Connect with us

ଅପରାଧ

ସାଲିଆସାହିରୁ ପୂର୍ବତନ ଇଂଜିନିୟରିଂ ଛାତ୍ରଙ୍କ ଠାରୁ ବ୍ରାଉନସୁଗାର ଜବତ

ସାଙ୍କେତିକ

ସାଲିଆସାହିରୁ ପୂର୍ବତନ ଇଂଜିନିୟରିଂ ଛାତ୍ରଙ୍କ ଠାରୁ ବ୍ରାଉନସୁଗାର ଜବତ
ଭୁବନେଶ୍ୱର, ୧୩ ଫେବୃଆରୀ – ରାଜଧାନୀରୁ ଆଜି ପୁଣି ଥରେ ବ୍ରାଉନସୁଗାର ଜବତ ହୋଇଛି । ବୁଧବାର ଅବକାରୀ ବିଭାଗ ଜଣେ ଇଂଜିନିୟରିଂ ଡିଗ୍ରୀ ଧାରୀ ଛାତ୍ରଙ୍କ ଠାରୁ ୮୩ ଗ୍ରାମର ବ୍ରାଉନସୁଗର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା ବୋଲି ଜଣାପଡିଛି । ଭୁବନେଶ୍ୱର ସାଲିଆସାହିରୁ ସମ୍ପୃକ୍ତ ଛାତ୍ରଙ୍କୁ ଗିରଫ କରାଯାଇଛି ।
ସୋମବାର ମଧ୍ୟ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଂଚଳରୁ ୧୦୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା । ଏପରିକି କିଛି ଦିନ ପୂର୍ବରୁ ପଟିଆ ଅଂଚଳରୁ ଜଣେ ବିଟେକ୍ ଛାତ୍ର ଗାଡି ଡିକିରେ ରଖି ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ଧରାପଡିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ