Connect with us

ଅପରାଧ

ସୋରଡ଼ା ରେଂଟିଗାଁରେ ଇଭିଏମ୍ ଭଙ୍ଗାରୁଜା ଘଟଣା

ସାଙ୍କେତିକ

ସୋରଡ଼ା ରେଂଟିଗାଁରେ ଇଭିଏମ୍ ଭଙ୍ଗାରୁଜା ଘଟଣା
ବିଚାର ବିଭାଗୀୟ ହାଜତରେ ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ
ଗଞ୍ଜାମ, ୧୯ ଅପ୍ରେଲ – ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ରେଂଟିଗାଁର ବୁଥ୍ ନଂ ୧୮୨ ରେ ଇଭିଏମ୍ ଭାଙ୍ଗିବା ଅଭିଯୋଗରେ ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କୁ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ପୋଲିସ ଥାନାରେ ଅଟକ ରଖି ପଚରା ଉଚୁରା କରିବା ପରେ ସୋରଡ଼ାରେ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା । ସେଠାରେ ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ତଥା ସୋରଡ଼ା ଜେଲ୍ କୁ ପଠାଇ ଦିଆଯାଇଛି ।
ଅନ୍ୟପକ୍ଷରେ ଘଟଣାରେ ଶାସକ ଦଳ ପକ୍ଷରୁ ତାଙ୍କୁ ଜାଣି ଶୁଣି ଫଶାଇ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ବିଧାୟକ ପ୍ରାର୍ଥୀ ନୀଳମଣି । ସେ କହିଛନ୍ତି ଯେ, ସମ୍ପୃକ୍ତ ବୁଥ୍ ରେ ବିଜେଡ଼ି କର୍ମୀ ମାନେ ରିଗିଙ୍ଗ କରୁଥିବା ଖବର ପାଇ ମୁଁ ଘଟଣାସ୍ଥଳରେ ପହଂଚିଥିଲି । ଘଟଣାକୁ ନେଇ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରଙ୍କ ସହିତ ମୋର ଯୁକ୍ତିତର୍କ ହୋଇଥିଲା । ଠିକ୍ ଏତିକି ବେଳେ ସେଠାରେ ଥିବା କିଛି ଅନ୍ୟ ଲୋକ ଇଭିଏମ୍ ଭାଙ୍ଗିଥିଲେ । ଘଟଣାରେ ଅଯଥାରେ ତାଙ୍କୁ ଫଶାଇ ଦିଆଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ତେବେ ଏନେଇ ସେ ପୁର୍ନବାର ଜାମିନ ପାଇଁ କୋର୍ଟରେ ଆବେଦନ କରିପାରନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ