Connect with us

ଓଡିଶା

ର୍ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି

ସାଙ୍କେତିକ

ର୍ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି
ଭୁବନେଶ୍ୱର,୧୯ ମାର୍ଚ୍ଚ – ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି । ଉକ୍ତ ବିଜ୍ଞପ୍ତି ଅନୁଯାୟୀ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଅ।ରମ୍ଭ ହେବ । ଏହି ପର୍ଯ୍ୟାୟରେ ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୨୬ ରହିଛି । ସେହିପରି ମାର୍ଚ୍ଚ ୨୭ ତାରିଖରେ ପ୍ରାର୍ଥିପତ୍ର ଯାଂଚ ଏବଂ ମାର୍ଚ୍ଚ ୨୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ହେବ ।
ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଅ।ସନ ଯଥା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଓ ଏହା ଅଧୀନ ୩୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ । ଏହି ପର୍ଯ୍ୟାୟ ପାଇଁ ଏପ୍ରିଲ୍ ୧୮ ତାରିଖରେ ଭୋଟ୍ ଗ୍ରହଣ ହେବ । ଏହି ପର୍ଯ୍ୟାୟ ନିର୍ବାଚନରେ ପଦମପୁର, ଭଟଲି, ରଘୁନାଥପଲ୍ଲୀ, ବଣାଇ, ପାଟଣାଗଡ଼, କଂଟାବାଞ୍ଜି, ବାଲିଗୁଡ଼ା, ଜି. ଉଦୟଗିରି, ଫୁଲବାଣୀ, କଂଟାମାଲ, ବୌଦ୍ଧ, ଦଶପଲ୍ଲା ଓ ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ । ସେହିପରି ବିଜେପୁର, ବରଗଡ଼, ଅତାବିରା, ବ୍ରଜରାଜନଗର, ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରାଉରକେଲା, ରାଜଗାଙ୍ଗପୁର, ବୀରମହାରାଜପୁର, ସୋନପୁର, ଲୋଇସିଂହା, ବଲାଙ୍ଗିର, ଟିଟିଲାଗଡ଼, ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ଆସ୍କା, ସୋରଡ଼ା, ସାନଖେମୁଣ୍ଡି ଓ ହିଞ୍ଜିଳିରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ମତଦାନ ହେବ ।
ସୂଚନାଯୋଗ୍ୟ ଯେ ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଓଡ଼ିଶାରେ ଏପ୍ରିଲ୍ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ୪ଟି ଲୋକସଭା ଆସନ ଯଥା କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ ଏହା ଅଧୀନ ୨୮ଟି ବିଧାନସଭା ଆସନରେ ଏହି ମତଦାନ ହେବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା