Connect with us

ଅପରାଧ

ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ , ଅଭିଯୁକ୍ତ ଅଟକ

ସାଙ୍କେତିକ

ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ , ଅଭିଯୁକ୍ତ ଅଟକ
ବାରିପଦା ,୨୦ ଫେବୃଆରୀ – ମୟୂରଭଞ୍ଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ କାଙ୍କି ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ସ୍ୱାମୀ ତାର ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ବହଳଦା ଥାନାରେ ୧୩/୨୦୧୯ରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି ।
ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବହଳଦା ଥାନା କାଙ୍କି ପଂଚାୟତର କାଙ୍କି ଗ୍ରାମର ମାନେ ମାର୍ଣ୍ଡି ନିଜ ସ୍ତ୍ରୀ କୁନି ମାର୍ଣ୍ଡିଙ୍କ ସହିତ କୌଣସି କାରଣରୁ ମଙ୍ଗଳବାର ବିଳମ୍ବିତ ରାତିରେ ଝଗଡ଼ା ହୋଇଥିଲା । ଏଥିରେ ମାନେ ଉତ୍ୟକ୍ତ ହୋଇ ଏକ କାଠଫାଳିଆରେ ତାର ସ୍ତ୍ରୀ କୁନିକୁ ବାରମ୍ବାର ପିଟିଥିଲା ଏବଂ ଏଥିରେ ତାର ମୃତ୍ୟୁ ହୋଇଥିଲା । ବିଳମ୍ବିତ ରାତିରେ ଏହା ଘଟିଥିବା କାରଣରୁ ପଡ଼ୋଶୀମାନେ ଜାଣିପାରିନଥିଲେ । ବୁଧବାର ସକାଳ ସମୟରେ ଘଟଣା ଜଣାପଡ଼ିଥିଲା ଓ ଖବରପାଇ ବହଳଦା ଥାନା ପୁଲିସ ମାନେଙ୍କ ଘରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ହସପିଟାଲକୁ ପଠାଇବା ସହ ମାନେ ମାର୍ଣ୍ଡିକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ମାନେ ଅତ୍ୟଧିକ ମଦପାନ କରି ନିଶାଶକ୍ତ ଅବସ୍ଥାରେ ଏହି ହତ୍ୟାକାଣ୍ଡ ଭିଆଇଥିବାର ସନ୍ଦେହ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ