Connect with us

ଦେଶ

ସହରୀ ନକ୍ସଲଙ୍କ ସନ୍ତାନ ବିଦେଶରେ : ମୋଦି

ସାଙ୍କେତିକ ଚିତ୍ର

ସହରୀ ନକ୍ସଲଙ୍କ ସନ୍ତାନ ବିଦେଶରେ : ମୋଦି
ନୂଆଦିଲ୍ଲୀ,୯ା୧୧ : ସରଳ ଆଦିବାସୀଙ୍କ ଜୀବନ ନଷ୍ଟ କରୁଛନ୍ତି ନକ୍ସଲ । ନକ୍ସଲବାଦକୁ ଉତ୍ସାହିତ କରୁଥିବା ସହରୀ ନକ୍ସଲ କ୍ୟାଡରମାନେ ସେମାନଙ୍କ ପିଲାମାନଙ୍କୁ ବିଦେଶରେ ପାଠ ପଢ଼ାଉଛନ୍ତି । ଅଥଚ ଆଦିବାସୀଙ୍କୁ ନକ୍ସଲ ଚିନ୍ତାଧାରାରେ ପ୍ରବର୍ତ୍ତାଇ ସେମାନଙ୍କୁ ବନ୍ଧୁକ ଧରିବାକୁ ବାଧ୍ୟ କରୁଛନ୍ତି । ଏଥିପ୍ରତି ସତର୍କ ହେବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ବସ୍ତରଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି ଯେ, ବିକାଶ ପାଇଁ ପୂର୍ବ ସରକାର ଅମଳରେ ମଧ୍ୟ କେନ୍ଦ୍ରରୁ ଟଙ୍କା ଆସୁଥିଲା । ତେବେ ବସ୍ତର ପରି ମାଓପ୍ରବଣ ଅଞ୍ଚଳରେ ଏହି ଟଙ୍କା ପହଂଚିବା ପୂର୍ବରୁ ରାଜନୈତିକ ଦଲାଲଙ୍କ ଦ୍ୱାରା ଲୁଟ୍ ହୋଇ ଯାଉଥିଲା । ଏବେ ରମଣ ସରକାରଙ୍କ ଯୋଗୁଁ ବସ୍ତର ପରି ଅଞ୍ଚଳରେ ମଧ୍ୟ ବିକାଶ ପହଂଚିଛି । ବିଜେପି ସବ୍କା ସାଥ, ସବ୍କା ବିକାଶ ଚିନ୍ତାଧାରାରେ କାର୍ଯ୍ୟ କରୁଥିବାରୁ ଏହା ସମ୍ଭବ ହେଉଛି । ଏହାପୂର୍ବରୁ ମଧ୍ୟ ବସ୍ତର ଅଞ୍ଚଳକୁ ସେ ଆସିଛନ୍ତି । ଏହି ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ନିମନ୍ତେ ଏକାଧିକ ଡାକ୍ତରଖାନା ଓ ଗମନାଗମନ କ୍ଷେତ୍ରରେ ଏକାଧିକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ବିଜେପି ସରକାରଙ୍କ ଏହିସବୁ ହିସାବ ଫର୍ଦ୍ଦ ରଖି ପୁଣିଥରେ ବିଜେପି ସରକାରଙ୍କୁ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ତେବେ ଛତିଶଗଡର ବିକାଶ ପାଇଁ କେନ୍ଦ୍ର ସରକାର ଏବଂ ରମଣ ସିଂହଙ୍କ ସରକାର ଲଗାତର ପ୍ରୟାସ କରୁଛନ୍ତି । ଯେଉଁ ପିଲାମାନଙ୍କ ହାତରେ କଲମ ହେବା ଦରକାର ସେହି ମାନଙ୍କ ହାତରେ ରାକ୍ଷସମାନେ ବନ୍ଧୁକ ଧରାଇ ଦେଉଛନ୍ତି । ସହରୀ ମାଓବାଦୀଙ୍କ ପିଲା ବିଦେଶରେ ପଢ଼ୁଛନ୍ତି କିନ୍ତୁ ଆଦିବାସୀଙ୍କ ଜୀବନ ଖରାପ କରି ଦେଇଛନ୍ତି । ମୋଦି ଆହୁରି କହିଥିଲେ ଯେ, ଅଟଳ ବିହାରୀ ବାଜପେୟୀ ଛତିଶଗଡ଼ ପାଇଁ ସ୍ୱପ୍ନ ଦେଖିଥିଲେ । ତେଣୁ ତାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ସେ ବାରମ୍ବାର ଛତିଶଗଡ଼ ଆସୁଛନ୍ତି । ତେବେ ବିଜେପି ନେତୃତ୍ୱରେ ଛତିଶଗଡ଼ରେ ବିକାଶ ଅଭିଯାନ ଚାଲିଛି ବୋଲି ମୋଦି କହିଥିଲେ । ସେହି ସମୟରେ ରାଜ୍ୟରେ ଥିବା କଂଗ୍ରେସ ସରକାରୀ ବିକାଶକୁ ଅଟକାଇବା ପାଇଁ ଅହରହ ପ୍ରୟାସ କରୁଛନ୍ତି । କଂଗ୍ରେସ କେବଳ ଦଳିତ, ପୀଡିତ, ଶୋଷିତମାନଙ୍କୁ ଭୋଟ ବ୍ୟାଙ୍କ ମାନୁଛନ୍ତି ।

ଦେଶରେ ବହୁ ବର୍ଷ ଧରି କଂଗ୍ରେସ ଶାସନ ଚାଲିଥିଲା, କିନ୍ତୁ ଆଦିବାସୀଙ୍କର ବିକାଶ ହୋଇ ନଥିଲା । ବିକାଶ ପାଇଁ ବୈଜ୍ଞାନିକ ପ୍ରଣାଳୀରେ ଆଗକୁ ବଢ଼ିବା ଉଚିତ ବୋଲି କହିଥିଲେ । ଅପରପକ୍ଷରେ ବସ୍ତରବାସୀ କଂଗ୍ରେସ ପରି ଦଳକୁ ଉଚିତ ଜବାବ ଦେବାକୁ ସେ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ଭାଷରରେ ଦୂରଦର୍ଶନ ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁଙ୍କୁ ମାଓବାଦୀଙ୍କ ଦ୍ୱାରା ହତ୍ୟା ପାଇଁ ମାଓ ଚିନ୍ତାଧାରାକୁ କଟୁ ସମାଲୋଚନା କରିବା ସହ ସେମାନେ ଶକ୍ତିଶାଳୀ ହେବା ପଛରେ କଂଗ୍ରେସ ଦାୟୀ ବୋଲି ଅଭିଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ