Connect with us

ଦେଶ

ସାଧାରଣ ନିର୍ବାଚନ ଘୋଷଣା ପୂର୍ବରୁ ‘ସିବିଏସଇ’ ର ପରୀକ୍ଷା ସୂଚୀ ଜାରି .

ସାଙ୍କେତିକ

ସାଧାରଣ ନିର୍ବାଚନ ଘୋଷଣା ପୂର୍ବରୁ ‘ସିବିଏସଇ’ ର ପରୀକ୍ଷା ସୂଚୀ ଜାରି .
ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପକ୍ଷରୁ ୨୦୧୯ର ୧୦ମ ପରୀକ୍ଷା ଫେବ୍ରୁଆରୀ ୨୧ରେ ଆରମ୍ଭ ହୋଇ ମାର୍ଚ୍ଚ୨୯ ପର୍ଯ୍ୟନ୍ତ ଚାଲିବ ଓ ୧୨ଶ ପରୀକ୍ଷା ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୩ରେ ଶେଷ ହେବ । ପରୀକ୍ଷା ସକାଳ ୧୦ଟା ୩୦ରୁ ଆରମ୍ଭ ହୋଇ ୧ଟା ୩୦ରେ ଶେଷ ହେବ । ୧୦ଟାରେ ଉତ୍ତରପତ୍ର ଓ ୧୦ଟା ୧୫ରେ ପ୍ରଶ୍ନପତ୍ର ବଣ୍ଟନ ହେବ ।

୧୦ମ ଓ ୧୨ଶ ଶ୍ରେଣୀ ପରୀକ୍ଷାସୂଚୀ ଘୋଷଣା କରାଯାଇ କୁହାଯାଇଛି ଯେ , ଛାତ୍ରାଛାତ୍ରୀମାନେ ସିବିଏସଇର ଓ୍ଵବସାଇଟ cbse.nic.in ରେ ସଂପୂର୍ଣ୍ଣ ପରୀକ୍ଷା ସୂଚୀ ଦେଖିପାରିବେ ଓ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ୨୦୧୯ ଶିକ୍ଷା ବର୍ଷଠାରୁ ସିବିଏସଇ ୧୦ମ ପରୀକ୍ଷାରେ ଉତୀର୍ଣ୍ଣ ହେବା ପାଇଁ ପରୀକ୍ଷାର୍ଥୀମାନଙ୍କୁ ଥିଓରୀ ଓ ପ୍ରାକ୍ଟିକାଲକୁ ମିଶାଇ ଅତିକମରେ ୩୩ ପ୍ରତିଶତ ରଖିବାକୁ ହେବ । ଅନ୍ୟପକ୍ଷରେ ଧନ୍ଦାମୂଳକ ଶିକ୍ଷା ବା ଭୋକେଶନାଲ ବିଷୟ ପାଇଁ ପରୀକ୍ଷା ଫେବ୍ରୁଆରୀରୁ ମାର୍ଚ୍ଚ ମଧ୍ୟରେ ହେବ । ପ୍ରାୟ ୪୦ଟି ଭୋକେଶନାଲ ବିଷୟ ସମେତ ଟାଇପୋଗ୍ରାଫୀ ଓ କମ୍ପ୍ୟୁଟର ଆପ୍ଲିକେସନ ବିଷୟ ମଧ୍ୟ ରହିବ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ