Connect with us

ଓଡିଶା

ସରକାରଙ୍କ ପ୍ରସ୍ତାବକୁ ମାନିଲେନି ଶିକ୍ଷକ l

ସରକାରଙ୍କ ପ୍ରସ୍ତାବକୁ ମାନିଲେନି ଶିକ୍ଷକ l

ସରକାରଙ୍କ ପ୍ରସ୍ତାବକୁ ମାନିଲେନି ଶିକ୍ଷକ
ସମୂହ ଇସ୍ତଫା ଦେବାକୁ ଧମକ
ଭୁବନେଶ୍ୱର,୧୨ା୯ : ନିଜର ଅଧିକାର ପାଇଁ ରାଜଧାନୀ ରାଜରାସ୍ତା ଉପରେ ବସିଥିବା ଶିକ୍ଷକ ଓ ଅଧ୍ୟପକଙ୍କ ଆନ୍ଦୋଳନକୁ ମାସେ ପୁରିବାକୁ ବସିଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରିପାରୁ ନାହିଁ । ଶିକ୍ଷକ ଓ ଅଧ୍ୟାପକ ଏବଂ ସରକାରଙ୍କ ଜିଦ୍ କାରଣରୁ ବାଜିରେ ଲାଗିଛି ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ବିରୋଧୀଙ୍କ ଚାପ ହେଉ କିମ୍ବା ଶିକ୍ଷକଙ୍କ ଜିଦ୍ ଯୋଗୁଁ ଆଜି ବସିଥିବା ମନ୍ତ୍ରୀସ୍ତରୀୟ ବୈଠକ ବିଫଳ ହୋଇଛି ।

ସରକାରଙ୍କ ଅନୁରୋଧକୁ ନ ମାନି ଆନ୍ଦୋଳନ ଜାରି ରଖିବାକୁ ସ୍କୁଲ ଓ କଲେଜ କର୍ମଚାରୀ ମିଳିତ ମଞ୍ଚ ନିଷ୍ପତ୍ତି ନେଇଛି । ଆବଶ୍ୟକ ହେଲେ ସମୂହ ଇସ୍ତଫା ଦିଆଯିବ ବୋଲି ମିଳିତ ମଞ୍ଚର ଆବାହକ ଗୋଲକ ନାୟକ ବୈଠକ ପରେ ସୂଚନା ଦେଇଛନ୍ତି । ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ ଆଜି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ମଧ୍ୟ ଉପସ୍ଥିତ ଥିଲେ । ୨୦୧୭ ସରକାରୀ ନିୟମ ଅନୁସାରେ ଶିକ୍ଷକ ଓ ଅଧ୍ୟାପକମାନେ ପ୍ରଥମେ ଦରମା ଗ୍ରହଣ କରିବାକୁ ସରକାର ପ୍ରସ୍ତାବ ଦେଇଥିଲେ ଏବଂ ଷ୍ଟିଅରିଂ କମିଟି ଗଠନ କରାଯାଇ ତର୍ଜମା କରିବାକୁ ୩ମାସ ସମୟ ମଧ୍ୟ ମାଗିଥିଲେ । କିନ୍ତୁ ସରକାରଙ୍କ ଏହି ପ୍ରସ୍ତାବକୁ ମିଳିତ ମଞ୍ଚ ପ୍ରତ୍ୟାଖ୍ୟାନ କରି ୭ଦିନ ମଧ୍ୟରେ ନିଷ୍ପତ୍ତି ନେବାକୁ ଦାବି କରିଥିଲେ । କିନ୍ତୁ ସରକାର ରାଜି ହୋଇ ନଥିଲେ । ଯଦ୍ୱାରା ମିଳିତ ମଞ୍ଚ ପୂର୍ବଭଳି ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ ।

ଯଦି ୭ଦିନ ମଧ୍ୟରେ କୌଣସି ପଦକ୍ଷେପ ନ ନିଆଯାଏ ତେବେ ସମସ୍ତ ଶିକ୍ଷକ ଓ ଅଧ୍ୟାପକ ସମୂହ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛି ମଞ୍ଚ । ଆଗକୁ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଆବାହକ କହିଛନ୍ତି । ଆବାହକ ଅଭିଯୋଗ ମୁତାବକ, ବିରୋଧୀ ଦଳଙ୍କ ଚାପରେ ସରକାର ବୈଠକ ଡାକିଥିଲେ । ୨୦୧୭ ସରକାରୀ ନିୟମକୁ ମାନିବାକୁ ବାଧ୍ୟ କରୁଥିଲେ ଆବାହକ ବୈଠକ ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ।

ଅନ୍ୟପକ୍ଷରେ ସରକାରଙ୍କ ପ୍ରସ୍ତାବକୁ ରଖିବାକୁ ଶିକ୍ଷକ ସଂଘକୁ ଅନୁରୋଧ କରିଛନ୍ତି ଅର୍ଥ ମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ । ଯେଉଁ ଏକ୍ସପୋର୍ଟ କମିଟି ଗଠନ ହେବ ସେଥିରେ ମିଳିତ ମଞ୍ଚର ତିନିଜଣ ସଦସ୍ୟ ମଧ୍ୟ ରହିବେ । ତିନିମାସ ମଧ୍ୟରେ ସବିଶେଷ ଅନୁଧ୍ୟାନ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଏପ୍ରିଲ ମାସରେ ମାଟ୍ରିକ ଓ ଯୁକ୍ତ ଦୁଇ ଖାତା ମୂଲ୍ୟାୟନକୁ ବର୍ଜନ କରି ମିଳିତ ମଞ୍ଚ ଆନ୍ଦୋଳନ କରିଥିଲେ । କିନ୍ତୁ ସରକାର ତିନିମାସ ମଧ୍ୟରେ ଦାବି ପୂରଣ ହୋଇଯିବ ବୋଲି ମିଛ ବାହାନା ଦେଖାଇ ଆନ୍ଦୋଳନରୁ ଓହରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସରକାର ପ୍ରତିଶ୍ରୁତି ନ ରଖିବାରୁ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇଥିଲା ମିଳିତ ମଞ୍ଚ

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା