Connect with us

ଆଞ୍ଚଳିକ

ସ୍ୱାଭିମାନ ଅଂଚଳରେ ପ୍ରଜାମେଳି

ସାଙ୍କେତିକ

ପ୍ରତିବାଦ ସପ୍ତାହ ପାଳନର ପ୍ରଥମ ଦିନ
ସ୍ୱାଭିମାନ ଅଂଚଳରେ ପ୍ରଜାମେଳି
ସରକାରୀ ବସ୍ ଚଳାଚଳ ବନ୍ଦ
ମାଲକାନଗିରି – ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଂଚଳ ଭାବେ ପରିଚିତ ଅଣ୍ଡ୍ରାପାଲି ପଂଚାୟତ ଠାରେ ଆନ୍ଧ୍ର-ଓଡ଼ିଶା ବର୍ଡ଼ର ମାଓ ସଂଗଠନ ପକ୍ଷରୁ ଆଜି ପ୍ରତିବାଦ ସପ୍ତାହ ପାଳନର ପ୍ରଥମ ଦିନରେ ଏକ ବଡ ଧରଣର ପ୍ରଜାମେଳି ଆୟୋଜିତ ହୋଇଯାଇଛି । ଏଥିରେ ଦୁଇ ରାଜ୍ୟର ବହୁ ଆଗ ଧାଡିର ମାଓନେତା ସାମିଲ୍ ହୋଇ ନିଜ ନିଜର ବକ୍ତବ୍ୟରେ କେନ୍ଦ୍ର ସରକାର ହିନ୍ଦୁ, ଫାଶିବାଦୀ ଏଜେଣ୍ଡା ସହିତ ବିଭିନ୍ନ ଧର୍ମ ଉପରେ ଆକ୍ରମଣ ଜାରୀ ରଖିଛି, ମହିଳାଙ୍କ ଉପରେ ଆକ୍ରମଣ ଓ ଅତ୍ୟାଚାର ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବିରୋଧ କରାଯାଉ ବୋଲି ଆହ୍ୱାନ ଦେଇଥିଲେ ।

ସେହିପରି ବିପ୍ଲବୀଙ୍କ ଆନ୍ଦୋଳନ ବେଳେ ଆନ୍ଦୋଳନକାରୀଙ୍କ ଉପରକୁ ଗୁଳି ଚଳାଇବା, ସେମାନଙ୍କୁ ଗିରଫ କରିବା, ମିଥ୍ୟା ଆତ୍ମସମର୍ପଣ କରାଇବା ଭଳି କାମ କେବଳ ବିଜୁ ଜନତା ଦଳ (ବିଜେଡ଼ି) ଓ ତେଲୁଗୁ ଦେଶମ୍ ପାର୍ଟି (ଟିଡ଼ିପି) ନେତା ମାନେ କରୁଛନ୍ତି । ତେଣୁ ଏହି ନେତାମାନଙ୍କୁ ଗ୍ରାମରେ ପୁରାଇ ନଦେବାକୁ ମାଓ ନେତା ମାନେ ଉପସ୍ଥିତ ସମର୍ଥକ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହା ବ୍ୟତୀତ ସମାଧାନ ନାମରେ ଭାରତର ଜନତାଙ୍କ ଉପରେ ଆକ୍ରମଣକୁ ବିରୋଧ କରି ନକ୍ସଲ ସଂଗଠନ ପକ୍ଷରୁ ୨୫ ରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ପ୍ରତିବାଦ ସପ୍ତାହ ପାଳନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ପ୍ରଜା ମେଳିରେ ଦୁଇ ଶହରୁ ଉଦ୍ଧ୍ୱର୍ ମାଓ ସମର୍ଥକ ଯୋଗ ଦେଇଥିଲେ ।

ଅନ୍ୟପକ୍ଷରେ ପ୍ରତିବାଦ ସପ୍ତାହ ପାଳନ ପରିପ୍ରେକ୍ଷୀରେ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଜିଲ୍ଲାରୁ ବିଭିନ୍ନ ରୁଟ୍ ରେ ଚଳାଚଳ କରୁଥିବା ସରକାରୀ ବସ୍ ସେବାକୁ ବନ୍ଦ କରାଯାଇଛି । ଫଳରେ ଯାତ୍ରୀ ସେବା କିଛି ମାତ୍ରାରେ ପ୍ରଭାବିତ ହୋଇଛି । ମାତ୍ର, ଅନ୍ୟାନ୍ୟ ଯାନବାହନ ଚଳାଚଳ ସ୍ୱାଭାବିକ୍ ରହିଛି । ଦୋକାନ ବଜାର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଏହାର କୌଣସି ପ୍ରଭାବ ପରିଲକ୍ଷିତ ହୋଇନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ