Connect with us

ଅପରାଧ

ସ୍କାଓଟ ଗାଇଡ ପରୀକ୍ଷାରୁ ଫେରୁଥିବା ଅଟୋ ଓଲଟିଲା, ୨ କଟକ ସ୍ଥାନାନ୍ତରିତ

ସାଙ୍କେତିକ

ସ୍କାଓଟ ଗାଇଡ ପରୀକ୍ଷାରୁ ଫେରୁଥିବା ଅଟୋ ଓଲଟିଲା, ୨ କଟକ ସ୍ଥାନାନ୍ତରିତ
କେନ୍ଦ୍ରାପଡ଼ା :-ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପତ୍ରପୁର ପୋଲ ନିକଟରେ ଅଟୋ ଓଲଟି ୪ ଜଣ ଛାତ୍ର ଛାତ୍ରୀ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି । ଖବର ପାଇ ଜିଲ୍ଲାପାଳ ଦାଶରଥୀ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ କେନ୍ଦ୍ରାପଡା ଡାକ୍ତରଖାନାକୁ ପଠାଇ ଆହତ ମାନଙ୍କୁ ପର୍ଯ୍ୟାପ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ପତ୍ରପୁରର ଏସକେସି ହାଇସ୍କୁଲରେ ବିଦ୍ୟାଳୟ ସ୍ତରୀୟ ସ୍କାଉଟ ଓ ଗାଇଡ ପକ୍ଷରୁ ଅନୁଷ୍ଠିତ ପରୀକ୍ଷା କାର୍ଯ୍ୟକ୍ରମରେ ଭାଗ ନେବାପାଇଁ ମହାକାଳପଡାର ରାମଚନ୍ଦ୍ରପୁର ଗ୍ରାମର ଉତ୍ସବେଶ୍ୱର ହାଇସ୍କୁଲର ୪ ଜଣ ଛାତ୍ର ଛାତ୍ରୀ ଶୁକ୍ରବାର ସକାଳେ ପରୀକ୍ଷାରେ ଭାଗ ନେବାକୁ ଯାଇଥିଲେ । ସ୍କାଉଟ ଓ ଗାଇଡର ୩ୟ ସୋପାନ ପରୀକ୍ଷା ସମାପ୍ତି ପରେ ଛାତ୍ର ଛାତ୍ରୀମାନେ ଅଟୋ ଯୋଗେ ଘରକୁ ଫେରୁଥିବା ବେଳେ ପତ୍ରପୁର ଠାରେ ବିପରୀତ ଦିଗରୁ ଆସୁଥିବା ଏକ ହାଇୱା ଟ୍ରକକୁ ରାସ୍ତା ଦେବାକୁ ଯାଇ ଚାଳକ ଭାରସାମ୍ୟ ହରାଇଥିଲେ । ଫଳରେ ଅଟୋ ରାସ୍ତା ଉପରୁ ତଳକୁ ଖସିଯାଇଥିଲା । ଅଟୋରେ ଥିବା ରାମଚନ୍ଦ୍ରପୁରର ଛାତ୍ରୀ ଶୁଭଶ୍ରୀ ପ୍ରଧାନ, ଛାତ୍ର ପ୍ରିୟଦର୍ଶିନ ମହାନ୍ତି, ସରୋଜିନୀ ଖଟୁଆ ଓ ବଢିହର ଅନିତା ଦାସ ରାସ୍ତାକୁ ଛିଟିକି ପଡି ଗୁରୁତର ଭାବେ ଆହତ ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ