Connect with us

ଆମ ଖବର

ଲେମନ୍ ରାଇସ୍

ସାଙ୍କେତିକ

ଲେମନ୍ ରାଇସ୍
ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ ୫୦୦ ଗ୍ରାମ, ଜୀରା – ଏକ ଛୋଟ ଚାମଚ, ଭୃଷଙ୍ଗା ପତ୍ର ଅଳ୍ପ, ଲେମ୍ବୁରସ ଚାରି ଟେବୁଲ୍ ଚାମଚ, କାଜୁ ଭଙ୍ଗା ଅଳ୍ପ, ଗ୍ରୀନ୍ ମଟର- ୪ ଟେବୁଲ୍ ଚାମଚ, ରିଫାଇନ୍ ତେଲ ଚାରି ଟେବୁଲ୍ ଚାମଚ, ଧଳା ଶୋରିଷ ଅଧା ଚାମଚ ।
ପ୍ରସ୍ତୁତି: ଚାଉଳ ଧୋଇ ଏକଘଣ୍ଟା ବତୁରାଇ ରଖନ୍ତୁ । ପ୍ରେସର କୁକର ଗରମ କରି ତେଲ ପକାଇ, ସୋରିଷ ଓ ଜୀରା ଫୁଟାଇ ଭୃଷଙ୍ଗା ପତ୍ର ପକାନ୍ତୁ । କାଜୁ, ଗ୍ରୀନ ମଟର ପକାଇ ଅଳ୍ପ ଭାଜନ୍ତୁ । ଚାଉଳ ପକାଇ ଲୁଣ ଓ ଲେମ୍ବୁରସ ସହିତ ଆବଶ୍ୟକ ପାଣି ଦେଇ ଢାଙ୍କୁଣି ଦେଇ ଅଳ୍ପ ଆଞ୍ଚରେ ବସାଇ ଗୋଟିଏ ହ୍ୱିସିଲ ମାରିବା ପରେ ଚୁଲି ବନ୍ଦ କରିଦିଅନ୍ତୁ । କିଛି ସମୟ ପରେ ପ୍ରେସର ବନ୍ଦ ହୋଇଗଲା ପରେ ଢାଙ୍କୁଣି କାଢିଦିଅନ୍ତୁ, ଗରମ ଗରମ ପରଷନ୍ତୁ । (ପାଣି ଏଭଳିଭାବେ ଦିଅନ୍ତୁ ଯେପରି ଆଦୈା ପାଣି ରହିବ ନାହିଁ) ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର