Connect with us

ଓଡିଶା

ସ୍ୱାଇନ୍ ଫ୍ଲୁରେ ମହିଳା ମୃତ

ସାଙ୍କେତିକ ଚିତ୍ର

ସ୍ୱାଇନ୍ ଫ୍ଲୁରେ ମହିଳା ମୃତ
କଟକ,୩୦ା୧୧ : ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳାଙ୍କର ସ୍ୱାଇନ୍ ଫ୍ଲୁରେ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ପିପିଲି ଅଂଚଳର ହୁସ୍ନଆରା ବେଗମ(୬୨) । ପ୍ରକାଶ ଯେ, ପିପିଲି ଅଂଚଳର ଉକ୍ତ ମହିଳା ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଏସସିବି ବର୍ହିବିଭାଗକୁ ଆସିଥିଲେ । ପରୀକ୍ଷା ନିରୀକ୍ଷାରୁ ତାଙ୍କୁ ସ୍ୱାଇନ ଫ୍ଲୁ ହୋଇଥିବା ଜଣାପଡିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲା । ତେବେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ପଲ୍ୟୁମୁନାରୀ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ତାଙ୍କର ମଲ୍ଟି ଅର୍ଗାନ ଏବଂ କିଡନୀ ମଧ୍ୟ କାମ କରୁନଥିବା ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ହେମନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା