Connect with us

ଅପରାଧ

ସୋସିଆଲ ମିଡିଆରେ ଆଶାଳୀନ ମନ୍ତବ୍ୟ ଲେଖି କୋର୍ଟ ଚାଲାଣ

ସାଙ୍କେତିକ

ସୋସିଆଲ ମିଡିଆରେ ଆଶାଳୀନ ମନ୍ତବ୍ୟ ଲେଖି ସମାଜିକ କର୍ମୀ କୋର୍ଟ ଚାଲାଣ
କୋରାଇ, ୧୯ ମାର୍ଚ୍ଚ – ନିଜକୁ ସାମଜିକ କର୍ମୀ ବୋଲି ସୁଚନା ଦେଇ ଲୋକମାନଙ୍କ ପାଖରେ ନିଜକୁ ଭଲ ବୋଲାଉଥିବା ବ୍ୟକ୍ତି ଭିତରେ ଲୁଚି ରହିଥିବା ସଇତାନ ବୁଦ୍ଧି ଯୋଗୁ ଶେଷରେ ଗିରଫ ହୋଇ ଜେଲ ଯିବାକୁ ପଡିଛି । ସୋସିଆଲ ମିଡିଆରେ ବିଭିନ୍ନ ଫେକ ଆଇଡି ଖୋଲି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଠୁ ଆରମ୍ଭ କରି ମୋଦି ପର୍ଯ୍ୟନ୍ତ, ନବୀନ ପଟ୍ଟନାୟକଠୁ ଆରମ୍ଭ କରି ଗଣମାଧ୍ୟମ ପ୍ରତିନିଧି ଏମିତିକି ପ୍ରଶାସନିକ ଓ ଉଚ୍ଚପଦସ୍ଥ ପୁଲିସ ଅଧିକାରୀଙ୍କ ନାମରେ ଆଶାଳୀନ ମନ୍ତବ୍ୟ ଲେଖିବା ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ପୋଷ୍ଟ କରିବା ଭଳି ଘଟଣା ଘଟାଉଥିବା ବ୍ୟକ୍ତିକୁ ଗିରଫ କରାଯାଇଛି । ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ଗୁଆମାଳ ଗଣ୍ଡପଡାର ଜଦାବେନ୍ଦ୍ର ମହାପାତ୍ରଙ୍କ ପୁଅ ତପନ ପାଢୀ ଓରଫ ମହାପାତ୍ର(୫୫) ଯେକି ବର୍ତମାନ କଟକ ଜିଲ୍ଲା ଚୌଦ୍ୱାର ଏଟିଏମ କଲୋନୀରେ ରୁହନ୍ତି ବିଭିନ୍ନ ସମୟରେ କର୍ଦଥ, ବିକୃତ କଦାକର ଫଟୋ ଅପଲୋଡ କରିବା ସହ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରନ୍ତି ।

ନିକଟରେ ଯାଜପୁର ଏସପି ଚରଣସିଂହ ମୀନା ନାମରେ ଓ ସମ୍ବାଦିକ ମାନଙ୍କ ନାମରେ କଦର୍ଥ ଭାଷା ପୋଷ୍ଟ କରିଥିଲେ । ଏନେଇ ବରିଷ୍ଠ ସାମ୍ବାଦିକ ସୁବାସ ଧଳ ଓ ବିଭାଗ ପକ୍ଷରୁ ପାଣିକୋଇଲି ଥାନାରେ ଦୁଇଟି ଅଭିଯୋଗ ହୋଇଥିଲା । ଅଭିଯୋଗ ମୁତାବକ ଏସପିଶ୍ରୀ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଥାନାଧିକାରୀ ଅଜୟ କୁମାର ଜେନା ଦୁଇଟି ମାମଲା ୪୧/୧୯, ୪୨/୧୯ ରୁଜ୍ଜୁ କରି ମାମଲାର ତଦନ୍ତ ଜାରି ରଖିଥିଲେ । ପୂର୍ବରୁ ଏହି ମାମଲାରେ ଯାଜପୁରରୋଡରୁ ନିଳାଂଚଳ ଇସ୍ପାତର କର୍ମଚାରୀ ପ୍ରତାପ ଜେନାଙ୍କୁ ଗିରଫ କରାଯାଇଥିଲା ବେଳେ ଚୌଦ୍ୱାରରୁ ତପନକୁ ଗିରଫ କରାଯାଇଥିଲା । ତା ନିକଟରୁ ୩ଟି ମୋବାଇଲ ଓ ଡେଲ ଲ୍ୟାପଟପ ଜବତ କରାଯାଇଥିଲା । ଜବତ ପରେ ବିଭିନ୍ନ ପୋଷ୍ଟର ପ୍ରମାଣ ହସ୍ତଗତ ହେବା ସହ ହାର୍ଡଡିସ ଜବତ କରାଯାଇଛି । ଯେଉଁଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଙ୍କୁ ଦେଶଦ୍ରୋହୀ ବୋଲି ପୋଷ୍ଟ ହୋଇଛି । ୰ବିଜୁ ପଟ୍ଟନାୟକଙ୍କ ସମେତ ନିଜ ନାମରେ କ୍ରାନ୍ତି ଓଡିଶା, କ୍ରାନ୍ତି ଯାଜପୁର, କ୍ରାନ୍ତି କୋରାଇ, କ୍ରାନ୍ତି ସୁକିନ୍ଦା ଆଦି ଅନେକ ଫେକ ଆଇଡି ଖୋଲି ଆଶଳୀନ ମନ୍ତବ୍ୟ ପୋଷ୍ଟ କରିଥାଏ । ଏମିତିକ ସେ କାହାରି ବିରୁଦ୍ଧରେ ଲେଖିବାକୁ ପଛାଇ ନାଥଏ ।

ଏହି ଘଟଣାରେ କେବଳ ଏହି ୨ଜଣ ନୁହନ୍ତି ଆହୁରି ଅଧିକଙ୍କ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡିଛି । ସେମାନଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯିବ ବୋଲି ସୂଚନା ମିଳିଛି । ତପନକୁ ଗିରଫ ପରେ ଦୁଇଟି ମାମଲାରେ ସମ୍ପୃକ୍ତ ଦଫା ୨୯୨, ୨୯୪, ୫୦୬, ୫୦୭, ୩୪ ଆଇପିସି ଏବଂ ଆଟି ଆକ୍ଟ ୬୬(ଏ), ୬୬(ସି), ୬୭, ୬୭(ଏ)ରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ତାର ଜାମିନ ନାମଂଜୁର ହେବାରୁ ତାକୁ ଜେଲ ଯିବାକୁ ପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ