Connect with us

ବିଦେଶ

ଶିଶୁଙ୍କୁ ସ୍ତନ୍ୟପାନ କରାଇପାରିବେ ପିତା

ସାଙ୍କେତିକ

ଶିଶୁଙ୍କୁ ସ୍ତନ୍ୟପାନ କରାଇପାରିବେ ପିତା
ପୁରୁଷମାନେ ମଧ୍ୟ ଶିଶୁଙ୍କୁ ସ୍ତନ୍ୟପାନ କରାଯାଇପାରିବେ ବୋଲି ଏକ ଗବେଷଣାରୁ ଜଣାପଡିଛି । ୟୁନିଭର୍ସିଟି ଅଫ୍ ଲଣ୍ଡନର ଛାତ୍ରମାନେ ଏକ ମେସିନ ଆବିଷ୍କାର କରିଛନ୍ତି । ଏହା ସହାୟତାରେ ମହିଳାଙ୍କ ଭଳି ପୁରୁଷମାନେ ମଧ୍ୟ ଶିଶୁଙ୍କୁ ସ୍ତନ୍ୟପାନ କରାଇପାରିବେ ।

ଛାତ୍ରମାନେ ଏକ ସ୍ପେଶାଲ୍ ହର୍ମୋନ କିଟ୍ ପ୍ରସ୍ତୁତ କରିଛନ୍ତି । କିଟ୍ର ନାମ “ଚେଷ୍ଟ୍ ଫିଡିଙ୍ଗ୍ କିଟ୍’ ରଖାଯାଇଛି । ଏହି କିଟ୍ ପୁରୁଷଙ୍କ ଶରୀରରେ ପ୍ରୋଜେଷ୍ଟେରନ ହରମୋନ୍ ବଢ଼ାଇବାରେ ସହାୟକ ହେବ । ପ୍ରୋଜେଷ୍ଟେରନ ହରମୋନ ଯୋଗୁଁ ହିଁ ମହିଳାଙ୍କ ସ୍ତନରେ କ୍ଷୀର ପ୍ରସ୍ତୁତ ହୋଇଥାଏ । ମ୍ୟାରିୟନ କ୍ଲେରି ନାମକ ଜଣେ ଛାତ୍ର କିଟ୍ ପ୍ରସ୍ତୁତ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି ।

ଏହି କିଟ୍ ଯୋଗେ ପୁରୁଷଙ୍କ ଶରୀରରେ ମହିଳାଙ୍କ ପ୍ରୋଜେଷ୍ଟେରନ ଓ ଡୋମ୍ୱରଡୋନ ହରମୋନ ଦିଆଯିବ । ଫଳରେ ପୁରୁଷମାନଙ୍କ ସ୍ତନରେ ମଧ୍ୟ କ୍ଷୀର ପ୍ରସ୍ତୁତ ହୋଇପାରିବ ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ