Connect with us

ଦେଶ

ସିବିଆଇସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ପ୍ରଣବ କୁମାର ଦାସ

ସାଙ୍କେତିକ

ସିବିଆଇସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ପ୍ରଣବ କୁମାର ଦାସ
ନୂଆଦିଲ୍ଲୀ,୧ା୦୧ : କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ବର୍ହିଶୁଳ୍କ ବୋର୍ଡ (ସିବିଆଇସି)ର ଅଧ୍ୟକ୍ଷ ଭାବେ ବରିଷ୍ଠ ଓଡ଼ିଆ ଅଧିକାରୀ ପ୍ରବଣକ ମୁାର ଦାସ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଅର୍ଥନୀତିରେ ସ୍ନାତକୋତ୍ତର, ଏମଫିଲ ଏବଂ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଶ୍ରୀ ଦାସ ମଙ୍ଗଳବାର ଦିନ ଏହି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ପୂର୍ବରୁ ସେ ୧.୯.୨୦୧୭ ଠାରୁ ୩୧.୧୨.୨୦୧୮ ପର୍ଯ୍ୟନ୍ତ ସିବିଆଇସି ସଦସ୍ୟ (ସୀମାଶୁଳ୍କ) ଭାବେ କାର୍ଯ୍ୟ କରିସାରିଛନ୍ତି । ନୂଆ ଦାୟିତ୍ୱରେ ତାଙ୍କର କାର୍ଯ୍ୟକାଳ ୩୦.୦୪.୨୦୨୦ ପର୍ଯ୍ୟନ୍ତ ରହିବ ଏବଂ ଜିଏସଟି, ସୀମାଶୁଳ୍କ ସଂସ୍କାର ତଥା ବାଣିଜ୍ୟ ସୁବିଧା ପ୍ରଦାନ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନର ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ରହିବ ।

ପୂର୍ବରୁ ସେ ସୀମାପାର ବାଣିଜ୍ୟ (ଟିଏବି) ମାନକ ଉନ୍ନତି ପାଇଁ ସରକାରୀ ଜାତୀୟ ବାଣିଜ୍ୟ ସୁବିଧା ପ୍ରଦାନ କାର୍ଯ୍ୟ ଯୋଜନା ଏବଂ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ । ଦକ୍ଷତାପୂର୍ବକ ଏହି କାର୍ଯ୍ୟ ସମ୍ପାଦନ କାରଣରୁ ବିଶ୍ୱବାସୀଙ୍କ ଟିଏବି ମାନ୍ୟତାରେ ଭାରତର ସ୍ଥାନ ୨୦୧୭ରେ ୧୪୬ରୁ ୨୦୧୮ରେ ୮୦ରେ ପହଞ୍ଚିଥିଲା ଏବଂ ବ୍ୟବସାୟିକ ସୁଗମତା ମାନ୍ୟତାରେ ଭାରତ ୨୦୧୭ରେ ୧୦୦ତମ ସ୍ଥାନରୁ ୨୦୧୮ରେ ୭୭ତମ ସ୍ଥାନକୁ ଉନ୍ନୀତ ହୋଇଥିଲା । ଶ୍ରୀ ଦାସ ଜିଏସଟିର ସୁଗମ ଏବଂ ସଫଳ କାର୍ଯ୍ୟାନ୍ୱୟନରେ ସହାୟତା କରିଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟାଳୟରେ ସେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ ଏବଂ ଭାରତରେ ପିଏମ୍ଏଲଏର ସୁଗମ କାର୍ଯ୍ୟକାରିତା ଓ ଭାରତର ଏଫ୍ଏଟିଏଫ ସଦସ୍ୟତାକୁ ସୁନିଶ୍ଚିତ କରିଥିଲେ ।

୩୫ ବର୍ଷର ନିଜର କ୍ୟାରିଅରରେ ସେ ପ୍ରମୁଖ ସୀମାଶୁଳ୍କ କାର୍ଯ୍ୟାଳୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶ।।ଳୟ ଏବଂ ଅର୍ଥ ମନ୍ତ୍ରାଳୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ପାଦନ କରିସାରିଛନ୍ତି । ମାଦକ ଦ୍ରବ୍ୟର ବେଆଇନ କାରବାର ନିରାକରଣ ପାଇଁ ବିଶ୍ୱ ସଂସ୍ଥା ସଂଗଠନର ଫ୍ରେମୱାର୍କ କନଭେନସନ ପ୍ରୋଟୋକଲକୁ କାର୍ଯ୍ୟକାରୀ କରିବା ଲାଗି ବିଶେଷଜ୍ଞ ଭାବେ ୨୦୧୬ରେ ଶ୍ରୀ ଦାସ ମନୋନୀତ ହୋଇଥିଲେ ଏବଂ ଭାରତ ଏହି ପ୍ରୋଟୋକଲକୁ ଗ୍ରହଣ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଡବ୍ଲ୍ୟୁସିଓ, ଏଫ୍ଏଟିଏଫ୍, ଡବ୍ଲ୍ୟୁଏଚଓ, ଏଫସିଟିସି, ୟୁଏସଏ ହୋମଲାଣ୍ଡ ସିକ୍ୟୁରିଟି ଆଲୋଚନା ଆଦି ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି । କର୍ତ୍ତବ୍ୟ ସମ୍ପାଦନରେ ସ୍ୱତନ୍ତ୍ର ପ୍ରତିଷ୍ଠା ରେକର୍ଡ ଲାଗି ୨୦୧୪ ସାଧାରଣତନ୍ତ୍ର ଦିବସ ଅବସରରେ ତାଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ