Connect with us

ବିଦେଶ

ସତ୍ୟ ତ୍ରିପାଠୀ ଜାତିସଂଘର ସହକାରୀ ମହାସଚିବ ଭାବେ ନିଯୁକ୍ତ l

ସତ୍ୟ ତ୍ରିପାଠୀ ଜାତିସଂଘର ସହକାରୀ ମହାସଚିବ ଭାବେ ନିଯୁକ୍ତ l

ସତ୍ୟ ତ୍ରିପାଠୀ ଜାତିସଂଘର ସହକାରୀ ମହାସଚିବ ଭାବେ ନିଯୁକ୍ତ l
ନୂଆଦିଲ୍ଲୀ,୨୮ା୮ : ଓଡ଼ିଶାର ସତ୍ୟ ତ୍ରିପାଠୀଙ୍କୁ ଜାତିସଂଘର ସହକାରୀ ମହାସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେ ଜାତିସଂଘ ପରିବେଶ ପ୍ରକଳ୍ପର ନ୍ୟୁୟର୍କରେ ଥିବା କାର୍ଯ୍ୟାଳୟର ମୁଖ୍ୟ ଭାବେ କାର୍ଯ୍ୟ ତୁଲାଇବେ । ଜାତିସଂଘର ଟ୍ୱିଟର ଆକାଉଣ୍ଟାଣ୍ଟରେ ସତ୍ୟଙ୍କ ନିଯୁକ୍ତି ବିଷୟରେ ସୂଚନା ଦିଆଯାଇଛି ।

ସତ୍ୟ ତ୍ରିପାଠୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତୋକତ୍ତର ଓ ଆଇନରେ ସ୍ନାତୋକତ୍ତର ଡିଗ୍ରୀ ହାସଲ କରିଛନ୍ତି । ତ୍ରିନିଦାଦ୍ ଓ ଟୋବାଗୋର ଇଲିଓଟ୍ ହାରିଶ ପୂର୍ବରୁ ଏହି ପଦରେ ରହିଥିଲେ । ସତ୍ୟ ତାଙ୍କ ସ୍ଥାନରେ ନୂଆ ଭାବେ ନିଯୁକ୍ତି ପାଇଛନ୍ତି । ସେ ଜାତିସଂଘର ଉଚ୍ଚ ପଦବୀ ଅଧିଷ୍ଠିତ ତୃତୀୟ ଭାରତୀୟ । ୨୦୧୭ ମସିହାରୁ ସତ୍ୟ ତ୍ରିପାଠୀ ପୂର୍ବରୁ ୟୁଏନ୍ଇପିର ୨୦୩୦ ପାଇଁ କରାଯାଇଥିବା ସମନ୍ୱିତ ବିକାଶ ପାଇଁ ବରିଷ୍ଠ ଉପଦେଷ୍ଟା ଭାବେ କାମ କରିଥିଲେ । ସତ୍ୟ ତ୍ରିପାଠୀ ଜଣେ ବରିଷ୍ଠ ଆଇନଜୀବି ଓ ଅର୍ଥନୀତିଜ୍ଞ । ତାଙ୍କର ୩୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି ।

୧୯୯୮ ମସିହାରୁ ସେ ଜାତିସଂଘ ସହ ଜଡିତ ଅଛନ୍ତି । ଏସିଆ, ଆଫ୍ରିକା ଓ ୟୁରୋପରେ ଜାତିସଂଘର ବିଭିନ୍ନ ପ୍ରକଳ୍ପରେ କାମ କରିଛନ୍ତି । ଆଇନ ସହ ମାନବାଧିକାର ଓ ଗଣତାନ୍ତ୍ରିକ ସରକାର ଏପରି ବିଭିନ୍ନ ପ୍ରକଳ୍ପରେ ସେ ଜାତିସଂଘ ପାଇଁ କାମ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ