Connect with us

ଅପରାଧ

ସ୍ୱଛ ଭାବମୁର୍ତି କଥା କହୁଥିବା ନବିନ ବାବୁ ମହାରଥୀଙ୍କୁ ଟିକେଟ ଦେଲେ କେମିତି? : ବିଜେପି

ସାଙ୍କେତିକ

ସ୍ୱଛ ଭାବମୁର୍ତି କଥା କହୁଥିବା ନବିନ ବାବୁ ମହାରଥୀଙ୍କୁ ଟିକେଟ ଦେଲେ କେମିତି? : ବିଜେପି
ଭୁବନେଶ୍ୱର,୨୨ ଅପ୍ରେଲ – ଗତକାଲି ରାତିରେ ମାଜିଷ୍ଟ୍ରେଟ ଶ୍ରୀ ରବିନାରାୟଣ ପାତ୍ରଙ୍କ ନେତୃତ୍ୱରେ ନିର୍ବାଚନ ତଦାରଖ କରୁଥିବା ଫ୍ଲାଇଙ୍ଗ ସ୍କ୍ୱାଡ୍ର ଏକ ଟିମ୍ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ପିପିଲି ବିଧାୟକ ପାର୍ଥୀ ପ୍ରଦୀପ ମହାରଥୀଙ୍କ ଫାର୍ମହାଉସରେ ଟଙ୍କା ଏବଂ ମଦ ବଂଟାଯାଉଥିବାର ନିଶ୍ଚିନ୍ତ ସୂଚନା ପାଇଲା ପରେ ସେଠାରେ ଚଢାଉ କରିବାକୁ ଯାଉଥିଲା ବେଳେ ଖୋଦ୍ ପ୍ରଦୀପ ମହାରଥୀ ଓ ତାଙ୍କର ଗୁଣ୍ଡା ସହଯୋଗୀମାନେ ତାଙ୍କ ଉପରେ ଆକ୍ରମଣ କରିଛନ୍ତି । ଏହି ଘଟଣା ଘଟିବା ପରେ ରାଜ୍ୟରେ ମୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନେଇ ଭାରତୀୟ ଜନତା ପାର୍ଟୀ ପକ୍ଷରୁ ଯେଉଁ ସନ୍ଦେହ ସୃଷ୍ଟି ହୋଇଥିଲା ତାହା ଏବେ ସ୍ପଷ୍ଟ ହୋଇଛି । ବର୍ତମାନ ରାଜ୍ୟରେ କେମିତି ଲୋକମାନେ ଅବାଧ ଓ ଭୟମୁକ୍ତ ପରିବେଶରେ ମତଦାନ କରିବେ ତାହା ଅତି ଚିନ୍ତାଜନକ ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ବିଜେଡିର ମୁଖିଆ ନବିନ ବାବୁ ସବୁବେଳେ ସ୍ୱଛ ଭାବମୁର୍ତି କଥା କହୁଥିବାବେଳେ ପ୍ରଦୀପ ମହାରଥୀଙ୍କ ଭଳି ଜଣେ ଅପରାଧିକ ମାନସିକତା ରାଜନେତାଙ୍କୁ ଟିକେଟ ଦେଲେ କେମିତି ? ବିଜେଡି ଅନେକ ଚିଟଫଣ୍ଡ ଲୁଟେରା, ମହିଳାମାନଙ୍କୁ ଅସଦାଚରଣ କରିଥିବା ଲୋକଙ୍କୁ ଟିକେଟ ଦେଇଛି । ମୁଖ୍ୟମନ୍ତ୍ରିଙ୍କର ଏହି ନିଳ ବର୍ଣ୍ଣ ଶୃଗାଳ ଚେହେରା ଏବେ ଧରା ପଡିଯାଇଛି ।
ପିପିଲି ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଫାର୍ମହାଉସରେ ଟଙ୍କା ଏବଂ ମଦ ଗୁଡିକୁ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ବିଧାନସଭା କ୍ଷେତ୍ରରେ ବଂଟାଯିବା ପାଇଁ ରଖାଯାଇଥିଲା । ହେଲେ ଏବେ ସୁଦ୍ଦା ସେ ଟଙ୍କା ଏବଂ ମଦ ଗୁଡିକୁ ଜବତ କରାଯାଇ ପାରିଲା ନାହିଁ । ମୁଖ୍ୟ ନିର୍ବାଚନ ଅଧିକାରି ତାକୁ ଜବତ କରିବା ପାଇଁ ପଦକ୍ଷେପ ନେବା ସହ ପୁରା ପିପିଲି ନିର୍ବାଚନ ମଣ୍ଡଳିରେ ସାରା ରାତି ପୋଲିସ ପ୍ରଶାସନ ଫ୍ଲାଗ ମାର୍ଚ୍ଚ କରନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ