Connect with us

ଆଞ୍ଚଳିକ

ରେଲୱେ ବିଦ୍ୟୁତ୍କରଣ ବିଭାଗକୁ ବେଙ୍ଗାଲୁରୁକୁ ସ୍ଥାନାନ୍ତର ଏକ ବୈଷମ୍ୟ ମୂଳକ ପଦକ୍ଷେପ : ସିପିଏମ୍

ସାଙ୍କେତିକ

ରେଲୱେ ବିଦ୍ୟୁତ୍କରଣ ବିଭାଗକୁ ବେଙ୍ଗାଲୁରୁକୁ ସ୍ଥାନାନ୍ତର ଏକ ବୈଷମ୍ୟ ମୂଳକ ପଦକ୍ଷେପ : ସିପିଏମ୍
ଭୁବନେଶ୍ୱର,୧୮ ମାର୍ଚ୍ଚ – ଦେଶରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ, କେନ୍ଦ୍ର ସରକାରଙ୍କ ରେଳବାଇ ମନ୍ତ୍ରଣାଳୟ, ରେଲୱେର ବିଦ୍ୟୁତ୍କରଣ ବିଭାଗକୁ ଭୁବନେଶ୍ୱରରୁ ଉଠାଇ ନେଇ ବେଙ୍ଗାଲୁରୁରେ ସ୍ଥାପନ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହା ଏକ ବୈଷମ୍ୟ ମୂଳକ ପଦକ୍ଷେପ ବୋଲି ସିପିଆଇଏମ୍ ପକ୍ଷରୁ କୁହାଯାଇଛି ।
ସିପିଆଇଏମ୍ ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତି କହିଛନ୍ତି ଯେ ରାଜ୍ୟର ରାଜନୈତିକ ଦଳମାନେ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ କେନ୍ଦ୍ରର ବିଜେପି ସରକାର କର୍ଣ୍ଣାଟକରେ ଭୋଟ ହାତେଇବା ପାଇଁ ଏହି ପଦକ୍ଷେପ ନେଇଛି । ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ ଯେ ବିଜେପିର ନେତାମାନେ ଓଡିଶା ପାଇଁ ଅଷ୍ଟପ୍ରହର ବ୍ୟାପୀ କୁମ୍ଭିର କାନ୍ଦଣା କାନ୍ଦୁଥିବା ବେଳେ, ଏହି ପ୍ରୋଜେକ୍ଟ ସମ୍ପର୍କରେ ସେମାନେ ନିରବ ରହୁଛନ୍ତି । ବାଇଶ ବର୍ଷ ତଳେ ଅର୍ଥାତ୍ ୧୯୯୬ ମସିହାରୁ ଏହି ୟୁନିଟ ଭୁବନେଶ୍ୱରରେ ଚାଲୁଛି ଓ ଓଡିଶା, ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ବିଦ୍ୟୁତ୍କରଣ ଯୋଜନା ଗ୍ରହଣ କରିଛି । ଏହି ୟୁନିଟ୍ରେ ପ୍ରାୟ ୧୫୦ଜଣ ଇଞ୍ଜିନିୟର ଓ ପାଂଚଶହ ଠିକା ଶ୍ରମିକ କାମ କରୁଛନ୍ତି । ଭୁବନେଶ୍ୱରରୁ ଏହି ୟୁନିଟ୍ ଉଠିଗଲେ ଶହ ଶହ ଶ୍ରମିକ କାମ ହରାଇବେ ।
ସାରା ଦେଶରେ ୧୫ଟି ବିଦ୍ୟୁତ୍ କରଣ ୟୁନିଟ୍ ରହିଛି । ମାତ୍ର କେନ୍ଦ୍ରର ବିଜେପି ସରକାର ଓଡିଶାର ଏହି ୟୁନିଟ୍କୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତି ନେବାଟା ଓଡିଶା ପ୍ରତି ବୈଷମ୍ୟମୂଳକ ପଦକ୍ଷେପ ବ୍ୟତୀତ ଆଉ କ’ଣ ହୋଇପାରେ? କେନ୍ଦ୍ରର ବିଜେପି ସରକାରର ଓଡିଶା ପ୍ରତି ଅନ୍ୟାୟ ବିରୋଧରେ ଓ ବିଦ୍ୟୁତ କରଣ ୟୁନିଟ୍ ସ୍ଥାନାନ୍ତରିତ ହେବା ବିରୋଧରେ ସି.ପି.ଆଇ.(ଏମ୍) ପକ୍ଷରୁ ରେଳ ବିହାରରେ ଗତ ତା୧୬/୩/୨୦୧୯ରିଖରେ ବିକ୍ଷୋଭ କରାଯାଇଥିଲା । ତାପରେ ବି ସରକାର ଏହି ୟୁନିଟ୍ କୁ ସ୍ଥାନାନ୍ତରିତ କରିବା କାର୍ଯ୍ୟ ବନ୍ଦ କରି ନାହାଁନ୍ତି । ନିର୍ବାଚନ ଘୋଷଣା ପରେ ବିଜେପି ସରକାରଙ୍କ ଏହି ସାମ୍ବିଧାନିକ ବିରୋଧି ପଦକ୍ଷେପ ବିରୋଧରେ ଗତକାଲି ତା୧୭/୩/୨୦୧୯ରିଖରେ ସି.ପି.ଆଇ.(ଏମ୍) ପକ୍ଷରୁ ନିର୍ବାଚନ କମିଶନଙ୍କୁ ସ୍ମାରକପତ୍ର ଦିଆଯାଇଛି ଓ କେନ୍ଦ୍ର ସରକାରଙ୍କ ଏହି ଆଦେଶ ପ୍ରତ୍ୟାହାର କରିବାକୁ ଦାବୀ କରାଯାଇଛି ।
ବିଜେପିକୁ କେନ୍ଦ୍ର କ୍ଷମତାରୁ ହଟାଇଲେ ହିଁ ଏହି ୟୁନିଟ୍ କୁ ଓଡିଶାରେ ରଖିବା ସମ୍ଭବ । ବିଜେପି କେନ୍ଦ୍ର କ୍ଷମତାରେ ଥିବା ପର୍ଯ୍ୟନ୍ତ ଓଡିଶାର ଅଗ୍ରଗତି ତ ଦୂରର କଥା, ଆମର ଥିବା ୟୁନିଟ୍ ଗୁଡିକ ଲୋପ ହେବ । ରାଜ୍ୟବାସୀ ବିଜେପିର ଓଡିଶା ପ୍ରତି ଏହି ହୀନ ଚକ୍ରାନ୍ତର ଜବାବ ଦେବାକୁ ସି.ପି.ଆଇ.(ଏମ୍) ପକ୍ଷରୁ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ