Connect with us

ଦେଶ

ଶୀତକାଳୀନ ଅଧିବେଶନ ଆରମ୍ଭ

ସାଙ୍କେତିକ ଚିତ୍ର

ଶୀତକାଳୀନ ଅଧିବେଶନ ଆରମ୍ଭ
ନୂଆଦିଲ୍ଲୀ,୧୧ା୧୨ : ଆଜିଠାରୁ ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ । ପ୍ରଥମ ଦିନରେ ଦିବ୍ୟଗଂତ ବିଶିଷ୍ଟ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଆଗତ ହୋଇଥିବା ପ୍ରସ୍ତାବ ପରେ ଉଭୟ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ସରକାର ଦିବ୍ୟଗଂତ ବିଶିଷ୍ଟ ବ୍ୟକ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଅନନ୍ତ କୁମାର, ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.କରୁଣାନିଧି, ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡା ଓ ପୂର୍ବତନ ଲୋକସଭାର ଅଧ୍ୟକ୍ଷ ସୋମନାଥ ଚାଟାର୍ଜୀଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା ।

ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଓ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ୍.ଭେଙ୍କେୟା ନାଇଡୁ ଦିବ୍ୟଂଗତ ନେତାଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ବର୍ଣ୍ଣନା କରିଥିଲେ । ପରେ ଗୃହରେ ସ୍ୱର୍ଗୀୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଶୋକ ପ୍ରସ୍ତାବ ପରେ ଉଭୟ ଗୃହରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ଉଭୟ ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ