Connect with us

ଦେଶ

ସିବିଆଇ ବନାମ ସିବିଆଇ ପ୍ରସଙ୍ଗ

ସାଙ୍କେତିକ ଚିତ୍ର

ସିବିଆଇ ବନାମ ସିବିଆଇ ପ୍ରସଙ୍ଗ
ବର୍ମାଙ୍କ ନାମରେ ଥିବା ଅଭିଯୋଗ ହେବ ଅଧିକ ତଦନ୍ତ
ନୂଆଦିଲ୍ଲୀ,୧୬ା୧୧ : ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇର ଦୁଇ ବରିଷ୍ଠ ଅଧିକାରୀଙ୍କ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଆରୋପ ପ୍ରତ୍ୟାରୋପ ପ୍ରସଙ୍ଗର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଛି । ଶୁଣାଣି ଅବସରରେ ସୁପ୍ରିମକୋର୍ଟ ସିଭିସିର ରିପୋର୍ଟ ଆଲୋକ ବର୍ମାଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ରିପୋର୍ଟର ଉତ୍ତର ସୋମବାର ମଧ୍ୟରେ କୋର୍ଟରେ ଦାଖଲ କରିବାକୁ ଶ୍ରୀ ବର୍ମାଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୦କୁ ଧାର୍ଯ୍ୟ କରାଯାଇଛି ।

ଶୁକ୍ରବାର ଉକ୍ତ ମାମଲାର ଶୁଣାଣି ପ୍ରାରମ୍ଭରେ ସିଭିସି ରିପୋର୍ଟ ଦାଖଲ କରିଥିଲା । ଏହାର କିଛି ସମୟ ମଧ୍ୟରେ ପ୍ରାକ୍ତନ ଜଷ୍ଟିସ ଏ କେ ପଟ୍ଟନାୟକ ମଧ୍ୟ ତାଙ୍କ ରିପୋର୍ଟ କୋର୍ଟରେ ଦାଖଲ କରିଥିଲେ । ଏହି ରିପୋର୍ଟ ପ୍ରଦାନ ପରେ ପ୍ରଧାନ ବିଚାରପତି ସିବିଆଇ ସମ୍ପର୍କରେ ଶୁଣାଣି ଆରମ୍ଭ କରିଥିଲେ । ସିବିଆଇ ପ୍ରସଙ୍ଗରେ ଅଦ୍ୟାବଧି ହୋଇଥିବା ତଦନ୍ତରେ ଆହୁରି ଏକାଧିକ ପ୍ରସଙ୍ଗ ଅମୀମାଂସିତ ହୋଇ ରହିଛି । ତେଣୁ ଅଧିକ ତଦନ୍ତର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଥିଲେ ।

ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଆପତ୍ତି ନଥିଲେ ଆଲୋକ ବର୍ମାଙ୍କୁ ସିଭିସି ରିପୋର୍ଟର ନକଲ ଏକ ବନ୍ଦ ଲଫାଫାରେ ଦିଆଯିବ । ଶ୍ରୀ ବର୍ମା ଏହାର ଉତ୍ତର ବନ୍ଦ ଲଫାଫାରେ ସୋମବାର ସୁଦ୍ଧା ଦାଖଲ କରିବେ । ଅପରପକ୍ଷରେ ରାକେଶ ଆସ୍ଥାନାଙ୍କୁ ସିଭିସି ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ସାମ୍ପ୍ରତିକ ପରିସ୍ଥିତିରେ ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ନାଗେଶ୍ୱର ରାଓଙ୍କ କାର୍ଯ୍ୟକାରିତାକୁ କୋର୍ଟ ତର୍ଜମା କରିଥିଲେ । ଅଦ୍ୟାବଧି ନାଗେଶ୍ୱର ରାଓଙ୍କ ପଦକ୍ଷେପରେ କୌଣସି ତ୍ରୁଟି ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ । ଏନଜିଓ ଦ୍ୱାରା ରୁଜୁ ହୋଇଥିବା ମାମଲାରେ ନାଗେଶ୍ୱର ରାଓଙ୍କ ବିରୋଧରେ କୌଣସି ପ୍ରମାଣ କୋର୍ଟରେ ଦାଖଲ କରାଯାଇ ପାରି ନାହିଁ । ତେଣୁ ଆଗାମୀ ଶୁଣାଣିରେ ଯଦି କୌଣସି ତଥ୍ୟ ପ୍ରମାଣ ଥାଏ ତେବେ ତାହା ମ ଧ୍ୟ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସିବିଆଇ ଡିଏସ୍ପି ଏକେ ବସ୍ସିଙ୍କ ଆଣ୍ଡାମାନ ନିକୋବରକୁ ବଦଳି କରିବା ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ମାମଲାର ଶୁଣାଣି ମଧ୍ୟ ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠରେ କରାଯାଇଥିଲା । ଆଣ୍ଡାମାନ ଏକ ସୁନ୍ଦର ସ୍ଥାନ ତେଣୁ ଜଣେ ସିବିଆଇ ଅଧିକାରୀଙ୍କ ବଦଳି କରାଯିବାରେ ଅସୁବିଧା ନାହିଁ ବୋଲି ଶୁଣାଣିରେ ସ୍ପଷ୍ଟ କରିଥିଲେ । ସିବିଆଇ ଡିଏସ୍ପି ଶ୍ରୀ ବସ୍ସି ରାକେଶ ଆସ୍ଥାନାଙ୍କ ବିରୋଧରେ ଲାଗିଥିବା ଅଭିଯୋଗର ତଦନ୍ତ କରିଥିଲେ । ପରେ ନାଗେଶ୍ୱର ରାଓ କାର୍ଯ୍ୟକାରୀ ନିର୍ଦ୍ଦେଶକ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ଆଣ୍ଡାମାନ ନିକୋବରକୁ ବଦଳି କରି ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଶ୍ରୀ ବସ୍ସି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ