Connect with us

ଓଡିଶା

ସଚିବାଳୟ ଘେରିଲା ବିଜେପି

ସାଙ୍କେତିକ

ଚାଷୀ ପାଇଁ ଲଢ଼େଇ
ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ନବୀନ
ସଚିବାଳୟ ଘେରିଲା ବିଜେପି
ପିକ୍ନିକ୍ କହିଲା କଂଗ୍ରେସ
ଭୁବନେଶ୍ୱର/ନୂଆଦିଲ୍ଲୀ,୮ା୧ : ୨୦୧୯ ନିର୍ବାଚନ ପୂର୍ବରୁ ସାରା ଦେଶରେ କୃଷକ ରାଜନୀତି ଏବେ ଜୋର ଧରିଥିବା ବେଳେ ଏଥିରୁ ବାଦ୍ ପଡିନି ଓଡ଼ିଶା । କୃଷକଙ୍କ ହକ୍ ପାଇଁ ଓଡ଼ିଶା ରାଜନୀତିରେ ଉଷ୍ମତା ଦେଖିବାକୁ ମିଳିଛି । ମଙ୍ଗଳବାର ଦିନ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିବା ବେଳେ ଭୁବନେଶ୍ୱରରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲଶ । ଅନ୍ୟପକ୍ଷରେ ବିଜେଡିର କୃଷକ ସମାବେଶକୁ କଂଗ୍ରେସ ପିକ୍ନିକ୍ ବୋଲି କହି ତାତ୍ସଲ୍ୟ କରିଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି ଏବଂ ଆର୍ଥିକ ସ୍ୱାୟତ୍ତତା ଦାବି କରି ବିଜୁ ଜନତା ଦଳ ପକ୍ଷରୁ ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ କୃଷକ ଅଧିକାର ସମାବେଶ କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ସମାବେଶରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଖୁବ୍ ବର୍ଷିଛନ୍ତି ।

ବିଜେଡି ମନ୍ତ୍ରୀ, ସାଂସଦ, ବିଧାୟକ, ହଜାର ହଜାର ଦଳୀକୟ କର୍ମୀ, ବରିଷ୍ଠ ନେତା ଓ ସମର୍ଥକଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିର୍ବାଚନ ସମୟରେ ଧାନର ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧି କରିବ ବୋଲି ନିର୍ବାଚନୀ ଇସ୍ତାହାରରେ ବିଜେପି ପ୍ରତିଶ୍ରୁତି ଦେଇଥିଲା । ଏବେ ଏହାକୁ ପୂରଣ ନ କରି କେନ୍ଦ୍ର ସରକାର ଚାଷୀମାନଙ୍କୁ ଠକିବାକୁ ଚେଷ୍ଟା କରୁଛି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଏନେଇ ସଂଧ୍ୟା ୫ଟାରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ଧାନ ମଣ୍ଡିରେ ଅବ୍ୟବସ୍ଥା ଅଭିଯୋଗରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ସଚିବାଳୟ ଘେରାଉ କରାଯାଇଥିଲା । ସରକାର ନିର୍ଦ୍ଧାରିତ ମୂଲ୍ୟ ଦେଇ ଧାନ ମଣ୍ଡିରୁ ଧାନ କିଣିପାରୁ ନାହାନ୍ତି ବୋଲି ବିଜେପି ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲା । ବିକ୍ଷୋଭକାରୀମାନେ ସୁରକ୍ଷା ବଳୟ ଭାଙ୍ଗି ସଚିବାଳୟକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ଗତବର୍ଷ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପ୍ରତି ୧୦୦ ଟଙ୍କା ବୋନସ ଦେବାକୁ ଘୋଷଣା କରିଥିବା ବେଳେ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇନାହିଁ । ନଭେମ୍ବର ୫ ସୁଦ୍ଧା ମଣ୍ଡି ଖୋଲାଯିବାର ନିଷ୍ପତ୍ତି ହୋଇଥିବା ବେଳେ ଏପର୍ଯ୍ୟନ୍ତ ତାହା କାହିଁକି ଖୋଲାଯାଇନାହିଁ ବୋଲି ବିଜେପି ପ୍ରଶ୍ନ କରିଛି । ଏଥିସହ ଦିଲ୍ଲୀରେ ବିଜେଡିର କୃଷକ ଅଧିକାର ସମାବେଶକୁ ବିଜେପି କଡା ସମଲୋଚନା କରିଛି ।

ଦିଲ୍ଲୀରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସମାବେଶ କରିବା ପରିବର୍ତ୍ତେ ସେହି ଟଙ୍କାକୁ ଚାଷୀଙ୍କୁ ବୋନସ ଆକାରରେ ପ୍ରଦାନ ନ କରି ବିଜେଡି ନାଟକବାଜି ଚଳାଇଛି ବୋଲି ଦଳର ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ କହିଛନ୍ତି । ଏଥିସହ କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଗୋଟିଏ ଦିନରେ ରାଜ୍ୟର ଦୁଇଟି ପ୍ରମୁଖ ଦଳ ଚାଷୀଙ୍କ ହକ୍ ପାଇଁ ଆନ୍ଦୋଳନ ଚଳାଇଥିବା ବେଳେ ରାଜ୍ୟ କଂଗ୍ରେସ ଏହାକୁ କଡା ସମାଲୋଚନା କରିଛି । ଦିଲ୍ଲୀରେ ବିଜେଡିର କୃଷକ ମହାସମାବେଶ ଆନ୍ଦୋଳନକୁ ପିସିସି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ପିକ୍ନିକ୍ ବୋଲି କହି ତାତ୍ସଲ୍ୟ କରିଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଜେଡି ନେତା ଦିଲ୍ଲୀ ପିକ୍ନିକ୍ କରିବାକୁ ଯାଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ତୀବ୍ର ସମାଲୋଚନା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା