Connect with us

ଅପରାଧ

ସୁନ୍ଦରଗଡ଼ ଜିଲ୍ଲାରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସଂଖ୍ୟା ବଢୁଛି

ସାଙ୍କେତିକ

ମୂଳ ଲକ୍ଷ୍ୟରୁ ଦୂରେଇ ଯାଉଛି ଭିଜିଲାନ୍ସ : ସୁନ୍ଦରଗଡ଼ ଜିଲ୍ଲାରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସଂଖ୍ୟା ବଢୁଛି
ରାଉରକେଲା, ୨୮ ଫେବୃଆରୀ – ଅଫିସର ମାନଙ୍କ ଦ୍ୱାରା ହୋଇଥିବା ପୁରୁଣା ମାମଲା ଗୁଡିକ ସଠିକ ସମୟ ସୀମା ଭିତରେ ନସରିବା ଓ ପୁଣି ତା’ ସହ ନୂଆ ମାମଲା ଯୋଡି ହେବା ଦ୍ୱାରା ମାମଲା ଚାପରେ ଅଫିସର ମାନେ ଚାପି ହୋଇ ପଡୁଛନ୍ତି । ଫଳରେ ଭିଜିଲାନ୍ସ ବିଭାଗ କ୍ରମଶଃ ଏହାର ମୂଳ ଲକ୍ଷ୍ୟ ଠାରୁ ଦୂରେଇ ଯାଉଛି ଏବଂ ରାଜ୍ୟରେ ଦୁର୍ନୀତି ବଢିବାରେ ଲାଗିଛି । ସୁନ୍ଦରଗଡ ଜିଲ୍ଲାରେ ରାଉରକେଲାକୁ ଭିଜିଲାନ୍ସ ଡିଭିଜନ କରିବା ଲାଗି ସରକାର ବ୍ୟସ୍ତ ଥିବା ବେଳେ ଜିଲ୍ଲାରେ ରାଉରକେଲା ଭିଜିଲାନ୍ସ ତା’ର ମୂଳ ଲକ୍ଷ୍ୟ ଠାରୁ ଦୂରେଇ ଯାଉଥିବା ଅଭିଯୋଗ ହେଉଛି ।
ରାଉରକେଲା ଭିଜିଲାନ୍ସ ଅଫିସ ଅତୀତରେ ଅନେକ ସୁନାମ ଆଣିଥିବାବେଳେ ବର୍ତମାନ ଲୋକେ ଆଉ ଏହାକୁ ବିଶ୍ୱାସକୁ ନେଇ ପାରୁନଥିବା ଅଭିଯୋଗ ହେଉଛି ।ଭିଜିଲାନ୍ସର ମୂଳ ଲକ୍ଷ୍ୟ ଅର୍ଥଖୋର ଲୋକଙ୍କୁ ଧରି ସାଧାରଣରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ବୋଲି ଲୋକ ବୁଝନ୍ତି, ହେଲେ ଏବେ ରାଉରକେଲା, ବଣେଇ, କୋଇଡା, ଲାଠିକଟା ସମେତ ସୁନ୍ଦରଗଡ ଜିଲ୍ଲାରେ ସରକାରୀ କାମ ଲାଗି ଲାଂଚ ନଦେଲେ କାମ ହେଉନଥିବା ଅଭିଯୋଗ ହେଉଛି ।

ରାଉରକେଲା ମ୍ୟୁନିସପାଲିଟି ଠାରୁ ମହାନଗର ହେବା ଭିତରେ ଭିଜିଲାନ୍ସ ଏହା ଉପରେ ନଜର ନଦେବା, ବୀରମିତ୍ରପୁର, ସୁନ୍ଦରଗଡ ମ୍ୟୁନିସପାଲିଟିରେ ବ୍ୟାପକ ଦୁର୍ନିତି ନେଇ ବିଭିନ୍ନ ସମୟରେ ଅଭିଯୋଗ ହେବା ପରେ ବି ଭିଜିଲାନ୍ସ ବିଭାଗ ଚୁପ୍ ବସିଛି । ସେହିଭଳି ଯେଉଁଠି ହାତ ମାରିଲେ ଦୁର୍ନୀତି, ତେଣୁ ଲୋକେ ତ୍ରାହି ତ୍ରାହି ଡାକ ଦେଉଛନ୍ତି ।୨୦୧୭ ରିପୋର୍ଟ ଅନୁଯାୟୀ, ରାଉରକେଲା ସେତେବେଳେ ୩୬ଟି ମାମଲା କରିଥିବା ବେଳେ ୨୦୧୮ ରେ ମାମଲା ସଂଖ୍ୟା ମାତ୍ର ୧୩ ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି । ବାକି ରହିଲା ଅଫିସର ମାନେ ଏଠାକୁ ଆସୁଥିବା ବେଳେ ସେମାନଙ୍କ ପୁରୁଣା କେଶକୁ ଧରି ଆସୁଥିବାରୁ ତା’ର ତଦନ୍ତ ନେଇ ସେମାନେ ବ୍ୟସ୍ତ ରହଛନ୍ତି । ନୂଆ ଯାଗାରେ ସେମାନେ ମାମଲା କରିବା କଷ୍ଟକର ହେଉଥିବା କେତେକ ଅଫିସର କହିଛନ୍ତି, କାରଣ ସେମାନେ ଲୋକ ସଂପର୍କ ରଖିବାରେ ବିଫଳ ହେଉଛନ୍ତି । ଫଳରେ ମାମଲା କମିବା ସହ ଲୋକଙ୍କ ଭିଜିଲାନ୍ସ ଉପରୁ ଭରଷା ତୁଟୁଥିବା ଅଭିଯୋଗ ହେଉଛି ।
ରାଉରକେଲା ଡିଏସପି ଦାଶରଥୀ ସେଠୀ କହିଛନ୍ତି ଯେ, ଭିଜିଲାନ୍ସରେ ମାମଲାକୁ ନେଇ କୌଣସି ଟାର୍ଗେଟ୍ ନଥାଏ । ହେଲେ ଏନେଇ ପୁରାତନ ଅଧିକାରୀ ମାନେ କହୁଛନ୍ତି ଯେ, ମାମଲା ନେଇ ସବୁବେଳେ ଟାର୍ଗେଟ ରହି ଆସିଛି । କେଉଁଠି ଠିକ୍ ତାହା ବିଭାଗୀୟ ମୁଖ୍ୟ ମାନେ ହିଁ କହିପାରିବେ । ସବୁଠାରୁ ବଡ କଥା ହେଲା ଜିଲ୍ଲାରେ ବାହାର ଅଫିସର ମାନେ ଆସି ମାମଲା କରୁଥିବା ବେଳେ ଏଠାକାର ଅଫିସର ମାନେ କରୁଛନ୍ତି କଣ ବୋଲି ସାଧାରଣରେ ପ୍ରଶ୍ନ ହେଉଛି । ନିକଟରେ ଗୁରୁଣ୍ଡିଆ, ରାଜଗାଙ୍ଗପୁରରେ ହୋଇଥିବା ଟ୍ରାପ ମାମଲାକୁ ସମ୍ବଲପୁର ଡିଏସପି ଓ କଟକ ଭିଜିଲାନ୍ସ ସେଲ୍ କରିଥିବା ବେଳେ ଜିଲ୍ଲା ଭିଜିଲାନ୍ସ କାହିଁକି କରିପାରିଲା ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଫିସର ମାନେ ମାମଲା ଗୁଡିକ ନସରୁଣୁ ସେମାନଙ୍କର ନୂଆ ଯାଗାକୁ ବଦଳି ସହ ତାଙ୍କ ସହ ମାମଲା ଗୁଡିକ ଯାଉଥିବାରୁ ଚାପଗ୍ରସ୍ତ ହୋଇ ନୂଆ ମାମଲାକୁ ସେମାନେ ଯାଇପାରୁନଥିବା ଏକ କାରଣ ହୋଇପାରେ ବୋଲି କୁହାଯାଉଛି ।

ବର୍ତମାନ ସୁନ୍ଦରଗଡରେ ଡିଏସପି ପଦ ଖାଲି ଥିବା ବେଳେ ଜଣେ ନୀରିକ୍ଷକ ସେ ଅଫିସ ସମ୍ଭାଳୁଛନ୍ତି । ସାକ୍ଷୀ ଓ ତଦନ୍ତ କାମରେ ରାଉରକେଲା ଡିଏସପି ଅନେକ ଦିନ ବାହାରେ ରହୁଥିବାରୁ ରାଉରକେଲାରେ ମଧ୍ୟ ମାମଲା ସଂଖ୍ୟା କମିବାରେ ଲାଗିଛି । ରାଜ୍ୟ ଭିଜିଲାନ୍ସ ମୁଖ୍ୟ ଏ ଦିଗରେ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ