Connect with us

ଦେଶ

ଶିବରାଜ, ରମଣ ଏବଂ ବସୁନ୍ଧରାଙ୍କୁ ମିଳିବନି ଲୋକସଭା ନିର୍ବାଚନ ଦାୟିତ୍ୱ

ସାଙ୍କେତିକ ଚିତ୍ର

ଶିବରାଜ, ରମଣ ଏବଂ ବସୁନ୍ଧରାଙ୍କୁ ମିଳିବନି ଲୋକସଭା ନିର୍ବାଚନ ଦାୟିତ୍ୱ
ନୂଆଦିଲ୍ଲୀ,୧୧ା୧୨ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରୁ ୩ଟି ରାଜ୍ୟରେ ବଡ ବ୍ୟବଧାନରେ ପରାଜୟ ପରେ ବିଜେପି ଲୋକସଭା ନିର୍ବାଚନ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି । ଏହି କ୍ରମରେ ବିଜେପି ରାଜସ୍ଥାନରୁ ବସୁନ୍ଧରା ରାଜେ, ମଧ୍ୟପ୍ରଦେଶରୁ ଶିବରାଜ ସିଂହ ଚୌହାନ ଏବଂ ଛତିଶଗଡ଼ରୁ ରମଣ ସିଂହଙ୍କୁ ଲୋକସଭା ନିର୍ବାଚନ ଦାୟିତ୍ୱରୁ ହଟାଇ ନୂଆ ମୁହଁକୁ ଦାୟିତ୍ୱ ଦେବ ବୋଲି ଦଳୀୟ ସୂତ୍ରରୁ ଜାଣିବାକୁ ମିଳିଛି । ଏହି ୩ ନେତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅବସ୍ଥାପିତ କରାଯିବ ବୋଲି ଶୁଣିବାକୁ ମିଳୁଛି ।

ଏମାନଙ୍କ ସ୍ଥାନରେ ରାଜ୍ୟର ନୂଆ ନେତାଙ୍କୁ ଲୋକସଭା ନିର୍ବାଚନ ଦାୟିତ୍ୱ ଦିଆଯିବ । ବିଜେପି ଏହି ନେତାଙ୍କ ଏକ ତାଲିକା ପ୍ରସ୍ତୁତ କରିଥିବା ଦଳୀୟ ସୂତ୍ରରୁ ଜଣାପଡିଛି । ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଦଳୀୟ ଦାୟିତ୍ୱ ଦିଆଯିବ । ଏହାସହ ଏହି ୩ ରାଜ୍ୟର ଦଳୀୟ କନ୍ଦଳକୁ ଦୂର କରିବା ପାଇଁ ରାଜ୍ୟସ୍ତରୀୟ ନୂଆ ଲୋକସଭା ନିର୍ବାଚନ କମିଟି ଗଠନ କରାଯିବ । ଏବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପୂର୍ଣ୍ଣ ଧ୍ୟାନ ଲୋକସଭା ନିର୍ବାଚନ ଉପରେ ଦେବାକୁ ଚାହୁଁଛନ୍ତି ।

କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ଉମା ଭାରତୀ ୨୦୧୯ରେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି । ଏପଟେ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ । ଅନନ୍ତ କୁମାରଙ୍କ ଦେହାନ୍ତ ପରେ ବିଜେପିରେ ଉକ୍ରୃଷ୍ଟ ନେତୃତ୍ୱର ଅଭାବ ପରିଲକ୍ଷିତ ହୋଇଛି । କେନ୍ଦ୍ରରେ ଦୃଢ଼ ନେତୃତ୍ୱ ପାଇଁ ଶିବରାଜ, ବସୁନ୍ଧରା ଏବଂ ରମଣ ସିଂହଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ବିଜେପି ନିଷ୍ପତ୍ତି ନେଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ