Connect with us

ଓଡିଶା

ଲେଖାଯାଇଥିବା ଚିଠି ସମ୍ପୂର୍ଣ୍ଣ ଭ୍ରମାତ୍ମକ : ଧର୍ମେନ୍ଦ୍ର

ସାଙ୍କେତିକ ଚିତ୍ର

ଉଜ୍ଜ୍ୱଳା ଯୋଜନା ଓଡ଼ିଶାରେ ବିଫଳ, ଯୋଗାଣ ମନ୍ତ୍ରୀଙ୍କ ଅଭିଯୋଗପତ୍ର ଉପରେ ଟିପ୍ପଣୀ ଦେଲେ କେନ୍ଦ୍ରମନ୍ତ୍ରୀ
ଖବର କାଗଜ ରିପୋର୍ଟ ଉପରେ ଲେଖାଯାଇଥିବା ଚିଠି ସମ୍ପୂର୍ଣ୍ଣ ଭ୍ରମାତ୍ମକ : ଧର୍ମେନ୍ଦ୍ର
ନୂଆଦିଲ୍ଲୀ, ୧୪ା୧୨ : ଉଜ୍ଜ୍ୱଳା ଯୋଜନା ଓଡ଼ିଶାରେ ବିଫଳ ହେବା ନେଇ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଭିଯୋଗ ପତ୍ର ଉପରେ ଟୁଇଟ୍ ଯୋଗେ ଟିପ୍ପଣୀ ଦେବା ପରେ ଏକ ବିଧିବଦ୍ଧ ପତ୍ର ଲେଖି ଖବର କାଗଜ ରିପୋର୍ଟ ଆଧାରରେ ଶ୍ରୀ ପାତ୍ର ଲେଖିଥିବା ଚିଠି ସମ୍ପୂର୍ଣ୍ଣ ଭ୍ରମାତ୍ମକ, ଏଥିରେ କୌଣସି ପ୍ରମାଣ ଯୋଗ୍ୟ ତଥ୍ୟ ନାହିଁ ଓ ଏହା ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।

ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଗ୍ରାହକମାନେ ରିଫିଲ୍ କରୁନଥିବା ତଥ୍ୟକୁ ସମ୍ପୂର୍ଣ୍ଣ ଭୁଲ୍ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତିଯେ , ଉଜ୍ଜ୍ୱଳା ଯୋଜନା ଗ୍ରାହକ ହେବାର ଏକ ବର୍ଷ ମଧ୍ୟରେ ୭୦ ପ୍ରତିଶତ ପରିବାର ଏହି ଗ୍ୟାସର ସିଲିଣ୍ଡର ଭରିଛନ୍ତି । ଏଥିମଧ୍ୟରୁ ୪.୨ ଲକ୍ଷ ଗ୍ରାହକ ୪ ବା ତଦୁର୍ଦ୍ଦ ରିଫିଲ୍ ନେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହା ଓଡ଼ିଶାର ସାଧାରଣ ପରିବାର ଗୁଡ଼ିକ ସ୍ୱଚ୍ଛ ଇନ୍ଧନକୁ ଗ୍ରହଣ କରିଥିବାର ପ୍ରମାଣ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଦ୍ୱାରା ମିଳୁଥିବା ସ୍ୱାସ୍ଥ୍ୟ ଓ ପର୍ଯ୍ୟାବରଣ ଜନିତ ଲାଭ ତଥା ସମୟ ବଂଚିବା କାରଣରୁ ବିଭିନ୍ନ ଆର୍ଥିକ ଗତିବିଧିରେ ମହିଳାମାନେ ସମୟ ଦେବା କାରଣରୁ ଏହା ତାଙ୍କର ଆର୍ଥିକ ସଶକ୍ତିକରଣରେ ସହାୟକ ହୋଇଛି ବୋଲି ଶ୍ରୀ ପ୍ରଧାନ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା