରାଯାଇଥିବା ବେଳେ ଏଥିରେ ୩୦୭୯ ଲୋକ ମରିଥିଲେ ଏବଂ ୪୩୬୩ ଜଣ ଗୁରୁତର ଭାବେ ଓ ୫୫୯୪ ଜଣ ସାମାନ୍ୟ ଆଘାତପ୍ରାପ୍ତ ହୋଇଥିଲେ । ଏହି ସଂଖ୍ୟା ବଢ଼ି ବଢ଼ି ୨୦୧୭ ବର୍ଷରେ ୧୦୮୫୫ଟି ସଡ଼କ ଦୁର୍ଘଟଣା ଦରଜ ହୋଇଥିବା ବେଳେ ଉକ୍ତ ବର୍ଷରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଥିଲା ୪୭୯୦ । ଏହି ବର୍ଷ ୫୪୧୨ ଜଣ ଗୁରୁତର ଭାବେ ଅ ।ହତ ହୋଇଥିବା ବେଳେ ୫୭୯୨ ଜଣ ସାମାନ୍ୟ ଆହତ ହୋଇଥିଲେ । ୨୦୧୮ ବର୍ଷର ସେପ୍ଟେମ୍ବର ସୁଦ୍ଧା ଓଡ଼ିଶାରେ ୮୨୯୨ଟି ସଡ଼କ ଦୁର୍ଘଟଣା ଦରଜ ହୋଇଥିବା ବେଳେ ୩୮୧୭ ଜଣ ଲୋକ ମରିଥିଲେ ଏବଂ ଉକ୍ତ ବର୍ଷରେ ୮୭୧୮ ଜଣ ଅ ।ହତ ହୋଇଥିବା ମନ୍ତ୍ରୀଙ୍କ ପ୍ରଦତ ତଥ୍ୟରେ ଉଲ୍ଲେଖ କରାଯାଇଛି ।
ମୋଟାମୋଟି ଭାବେ ଓଡ଼ିଶାରେ ୨୦୦୮ରୁ ୨୦୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ୧,୦୪,୭୧୩ଟି ସଡ଼କ ଦୁର୍ଘଟଣାରେ ୪୩,୩୧୨ ଜଣଙ୍କ ମୃତ୍ୟୁ ଘଟିଥିବା ପରିବହନ ମନ୍ତ୍ରୀ ସ୍ୱୀକାର କରିଛନ୍ତି । ପରିବହନ ମନ୍ତ୍ରୀ ପୁଣି ଦର୍ଶାଇଛନ୍ତି ଯେ ୨୦୦୯-୧୦ ବର୍ଷରେ ବିନା ଲାଇସେନ୍ସରେ ଗାଡ଼ିଚାଳନା କରୁଥିବା ବେଳେ ୮୩୪୨ ଜଣ ଧରାପଡ଼ିଥିଲେ ଓ ସେମାନଙ୍କ ଠାରୁ ୪୧ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ଜରିମାନା ଆଦାୟ କରାଯାଇଥିଲା । ଉକ୍ତ ବର୍ଷରେ ବେପରୁଅ । ଦ୍ରୁତ ଗାଡ଼ିଚାଳନା ଅଭିଯୋଗ ୨୨୪୮ ଜଣଙ୍କୁ ଧରା ଯାଇଥିଲା ଏବଂ ସେମାନଙ୍କ ଠାରୁ ସାଢ଼େ ୧୫ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟ କରାଯାଇଥିବା ବେଳେ ମୋଟ୍ ୧୦୯୪ଟି ମାମଲା ରୁଜୁ ହୋଇଥିଲା ।

ତେବେ ୨୦୧୬-୧୭ ବର୍ଷରେ ପରିବହନ ବିଭାଗ କର୍ତୃପକ୍ଷ ଯାଂଚ ବେଳେ ୩୧,୩୨୧ଟି ବିନା ଲାଇସେନ୍ସ ଗାଡ଼ିଚାଳନା ଘଟଣା ଧରିବା ସହିତ ୧୭୨ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ଜରିମାନା ଆଦାୟ କରିଥିଲେ । ସେହିପରି ଉକ୍ତ ବର୍ଷରେ ୨୩,୧୮୦ଟି ଦ୍ରୁତ ଓ ବେପରୁଆ ଗାଡ଼ିଚାଳନା ମାମଲା ଧରାଯିବା ସହିତ ୨୩୮ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ଜରିମାନା ଆଦାୟ ହୋଇଥିଲା । ମୋଟାମୋଟି ଭାବେ ଉକ୍ତ ବର୍ଷରେ ଏ ସଂକ୍ରାନ୍ତୀୟ ୭୩୬୬ଟି ମାମଲା ରୁଜୁ ହୋଇଥିଲା । ୨୦୦୯-୧୦ରୁ ୨୦୧୬-୧୭ ମଧ୍ୟରେ ଏଥିଘେନି ୮୨,୭୬୨ଟି ଡ୍ରାଇଭିଂ ଲାଇସେନ୍ସ ସସ୍ପେଣ୍ଡ କରାଯାଇଥିବା ସରକାରଙ୍କ ପ୍ରଦତ ତଥ୍ୟରୁ ଜଣାପଡ଼ିଛି ।

ଏଥିରୁ ବର୍ଷକୁ ବର୍ଷ ରାଜ୍ୟରେ ବିନା ଲାଇସେନ୍ସରେ ଏବଂ ଦ୍ରୁତ ଓ ବେପରୁଆ ଗାଡ଼ିଚାଳନା ଘଟଣା ବୃଦ୍ଧି ପାଇବା ସହିତ ସଡ଼କ ଦୁର୍ଘଟଣା ସଂଖ୍ୟା ବଢ଼ୁଥିବା ସ୍ପଷ୍ଟ ହୋଇଛି । କେବଳ ସେତିକି ନୁହେଁ ବର୍ଷକୁ ବର୍ଷ ସଡ଼କ ଦୁର୍ଘଟଣାଜନିତ ଧନଜୀବନ ହାନୀ ପରିମାଣ ମଧ୍ୟ ବଢ଼ଥିବା ଏହି ତଥ୍ୟରୁ ବାରି ହୋଇଯାଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ