Connect with us

ଅପରାଧ

ଲସ୍କର ଲିଙ୍କ୍ରେ ଓଡ଼ିଶା

_ନୂଆଦିଲ୍ଲୀ,୬ା୮ : କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତାଇବାର ଜଣେ ସହଯୋଗୀକୁ ନ୍ୟାସନାଲ୍ ଇନ୍ଭେଷ୍ଟିଗେସନ ଏଜେନ୍ସି (ଏନ୍ଆଇଏ) ଗରିଫ କରିଛି । ହବିବୁର ରେହମାନ୍ ଓରଫ୍ ହବିବ୍ ଦିଲ୍ଲୀର ଇନ୍ଦିରା ଗାନ୍ଧି ବିମାନ ବନ୍ଦରରେ ପହଞ୍ôଚବା ପରେ ତାଙ୍କୁ ଗିରଫ କରାଯାଇଛି । ହବିବ୍ ସାଉଦି ଆରବରୁ ଭାରତକୁ ଆସୁଥିଲା । ତାଙ୍କ ଘର କେନ୍ଦ୍ରାପଡ଼ାରେ ବୋଲି ଜଣାପଡିଛି । ହବିବ୍ ନାଁରେ ପୂର୍ବରୁ ସ୍ୱତନ୍ତ୍ର ଏନ୍ଆଇଏ କୋର୍ଟ ପକ୍ଷରୁ ଜାମିନ୍ ବିହିନ ଗିରଫ ପରୱାନା ଜାରି କରାଯାଇଥିଲା । ଏନ୍ଆଇଏର ଅଭିଯୋଗ ଅନୁଯାୟୀ ହବିବ୍ କୁଖ୍ୟାତ ଲସ୍କର ଆତଙ୍କବାଦୀ ଶେଖ୍ ଅବଦୁଲ୍ ନଇମ୍ର ଘନିଷ୍ଠ ସହଯୋଗୀ ଭାବେ କାମ କରୁଥିଲା । ୨୦୦୭ରେ ଦୁଇଜଣ ପାକିସ୍ତାନୀ ଓ ଜଣେ କାଶ୍ମୀର ଆତଙ୍କବାଦୀକୁ ଭାରତ ଭିତରକୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଥିବା ବେଳେ ଶେଖ୍ ଅବଦୁଲ୍ ନଇମକୁ ଗିରଫ କରାଯାଇଥିଲା । କିନ୍ତୁ ପରେ ସେ ହାଜତରୁ ଫେରାର ହୋଇ ଆତଙ୍କବାଦୀ ସଂଗଠନରେ ପୁଣି ସାମିଲ ହୋଇଯାଇଥିଲା । ୨୦୧୭ରେ ନଇମ୍ଙ୍କୁ ପୁଣିଥରେ ଗରିଫ କରାଯିବା ପରେ ହବିବ୍ର ରେହମାନ୍ ସହ ଅନ୍ୟ ୧୦ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ନଇମ୍ ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରୁଥିବା ବେଳେ ହବିବୁର୍ ରେହମାନ୍ ଟଙ୍କା ଯୋଗାଡରେ ସହାୟତା କରୁଥିଲା । ଏପରିକି ନଇମ୍ଙ୍କୁ ଲୁଚିବାରେ ମଧ୍ୟ ହବିବୁର୍ ସାହାଯ୍ୟ କରୁଥିଲା । ହବିବୁର୍କୁ ଦିଲ୍ଲୀ ପାଟିଆଲା ହାଉସ୍ କୋର୍ଟରେ ଏନ୍ଆଇଏସ ହାଜର କରିବା ସହ ରିମାଣ୍ଡରେ ନେବାକୁ ଆବେଦନ କରିଛି । ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏନ୍ଆଇଏ ହାତରେ ଗିରଫ ହୋଇଥିବା କୁଖ୍ୟାତ ଆତଙ୍କବାଦୀ ହବିବୁର ରହେମାନ ଓଡ଼ିଶାର ଯୁବକ ବୋଲି ଜଣାପଡିବା ପରେ ଏବେ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ତନାଘନା ପ୍ରକାଶ ପାଇଛି । ଏନ୍ଆଇଏ ଗିରଫ କରିଥିବା ଆତଙ୍କବାଦୀ ହବିବୁର ରହେମାନର ଘର ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଏବଂ ସେ ଗତ ଦୀର୍ଘବର୍ଷ ଧରି ରିଆଦରେ ରହୁଥିବା ତଦନ୍ତକାରୀ ସଂସ୍ଥା ସୂତ୍ରରୁ ଜାଣିବାକୁ ମିଳିଛି । ତେବେ, ଅବଦୁର ରହେମାନକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିବା ଏନ୍ଆଇଏ ତାକୁ ରିମାଣ୍ଡରେ ନେବା ପରେ ତା’ଠାରୁ ଆହୁରି ଅଧିକ ତଥ୍ୟ ଓଗାଳିବା ପାଇଁ ଲକ୍ଷ୍ୟ ରଖିଛି । ତେବେ କୁଖ୍ୟାତ ଆତଙ୍କବାଦୀ ଅବଦୁର ରହେମାନକୁ ଏନ୍ଆଇଏ ଗିରଫ କରିବା ପରେ ଓଡ଼ିଶା ସହ ଅନ୍ତର୍ଜାତିକ ଆତଙ୍କବାଦୀ ସଂଗଠନ ଗୁଡିକର ବେଶ୍ ଘନିଷ୍ଠ ସମ୍ପର୍କ ରହିଥିବା ଆଉଥରେ ପ୍ରମାଣିତ ହୋଇଯାଇଛି । କାରଣ ଗିରଫ ହବିବୁର ରହେମାନ ଲସ୍କର-ଇ-ତାଇବାର ଜଣେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ