Connect with us

ଦେଶ

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ନିହତ

ସାଙ୍କେତିକ ଚିତ୍ର

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ନିହତ
ମୁମ୍ବାଇ / ରାୟପୁର,୧୯ା୧୧ : ଦୁଇଟି ପୃଥକ ପୃଥକ ଘଟଣାରେ ଆଜି ୪ଜଣ ନକ୍ସଲ ସୁରକ୍ଷା ବାହିନୀ ହାତରେ ମୃତ୍ୟୁବରଣ କରିଥିବା ଜାଣିବାକୁ ମିଳିଛି । ଆଜି ପୂର୍ବାହ୍ନରେ ମହାରାଷ୍ଟ୍ରର ଗାଡଚିରୋଲି ଅଞ୍ଚଳରେ ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୨ଜଣ ନକ୍ସଲ ନିହତ ହୋଇଥିବା ବେଳେ ଅପରାହ୍ନରେ ଛତିଶଗଡର ଦାନ୍ତେୱାଡାରେ ସୁରକ୍ଷା ବାହିନୀଙ୍କ ପକ୍ଷରୁ କରାଯାଇଥିବା ଅନ୍ୟଏକ ଏନକାଉଣ୍ଟରରେ ଆଉ ଦୁଇ ନକ୍ସଲ ପ୍ରାଣ ହରାଇଥିବା ଜାଣାପଡିଛି ।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ଯେ, ଆସନ୍ତାକାଲି ଛତିଶଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଆଜି ଛତିଶଗଡ଼ର ଦାନ୍ତେୱାଡାରେ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ନକ୍ସଲ ଓ ସୁରକ୍ଷା ବାହିନୀ ମୁହାଁମୁହିଁ ହୋଇଯିବାରୁ ଉଭୟଙ୍କ ମଧ୍ୟରେଏନକାଉଣ୍ଟର ହୋଇଥିଲା ।

ଏହି ଘଟଣାରେ ସୁରକ୍ଷା ବାହିନୀର ଗୁଳିରେ ଦୁଇ ନକ୍ସଲ ପ୍ରାଣ ହରାଇଥିଲେ । ସେହିପରି ମହାରାଷ୍ଟ୍ର ପୋଲିସ ପକ୍ଷରୁ ଗଡଚିରୋଲି ଜିଲ୍ଲାର ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏନକାଉଣ୍ଟର ଘଟି ୨ ନକ୍ସଲ ପ୍ରାଣ ହରାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ