Connect with us

ଓଡିଶା

ଲଫଙ୍ଗା ଟୋକା ବିଜେଡ଼ିକୁ ବିଗାଡ଼ୁଛନ୍ତି – ଉମେଶ

ସାଙ୍କେତିକ ଚିତ୍ର

ନିଆଁରେ ଘିଅ ଢ଼ାଳିଲେ ଉମେଶ
ଲଫଙ୍ଗା ଟୋକା ବିଜେଡ଼ିକୁ ବିଗାଡ଼ୁଛନ୍ତି
ଭୁବନେଶ୍ୱର,୨୭ା୯: ଡକ୍ଟର ଦାମୋଦର ରାଉତଙ୍କ ପରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁ ଦଳର କାର୍ଯ୍ୟକାରିତା ଉପରେ ଉଦବେଗ ପ୍ରକାଶ କରି କହିଛନ୍ତି ଯେ, କିଛି ଲଫଙ୍ଗା ଟୋକା ବିଜେଡ଼ିରେ ରହିଛନ୍ତି, ଯାହାକି ଦଳକୁ ବିଗାଡ଼ୁଛନ୍ତି । ନବୀନବାବୁ ସେମାନଙ୍କ ପ୍ରତି ସତର୍କ ରହିବା ସହ ଦୂରେଇ ରହିବା ଉଚିତ । ସେମାନେ ମଙ୍ଗଳକର ନୁହଁନ୍ତି । ଦଳକୁ ଭାଙ୍ଗିବା ପାଇଁ ସେମାନଙ୍କର ଉଦ୍ଦେଶ୍ୟ ରହିଛି । ନିଜର ସ୍ୱାର୍ଥ ଓ ଆଧିପତ୍ୟ ବିସ୍ତାର କରିବା ପାଇଁ ସର୍ବଦା ଚେଷ୍ଟିତ ଅଛନ୍ତି । ଏହିଭଳି ଅନେକ ଜିନିଷ ଦଳ ଭିତରେ ଘଟୁଥିଲେ ହେଁ ନବୀନବାବୁ ତାହା ଜାଣି ପାରୁନାହାନ୍ତି । ସୁଧୁରିଯିବା ପାଇଁ ଏବେ ବି ସମୟ ଅଛି ବୋଲି ଶ୍ରୀ ସ୍ୱାଇଁ କହିଥିଲେ । ପାର୍ଟି ଯେଭଳି ଭାବରେ ଚାଲିବା କଥା ସେଭଳି ଭାବେ ଚାଲିନାହିଁ । ଦଳରୁ କାହାରିକୁ ବିଦା କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା