Connect with us

ଦେଶ

ସାଧାରଣବର୍ଗ ଗରିବଙ୍କ ପାଇଁ ୧୦% ସଂରକ୍ଷଣ

ସାଧାରଣବର୍ଗ ଗରିବଙ୍କ ପାଇଁ ୧୦% ସଂରକ୍ଷଣ
ନୂଆଦିଲ୍ଲୀ,୭ା୧ : ମୋଦି ସରକାର ଲୋକସଭା ନିର୍ବାଚନ ପୂର୍ବରୁ ଏକ ବଡ ଗୋଟି ଚାଳନା କରିଛନ୍ତି । ସୋମବାର କେନ୍ଦ୍ର କ୍ୟାବିନେଟ୍ ସରକାରୀ ଚାକିରି କ୍ଷେତ୍ରରେ ସାଧାରଣ ବର୍ଗ ଗରିବଙ୍କ ପାଇଁ ୧୦% ସଂରକ୍ଷଣ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି କ୍ରମେ କେନ୍ଦ୍ର ସରକାର ସଂରକ୍ଷଣ କୋଟାକୁ ବୃଦ୍ଧି କରିବେ । ସୂଚନାଥାଉ କି, ଭାରତୀୟ ସମ୍ବିଧାନରେ ଆର୍ଥିକ ଆଧାରରେ ସଂରକ୍ଷଣ ଦେବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଏଥିପାଇଁ ସମ୍ବିଧାନ ସଂଶୋଧନ ହିଁ ଏକମାତ୍ର ବିକଳ୍ପ ରହିଛି । ଏଭଳି ହେଲେ ସଂରକ୍ଷଣ ବ୍ୟବସ୍ଥା ୪୯.୫%ରୁ ବୃଦ୍ଧି ପାଇ ୫୯.୫%ରେ ପହଞ୍ଚବ ।

ଏଥିରେ ଆର୍ଥିକ ପଛୁଆ ବର୍ଗର ଲୋକଙ୍କ ପାଇଁ ୧୦% କୋଟା ରହିବ । ସାଧାରଣ ବର୍ଗର ଆର୍ଥିକ ପଛୁଆ ବା ଗରିବଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଦୀର୍ଘଦିନ ହେବ ଦାବି ହୋଇ ଆସୁଥିଲା । ଏବେ ମୋଦି ସରକାରଙ୍କ ଏହି ପଦକ୍ଷେପକୁ ବଡ ରାଜନୈତିକ ଗୋଟି ଚାଳନା ବୋଲି କୁହାଯାଉଛି । ସୂଚନା ଅନୁସାରେ ବାର୍ଷିକ ୮ଲକ୍ଷରୁ କମ୍ ପାରିବାରିକ ଆୟ କରୁଥିବା ସାଧାରଣ ବର୍ଗର ଲୋକଙ୍କୁ ଏହି ସଂରକ୍ଷଣ ଲାଭ ମିଳିବ । ଏହାବାଦ୍ ସହରରେ ୧୦୦୦ ସ୍କୋୟାରଫୁଟରୁ ଛୋଟ ଘର କିମ୍ବା ୫ ଏକରରୁ କମ୍ ଚାଷ ଜମି ବି ସର୍ତ୍ତ ଭାବେ ରଖାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ