Connect with us

ଓଡିଶା

ସିପ୍ରାଙ୍କ ସମେତ ୩ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ

ସାଙ୍କେତିକ

ସିପ୍ରାଙ୍କ ସମେତ ୩ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ
କେନ୍ଦ୍ରାପଡ଼ା, ୧୨ ଅପ୍ରେଲ – ଆସନ୍ତା ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡା ଜିଲ୍ଲାରୁ ୬୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣ ପ୍ରାର୍ଥୀପତ୍ର ନାକଚ ହୋଇଥିଲା । ଫଳରେ ୫୬ ଜଣ ପ୍ରାର୍ଥର୍ୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ଶୁକ୍ରବାରଦିନ ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ । ଏହି ପ୍ରାର୍ଥୀପତ୍ର ପ୍ରତ୍ୟାହାରଦିନ ପୂର୍ବତନ ବିଧାୟିକା ଡଃ. ସିପ୍ରା ମଲ୍ଲିକଙ୍କ ସମେତ ୩ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ଫଳରେ ଲୋକସଭା ଆସନ ପାଇଁ ୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ୪୬ ଜଣ ପ୍ରାର୍ଥୀ ଜିଲ୍ଲାର ୫ ଟି ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ୧୦ ଜଣ, କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ୯ଜଣ, ଆଳି ବିଧାନସଭା ଆସନ ପାଇଁ ୧୦ ଜଣ, ରାଜନଗର ବିଧାନସଭା ଆସନ ପାଇଁ ୭ ଜଣ ଏବଂ ମହାକାଳପଡା ବିଧାନସଭା ଆସନ ପାଇଁ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା